ETV Bharat / bharat

ଟୀକାକରଣ ସାର୍ଟିଫିକେଟରେ ମୋଦିଙ୍କ ସ୍ଥାନରେ ରହିବ ମମତାଙ୍କ ଫଟୋ - ମୋଦିଙ୍କ ସ୍ଥାନରେ ମମତାଙ୍କ ଫୋଟ

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ ରହିବ ମୁଖ୍ୟମନ୍ତ୍ରୀ ମମତାଙ୍କ ଫଟୋ । ସେପଟେ ଏହି ନିଷ୍ପତ୍ତିକୁ ନେଇ ତାତିଲା ବିଜେପି । ଅଧିକ ପଢନ୍ତୁ...

ଟୀକାକରଣ ସାର୍ଟିଫିକେଟରେ ମୋଦିଙ୍କ ସ୍ଥାନରେ ରହିବ ମମତାଙ୍କ ଫୋଟ

author img

By

Published : Jun 5, 2021, 8:21 AM IST

କୋଲକାତା: ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନେଇ ଜୋର ଧରିଛି ରାଜନୀତି । ଏହି ଫଟୋ ପ୍ରସଙ୍ଗକୁ ଭିତ୍ତିକରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଗକୁ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ବା 18 ରୁ 44 ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ପରେ ମିଳିବାକୁ ଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ ମମତା ବାନାର୍ଜୀଙ୍କ ଫଟୋ ରହିବ ।

ସୂଚନାଥାଉ କି, ଗତ କିଛି ମାସ ତଳେ ଟୀକାକରଣ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ଲାଗିବାକୁ ନେଇ ଟିଏମସି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା । 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଦଳ ପକ୍ଷରୁ ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବା ସହ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ଆଚରଣ ସଂହିତାର ଉଲ୍ଲଙ୍ଘନ ବୋଲି କୁହାଯାଇଥିଲା ।

ହେଲେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାର୍ଟିଫେକଟରେ ନିଜ ଫଟୋ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଟିଏମସି ମଧ୍ୟ ଏଥିରେ କିଛି ଭୁଲ ନଥିବା ପ୍ରକାଶ କରିଛି । ଯଦି ବିଜେପି ଏଭଳି କରୁଛି ତେବେ ଆମେ ମଧ୍ୟ ସାର୍ଟିଫେକଟରେ ମମତା ବାନାର୍ଜୀଙ୍କ ଫଟୋ ଲଗାଇବୁ ବୋଲି ଟିଏମସି ନେତା ସୌଗତ ରାୟ କହିଛନ୍ତି । ସେପଟେ ଟିଏମସିର ଏଭଳି ନିଷ୍ପତ୍ତିରେ ତାତିଛି ବିଜେପି । ଟିଏମସି ଦଳ ଗୋଟିଏ ଭିନ୍ନ ଦେଶ ଭଳି ଆଚରଣ କରୁଛନ୍ତି ଏବଂ ସେ ଯେଉଁ ରାଜ୍ୟରେ ରହୁଛନ୍ତି ତାହା ଭାରତର ଗୋଟିଏ ରାଜ୍ୟ ବୋଲି ମାନିବାକୁ ସେମାନ ପ୍ରସ୍ତୁତ ନୁହଁନ୍ତି ବୋଲି ବିଜେପି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.