ETV Bharat / bharat

Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ

author img

By ETV Bharat Odisha Team

Published : Nov 13, 2023, 8:21 AM IST

ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଫସି ରହିଥିବା 40 ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠା ଯାଇଛି । ଅଧିକ ପଢନ୍ତୁ

Uttarkashi Tunnel collapsed
Tunnel Tragedy

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନେତ୍ରୀରେ ଗତକାଲିଠୁ(ରବିବାର) ଟନେଲ ଭୁଶୁଡିବା ଫଳରେ ପ୍ରାୟ 40ଜଣ ଶ୍ରମିକ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାତି ତମାମ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଟନେଲ ତଳେ ଚାପି ହୋଇଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଟନେଲ ଭିତରେ ଭୁସ୍ଖଳନ ହେବା ସହ ଭୀଷଣ ଗରମ ହେଉଥିବା ଓ ନିଶ୍ବାସ ନେବାର କଷ୍ଟକର ହେଉଥିବା କହିଛନ୍ତି ଫସିଥିବା ଶ୍ରମିକ । ଏବେ ସୁଦ୍ଧା 205 ମିଟର ଯାଏ ଖୋଳା ଯାଇଛି । ଶ୍ରମିକମାନେ 270 ମିଟରରେ ଫସି ରହିଛନ୍ତି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ନିୟୋଜିତ ଅଛନ୍ତି ।

  • #WATCH | Uttarakhand | "Work is underway at a great speed. Everyone is working very hard...We were saddened yesterday because we weren't able to communicate with those trapped. But then we were able to communicate with them...," says Ranveer Singh Chauhan, Prantiya Rakshak Dal… https://t.co/xf2QYg7MJD pic.twitter.com/PBqLgJ4Tv5

    — ANI UP/Uttarakhand (@ANINewsUP) November 12, 2023 " class="align-text-top noRightClick twitterSection" data=" ">

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯବାନ ରଣବୀର ସିଂହ ଚୌହାନ କହିଛନ୍ତି, "ଉଦ୍ଧାରକାର୍ଯ୍ୟ ବହୁତ ସ୍ପିଡରେ ଚାଲିଛି । ସମସ୍ତେ କଠିନ ପରିଶ୍ରମ କରୁଛୁ । ଆମ ସହିତ ପ୍ରଶାସନ ମଧ୍ୟ ରହିଛନ୍ତି । ଗତକାଲି ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ରାତି 11ଟାରେ ଫସି ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲୁ । ସେମାନେ କହିଲେ ଖାଦ୍ୟ ସାମଗ୍ରୀ ନୁହେଁ ଆମକୁ ପବନ ଦରକାର ଏଠାରେ ଭୀଷଣ ଗରମ ହେଉଛି । ଆମକୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲେ ପବନ କିପରି ଆସିବ ତାର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଭିତରେ ଭୁସ୍ଖଳ ମଧ୍ୟ ହେଉଛି । ସେମାନେ 270 ମିଟର ତଳେ ରହିଛନ୍ତି 205 ମିଟର ଖୋଳା ସରିଛି ଆହରୁ 60 ମିଟର ବାକି ରହିଛି । ଭଗବାନ କରନ୍ତୁ ସମସ୍ତେ ସୁରକ୍ଷିତ ରୁହନ୍ତୁ ।''

  • #WATCH | Uttarakhand | "The work of mucking is underway. Mucking is being done with the loader & excavator...Approximately 30-35 meters part of the tunnel has been broken. The incident happened around 5:30 am. We have information of around 40-45 people being trapped. Everyone is… https://t.co/NoOyfUYbsS pic.twitter.com/RugQihdf9e

    — ANI UP/Uttarakhand (@ANINewsUP) November 12, 2023 " class="align-text-top noRightClick twitterSection" data="

#WATCH | Uttarakhand | "The work of mucking is underway. Mucking is being done with the loader & excavator...Approximately 30-35 meters part of the tunnel has been broken. The incident happened around 5:30 am. We have information of around 40-45 people being trapped. Everyone is… https://t.co/NoOyfUYbsS pic.twitter.com/RugQihdf9e

— ANI UP/Uttarakhand (@ANINewsUP) November 12, 2023 ">

ଏହା ବି ପଢନ୍ତୁ...Tunnel collapse: 40 ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର ଅପରେସନ ଜାରି

ଘଟଣା ଉପରେ ନଜର ରଖିଛନ୍ତି ପିଏମ ଓ ସିଏମ: ଟନେଲ ଭୁଶୁଡିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପକ ସିଂହ ଧାମିଙ୍କ ସହ ଆଲୋଚନା କରି ସ୍ଥିତି ନେଇ ଅବଗତ ହୋଇଛନ୍ତି । ଏହା ସହିତ ଯଥା ସମ୍ଭବ ସାହାଯ୍ୟ କରିବାକୁ ସିଏମଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଘଟଣାର ଟିକ୍‌ନିକ୍‌ ଅପଡେଟ୍‌ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ଏହା ବି ପଢନ୍ତୁ...Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5

ଫସିଛନ୍ତି ଓଡିଶାର 5 ଶ୍ରମିକ: ଗତକାଲି ଚାରିଧାମରେ ଭୁଶୁଡିଥିବା ନିର୍ମାଣଧୀନ ଟନେଲ ଭୁଶୁଡି ଗତକାଲିଠୁ ମୋଟ 40 ଜଣ ଶ୍ରମିକ ଫସି ରହିଛନ୍ତି । ଅଘଟଣରେ ଫସି ରହିଥିବା 40 ଶ୍ରମିକ 7 ରାଜ୍ୟରୁ ରହିଛନ୍ତି । ସେମାନଙ୍କ ମଧ୍ୟରେ 5 ଓଡିଆ ଶ୍ରମିକ ମଧ୍ୟ ଥିବା ଜଣାପଡିଛି । ସବିଶେଷ ତଥ୍ୟ ଅନୁସାରେ, ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ଏହି ତାଲିକାରେ ରହିଛନ୍ତି ।

ପ୍ରକାଶ ଥାଉ କି, ଗତକାଲି (ରବିବାର) ଭୋର 4ଟାରେ ଏହି ଅଘଟଣ ଘଟିଥିଲା । ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକାରାରୁ ଦଣ୍ଡାଲ ଗାଓଁକୁ ସଂଯୋଗ ପାଇଁ ନିର୍ମାଣ କରାଯାଉଥିଲା । ଚାରିଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ଫଳରେ ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ 26 କିମି ହ୍ରାସ ପାଇବା ନେଇ ନିର୍ମାଣ ହେଉଥିଲା । ମାତ୍ର ଟନେଲ ନିର୍ମାଣ ସମୟରେ ଅଘଟଣ ଘଟିଯାଇଛି ।

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନେତ୍ରୀରେ ଗତକାଲିଠୁ(ରବିବାର) ଟନେଲ ଭୁଶୁଡିବା ଫଳରେ ପ୍ରାୟ 40ଜଣ ଶ୍ରମିକ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାତି ତମାମ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଟନେଲ ତଳେ ଚାପି ହୋଇଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଟନେଲ ଭିତରେ ଭୁସ୍ଖଳନ ହେବା ସହ ଭୀଷଣ ଗରମ ହେଉଥିବା ଓ ନିଶ୍ବାସ ନେବାର କଷ୍ଟକର ହେଉଥିବା କହିଛନ୍ତି ଫସିଥିବା ଶ୍ରମିକ । ଏବେ ସୁଦ୍ଧା 205 ମିଟର ଯାଏ ଖୋଳା ଯାଇଛି । ଶ୍ରମିକମାନେ 270 ମିଟରରେ ଫସି ରହିଛନ୍ତି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ନିୟୋଜିତ ଅଛନ୍ତି ।

  • #WATCH | Uttarakhand | "Work is underway at a great speed. Everyone is working very hard...We were saddened yesterday because we weren't able to communicate with those trapped. But then we were able to communicate with them...," says Ranveer Singh Chauhan, Prantiya Rakshak Dal… https://t.co/xf2QYg7MJD pic.twitter.com/PBqLgJ4Tv5

    — ANI UP/Uttarakhand (@ANINewsUP) November 12, 2023 " class="align-text-top noRightClick twitterSection" data=" ">

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯବାନ ରଣବୀର ସିଂହ ଚୌହାନ କହିଛନ୍ତି, "ଉଦ୍ଧାରକାର୍ଯ୍ୟ ବହୁତ ସ୍ପିଡରେ ଚାଲିଛି । ସମସ୍ତେ କଠିନ ପରିଶ୍ରମ କରୁଛୁ । ଆମ ସହିତ ପ୍ରଶାସନ ମଧ୍ୟ ରହିଛନ୍ତି । ଗତକାଲି ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ରାତି 11ଟାରେ ଫସି ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲୁ । ସେମାନେ କହିଲେ ଖାଦ୍ୟ ସାମଗ୍ରୀ ନୁହେଁ ଆମକୁ ପବନ ଦରକାର ଏଠାରେ ଭୀଷଣ ଗରମ ହେଉଛି । ଆମକୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲେ ପବନ କିପରି ଆସିବ ତାର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଭିତରେ ଭୁସ୍ଖଳ ମଧ୍ୟ ହେଉଛି । ସେମାନେ 270 ମିଟର ତଳେ ରହିଛନ୍ତି 205 ମିଟର ଖୋଳା ସରିଛି ଆହରୁ 60 ମିଟର ବାକି ରହିଛି । ଭଗବାନ କରନ୍ତୁ ସମସ୍ତେ ସୁରକ୍ଷିତ ରୁହନ୍ତୁ ।''

  • #WATCH | Uttarakhand | "The work of mucking is underway. Mucking is being done with the loader & excavator...Approximately 30-35 meters part of the tunnel has been broken. The incident happened around 5:30 am. We have information of around 40-45 people being trapped. Everyone is… https://t.co/NoOyfUYbsS pic.twitter.com/RugQihdf9e

    — ANI UP/Uttarakhand (@ANINewsUP) November 12, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Tunnel collapse: 40 ଶ୍ରମିକ ଫସିଥିବା ଆଶଙ୍କା, ଉଦ୍ଧାର ଅପରେସନ ଜାରି

ଘଟଣା ଉପରେ ନଜର ରଖିଛନ୍ତି ପିଏମ ଓ ସିଏମ: ଟନେଲ ଭୁଶୁଡିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପକ ସିଂହ ଧାମିଙ୍କ ସହ ଆଲୋଚନା କରି ସ୍ଥିତି ନେଇ ଅବଗତ ହୋଇଛନ୍ତି । ଏହା ସହିତ ଯଥା ସମ୍ଭବ ସାହାଯ୍ୟ କରିବାକୁ ସିଏମଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଘଟଣାର ଟିକ୍‌ନିକ୍‌ ଅପଡେଟ୍‌ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।

ଏହା ବି ପଢନ୍ତୁ...Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5

ଫସିଛନ୍ତି ଓଡିଶାର 5 ଶ୍ରମିକ: ଗତକାଲି ଚାରିଧାମରେ ଭୁଶୁଡିଥିବା ନିର୍ମାଣଧୀନ ଟନେଲ ଭୁଶୁଡି ଗତକାଲିଠୁ ମୋଟ 40 ଜଣ ଶ୍ରମିକ ଫସି ରହିଛନ୍ତି । ଅଘଟଣରେ ଫସି ରହିଥିବା 40 ଶ୍ରମିକ 7 ରାଜ୍ୟରୁ ରହିଛନ୍ତି । ସେମାନଙ୍କ ମଧ୍ୟରେ 5 ଓଡିଆ ଶ୍ରମିକ ମଧ୍ୟ ଥିବା ଜଣାପଡିଛି । ସବିଶେଷ ତଥ୍ୟ ଅନୁସାରେ, ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ଏହି ତାଲିକାରେ ରହିଛନ୍ତି ।

ପ୍ରକାଶ ଥାଉ କି, ଗତକାଲି (ରବିବାର) ଭୋର 4ଟାରେ ଏହି ଅଘଟଣ ଘଟିଥିଲା । ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକାରାରୁ ଦଣ୍ଡାଲ ଗାଓଁକୁ ସଂଯୋଗ ପାଇଁ ନିର୍ମାଣ କରାଯାଉଥିଲା । ଚାରିଧାମ ରୋଡ ପ୍ରୋଜେକ୍ଟ ଅଧୀନରେ ଏହି ଟନେଲ ଫଳରେ ଉତ୍ତରକାଶୀ ଓ ଯମୁନେତ୍ରୀ ମଧ୍ୟରେ 26 କିମି ହ୍ରାସ ପାଇବା ନେଇ ନିର୍ମାଣ ହେଉଥିଲା । ମାତ୍ର ଟନେଲ ନିର୍ମାଣ ସମୟରେ ଅଘଟଣ ଘଟିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.