ଡେରାଡୁନ: ସାରା ଦେଶର ଅପେକ୍ଷା ସେହି ମୂହୁର୍ତ୍ତକୁ ରହିଛି । କେବେ ସେହି ଅନ୍ଧାରୀ ସୁଡଙ୍ଗ ଭିତରୁ ସୁରକ୍ଷିତ ଉଦ୍ଧାର ହେବେ 41 ଶ୍ରମିକ ଆଉ ଜିତିବ ଜୀବନ । ସମସ୍ତଙ୍କ ମନରେ ଆଶା ରହିଛି ଟନେଲ ତଳେ ଚାପି ହୋଇଥିବା ସମସ୍ତେ ସୁରକ୍ଷିତ ଉଦ୍ଧାର ହେବେ । ପୂଜା ପ୍ରାର୍ଥନା ଜାରି ରହିଛି । ସମୟ ଯେତିକି ପାଖଉଛି ସମ୍ଭାବନାର ଆଶା ସେତିକି ବଢୁଛି । ଆଉ 14ରୁ15 ଘଣ୍ଟା ମଧ୍ୟରେ ଆମେ 60ମିଟର ଦୂରରେ ଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବୁ । ସବୁ ବାଧା ପାର କରିଥିବା ଆଶା କରାଯାଉଛି । ଡ୍ରିଲିଂ ଜାରି ରହିଛି । ସେଠାକୁ ଶ୍ରମିକଙ୍କୁ ବାହାର କରିବାକୁ 2ରୁ 3 ଘଣ୍ଟା ସମୟ ଲାଗିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଷ୍ଟା ଭାସ୍କର ଖୁଲବେ କହିଛନ୍ତି । ସେବେ ସେହି ଅନ୍ଧାରୀ ସୁଡଙ୍ଗ ଭିତରେ ସେହି 12 ଦିନ କିପରି ଥିଲା ସେହି 41 ଶ୍ରମିକଙ୍କ ପାଇଁ । ଘଟଣା ଘଟିବା ଦିନଠୁ ନେଇ ପ୍ରତି ସେକେଣ୍ଡ ପ୍ରତି ମୂହୂର୍ତ୍ତରେ କିପରି ଚାଲିଥିବା ଉଦ୍ଧାର କାର୍ଯ୍ୟ ନଜର ପକାନ୍ତୁ ଏକ ବସ୍ତୁତ ରିପୋର୍ଟ ଉପରେ ।
-
#WATCH | Uttarkashi (Uttarakhand) tunnel rescue | Former advisor to PMO, Bhaskar Khulbe says "...In the next 14-15 hours, we will be able to cross the 60-metre mark. It will take 12-14 hours more for us to reach the spot where the workers are trapped and then it can take 2-3… pic.twitter.com/8KU8XrhaY9
— ANI (@ANI) November 23, 2023 " class="align-text-top noRightClick twitterSection" data="
">#WATCH | Uttarkashi (Uttarakhand) tunnel rescue | Former advisor to PMO, Bhaskar Khulbe says "...In the next 14-15 hours, we will be able to cross the 60-metre mark. It will take 12-14 hours more for us to reach the spot where the workers are trapped and then it can take 2-3… pic.twitter.com/8KU8XrhaY9
— ANI (@ANI) November 23, 2023#WATCH | Uttarkashi (Uttarakhand) tunnel rescue | Former advisor to PMO, Bhaskar Khulbe says "...In the next 14-15 hours, we will be able to cross the 60-metre mark. It will take 12-14 hours more for us to reach the spot where the workers are trapped and then it can take 2-3… pic.twitter.com/8KU8XrhaY9
— ANI (@ANI) November 23, 2023
12 ନଭେମ୍ବର ଦିନ ଘଟିଥିଲା ଦୁର୍ଘଟଣା: ଯେବେ ସାରା ଦେଶ ଆଲୋକର ପର୍ବ ପାଳୁଥିଲା ସେବେ ଅନ୍ଧାର ସୁଡଙ୍ଗ ତଳେ ଫସି ଯାଇଥିଲେ 41 ଶ୍ରମିକ । ଚାରିଧାମ ପ୍ରକଳ୍ପ ଅଧୀନରେ ସିଲକ୍ୟାରା ଓ ଡଣ୍ଡଲଗାଓଁ ମଧ୍ୟରେ ନିର୍ମାଣଧୀନ ଟନେଲ ଭୁଶୁଡି ଯାଇଥିଲା । ମୁଖ୍ୟ ଦ୍ବାରରୁ 200ମିଟର ଭିତରକୁ ମାଟି ଧସିଥିବାରୁ ସୁଡଙ୍ଗ ବନ୍ଦ ହୋଇଥିଲା । ପ୍ରାୟ 450 କିମିମିଟର ଲମ୍ବ ଟନେଲର 150 ମିଟର ଭାଗ ଦବି ଯାଇଥିଲା । ଫଳରେ 8 ରାଜ୍ୟର 41 ଶ୍ରମିକ ଫସି ଯାଇଥିଲେ । ସେବେଠୁ ସେମାନଙ୍କ ଘର ଲୋକ ଆଶଙ୍କାରେ ରହିଥିଲେ । କାହା ଘରେ ବି ଚୁଲି ଜଳିନଥିଲା । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।
-
#WATCH | Uttarkashi (Uttarakhand) tunnel rescue | DG NDRF, Atul Karwal says "Auger machine has started operating again. We are estimating to send 2-3 pipes of 6 metres inside. Hopefully, by the end of the day, if we do not get any obstacles, the rescue operation will be… pic.twitter.com/OMuwxBf5i5
— ANI (@ANI) November 23, 2023 " class="align-text-top noRightClick twitterSection" data="
">#WATCH | Uttarkashi (Uttarakhand) tunnel rescue | DG NDRF, Atul Karwal says "Auger machine has started operating again. We are estimating to send 2-3 pipes of 6 metres inside. Hopefully, by the end of the day, if we do not get any obstacles, the rescue operation will be… pic.twitter.com/OMuwxBf5i5
— ANI (@ANI) November 23, 2023#WATCH | Uttarkashi (Uttarakhand) tunnel rescue | DG NDRF, Atul Karwal says "Auger machine has started operating again. We are estimating to send 2-3 pipes of 6 metres inside. Hopefully, by the end of the day, if we do not get any obstacles, the rescue operation will be… pic.twitter.com/OMuwxBf5i5
— ANI (@ANI) November 23, 2023
13 ନଭେମ୍ବରରେ ସୁଡ଼ଙ୍ଗ ଭିତରେ ପାଇପ୍ ପ୍ରବେଶ କରାଇବା କାମ ଆରମ୍ଭ ହୋଇଥିଲା: ଶ୍ରମିକମାନେ 270 ମିଟରରେ ଫସି ରହିଥିଲେ । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ ଯବାନ ନିୟୋଜିତ ହୋଇଥିଲେ । ଦୁର୍ଘଟଣାର ଦ୍ବିତୀୟ ଦିନରେ ସୁଡଙ୍ଗ ଭିତରକୁ ପାଇପ ପ୍ରବେଶ କରାଯିବା କାମ ଆରମ୍ଭ ହୋଇଥିଲା । ପୁଣି ମାଟି ଧସିବାରୁ 20 ମିଟର ଖନନ ପରେ କାମକୁ ଅଟକ ରଖାଯାଇଥିଲା । ଏହାପରେ ପାଇପ ଜରିଆରେ ଫସିଥିବା ଶ୍ରମିକଙ୍କ ପାଖରୁ ଖାଦ୍ୟ, ଅକ୍ସିଜେନ ଓ ଆବଶ୍ୟକୀୟ ଦିନିଷ
14 ନଭେମ୍ବରରେ ଏକ୍ସପର୍ଟଙ୍କ ପରାମର୍ଶ ନିଆଯାଇଥିଲା: ସମୟ ଯେତିକି ଗଡ଼ୁଥିଲା ଭୟ ଆଶାଙ୍କା ଚିନ୍ତା ବଢୁଥିଲା । ଅନ୍ଧାରୀ ସୁଡଙ୍ଗରେ ଶ୍ରମିକଙ୍କ 48 ଘଣ୍ଟା ବିତି ସାରିଥିଲା । ତୃତୀୟ ଦିନରେ ଏକ୍ସପର୍ଟଙ୍କ ପରାମର୍ଶ ନିଆଯାଇଥିଲା । 900 ମିମି ହାଇଡ୍ରଲିକ ଜ୍ୟାକ ଏବଂ ଅଗର ଡ୍ରିଲିଙ୍ଗ ମେସିନ ସହାୟତାରେ ଖନନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ସଫଳତା ମିଳି ନଥିଲା ।
15 ନଭେମ୍ବର: ଦିନ ପରେ ଦିନ ଗଡୁଥିଲା ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଥିଲା । ଘଟଣାର ଚତୁର୍ଥ ଦିନରେ ଡ୍ରିଲିଂ ମେସିନରେ କିଛି ଅସୁବିଧା ହୋଇଥିଲା । ଫଳରେ ଫସିଥିବା ଶ୍ରମିକଙ୍କ ପରିବାର ଧୈର୍ଯ୍ୟହରା ହୋଇପଡିଥିଲେ ।
16 ନଭେମ୍ବର: ଟନେଲ ଦୁର୍ଘଟଣାର ପଞ୍ଚମ ଦିନରେ ଆମେରିକା ଅଗମ ଡ୍ରିଲିଂ ମେସିନରେ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ସୁଡଙ୍ଗ ଭିତରେ ଆସୁଥିବା ମାଟିକୁ 18ମିଟର ଦୂର ଯାଏଁ ପାଇପ ପ୍ରବେଶ କରାଯାଇଥିଲା ।
17 ନଭେମ୍ବର: ରେସ୍କ୍ୟୁ ଅପରେସନ ଜାରି ରହିଥିଲା । ଉଦ୍ଧାରକାରୀ ଦଳ ଲାଗି ପଡିଥିଲେ । ଅପରେସନରେ ଲାଗଥିବା ଦୁଇ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଗର ମେସିନ ସହାୟତାରେ 24 ମିଟର ଖନନ ସଫଳତା ମିଳିଥିଲା । ଖନନରେ ପଥର ପଡିବାକୁ ଡ୍ରିଂଲିଂ ବନ୍ଧ କରାଯାଇଥିଲା ।
ଏହା ବି ପଢନ୍ତୁ...ଅନ୍ତିମ ଚରଣରେ ଉଦ୍ଧାର କାର୍ଯ୍ୟ; ଆଉ କିଛି ସମୟ ପରେ ବାହାରିବେ ୪୧ ଶ୍ରମିକ
ଏହା ବି ପଢନ୍ତୁ...ମାଆଙ୍କୁ ଟନେଲ ତଳେ ଥିବା ଶ୍ରମିକଙ୍କ ବାର୍ତ୍ତା, ମୁଁ ଭଲ ଅଛି ତୁମେ ଠିକ ସମୟରେ ଖାଇବ
18 ନଭେମ୍ବରରେ ପହଞ୍ଚିଥିଲେ ପିଏମଓଙ୍କ 6ଜଣିଆ ଟିମ୍: ଟନେଲ ଦୁର୍ଘଟଣା ଉଦ୍ଧାରକାର୍ଯ୍ୟର ଟିକନିକ ଖବର ଉପରେ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସମୀକ୍ଷା ବୈଠକ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ଦିନ ପିଏମଓଙ୍କର 6 ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହିତ ଡିଆରଡିଓ ରୋବୋଟିକ୍ସ ଦଳ ପହଞ୍ଚିଥିଲେ ।
19 ନଭେମ୍ବରରେ ଘଟଣାସ୍ଥଳରେ ପହଞ୍ଚିଥିଲେ ନୀତିନ ଗଡକରୀ: ନଭେମ୍ବର 19 ତାରିଖରେ ଯେବେ ସାରା ଦେଶରେ ବିଶ୍ବକପ କ୍ରିକେଟ ଫିଭର ଥିଲା ସେବେ ପ୍ରତି ମୂହୂର୍ତ୍ତରେ ନିଶ୍ବାସ ପାଇଁ ସଂଘର୍ଷ କରୁଥିଲେ 41 ଜୀବନ । ପ୍ରଧାନମନ୍ତ୍ରୀ ଲଗାତାର ଘଟଣାର ଅପଡେଟ ନେଉଥିଲେ । ସେହି ଦିନ କେନ୍ଦ୍ର ସଡକ ପରିବହନ ଏହଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଘଟଣାସ୍ଥଳ ପହଞ୍ଚିଥିଲେ ।
20 ନଭେମ୍ବର ଅନ୍ତର୍ଜାତୀୟ ସୁଡଙ୍ଗ ବିଶେଷଜ୍ଞ ପହଞ୍ଚିଥିଲେ: ଟନେଲ ଭୁଶୁଡିବାକୁ 10 ଦିନ ବିତି ଯାଇଥିଲା । ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଥିଲା । 20 ନଭେମ୍ବରରେ ଅନ୍ତର୍ଜାତୀୟ ସୁଡଙ୍ଗ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟନେଲ ନିକଟରେ ସର୍ଭେ କରିଥିଲେ । ଭୂଲମ୍ବ (ଭର୍ଟିକାଲ) ଖନନ କାର୍ଯ୍ୟ ପାଇଁ ଜାଗା ନିରୂପଣ କରିଥିଲେ ।
21 ନଭେମ୍ବରରେ ସାମ୍ନାକୁ ଆସିଥିଲା 41 ଶ୍ରମିକଙ୍କ ଭିଡିଓ: ଅନ୍ଧାର ସୁଡଙ୍ଗରେ 41 ଶ୍ରମିକ ସୁରକ୍ଷିତ ଥିବା କୁହାଯାଉଥିଲା । 21 ତାରିଖ ଦିନ ଦେଶବାସୀଙ୍କୁ ସେହି 41 ଶ୍ରମିକଙ୍କୁ ଆଶ୍ବସ୍ତି ମିଳିଥିଲା ଯେବେ ସେମାନଙ୍କ ଭିଡିଓ ପ୍ରଥମ ଥର ସାମ୍ନାକୁ ଆସିଲା । ଅନ୍ଧାରୀ ସୁଡ଼ଙ୍ଗ ଭିତରୁ ଏକ ସମ୍ଭାବନା ଆଶା ଦେଖାଦେଇଥିଲା । 6 ଇଞ୍ଚର ପାଇପ୍ ଜରିଆରେ ଏଣ୍ଡ୍ରୋସ୍କୋପିକ କ୍ୟାମେରା ସୁଡ଼ଙ୍ଗ ଭିତରକୁ ପଠାଯାଇଥିଲା । ଏଥିସହ ୱାକିଟକି ଦ୍ବାରା ଶ୍ରମିକଙ୍କ ସହ କଥାବାର୍ତ୍ତା ହୋଇଥିଲା ।ଜଣେ ଶ୍ରମିକଙ୍କ ତାଙ୍କ ମାଆଙ୍କୁ ଭାବୁକଭାର ବାର୍ତ୍ତା ସମସ୍ତଙ୍କୁ ଭାବୁକ କରିଥିଲା ।
22 ନଭେମ୍ବରରେ ଦ୍ରୁତ ହୋଇଥିଲା ଉଦ୍ଧାରକାର୍ଯ୍ୟ, 45 ମିିଟର ଯାଏ ଡ୍ରିଲିଂ: ଦିନ ଗଡିବା ସହିତ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । 22 ନଭେମ୍ବରରେ 45ମିଟର ଯାଏ ଡ୍ରିଲିଂ ହୋଇଥିଲା । ଏହି ଦିନ ଉଦ୍ଧାରକାର୍ଯ୍ୟ ସରିବ ବୋଲି ଜଣାପଡିଥିଲା ମାତ୍ର ଅଚାନକ ଷ୍ଟିଲ ରଡ ରାସ୍ତାରେ ଆସିଥିଲା ଓ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହୋଇଥିଲା ।
23 ନଭେମ୍ବର ଶେଷ ହେବ ଉଦ୍ଧାରକାର୍ଯ୍ୟ: ଦୁର୍ଘଟଣାର 12 ଦିନ ପରେ ଆଜି ଉଦ୍ଧାରକାର୍ଯ୍ୟ ଶେଷ ହେବ ଓ ଆଲୋକ ଦେଖିବେ 41 ଶ୍ରମିକ ଏହି ଆଶାରେ ରହିଛନ୍ତି ସମସ୍ତେ । କଟର ସାହାଯ୍ୟରେ ଡ୍ରିଲିଂମେସିନରେ ରାସ୍ତା ଅଲଗା କରାଯିବ । ଏହା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆହରି 12ରୁ 15 ଘଣ୍ଟା ସମୟ ଲାଗିବ । ଏବେ 41 ମିଟର ଖୋଳା ଯାଇଥିବା ଉଦ୍ଧାରକାରୀ ଟିମ୍ ପାଖରୁ ସୂଚନା ମିଳିଛି । ଏନଡିଆରଏଫ ଡିଜି ଅତୁଲ କରାୱାଲ କହିଛନ୍ତି ଅଗର ମେସିନରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଭଲ ସଙ୍କେତ । 2ରୁ 3 ପାଇପ 6 ମିଟର ଭିତରକୁ ଯିବ । କୌଣସି ବାଧା ନ ଆସିଲେ ଆଜି ଦିନ ଶେଷ ସୁଦ୍ଧା ଅପରେସନକୁ ସଫଳତା ମିଳିବ ।