ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କିୟାରା ଟନେଲ ଦୁର୍ଘଟଣାକୁ 17ଦିନ ପୂରଣ ହୋଇଛି । 17ଦିନ ହେବ ଅନ୍ଧାରୀ ସୁଡଙ୍ଗ ଭିତରେ ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ଦିନ ପରେ ଦିନ ଗଢୁଛି ହେଲେ ଉଦ୍ଧାର କାର୍ଯ୍ୟରେ ସଫଳତା ମିଳୁନାହିଁ । ବଡ ବଡ ମେସିନ ଫେଲ ମାରିବା ପରେ ଏବେ ରାଟ ହୋଲ ମାଇନରଙ୍କୁ ଭରସା କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟର ଏହି ନିଷ୍ପତ୍ତି କେତେ ସଫଳ ହେବ, ଅପରେସନ ଲାଭଦାୟକ ହେବ କି ନାହିଁ ତାହା ସମୟ ସାପେକ୍ଷ । ଏହି ରାଟ ହୋଲ ମାଇନିଂ କ'ଣ ? ଏହା କିପରି ଉଦ୍ଧାର କାର୍ଯ୍ୟ କରାଯାଏ ? ଯେଉଁଠି ମେସିନ ଫେଲ ମାରିଲା ସେଠି ଏଥିରେ କିପରି ଖନନ ହେବ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାହାକୁ କୁହନ୍ତି ରାଟ ହୋଲ ମାଇନର ଜାଣନ୍ତୁ ।
-
#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
— ANI (@ANI) November 28, 2023 " class="align-text-top noRightClick twitterSection" data="
First visuals of manual drilling ongoing inside the rescue tunnel. Auger machine is being used for pushing the pipe. So far about 2 meters of… pic.twitter.com/kXNbItQSQR
">#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
— ANI (@ANI) November 28, 2023
First visuals of manual drilling ongoing inside the rescue tunnel. Auger machine is being used for pushing the pipe. So far about 2 meters of… pic.twitter.com/kXNbItQSQR#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
— ANI (@ANI) November 28, 2023
First visuals of manual drilling ongoing inside the rescue tunnel. Auger machine is being used for pushing the pipe. So far about 2 meters of… pic.twitter.com/kXNbItQSQR
ରାଟ ହୋଲ ମାଇନର କାହାକୁ କୁହନ୍ତୁ: ଆଉ ପ୍ରାୟ 8 ମିଟର ପରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଦଳ । 17 ଦିନ ହେବ ଟନେଲ ଭିତରେ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ବର୍ତ୍ତମାନ ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ମୁଖ୍ୟତଃ ରାଟ ହୋଲ ମାଇନିଂ ହିଁ ଭରସା । ରାଟ ହୋଲ ମାଇନିଂ ଅର୍ଥାତ ମୂଷା ଗାତ ଭଳି ଖଣି ଖୋଳା । ଏହା ଏକ ପୁରୁଣା ପଦ୍ଧତି । ଏଥିରେ ସିଦ୍ଧହସ୍ତଙ୍କୁ ରାଟ ହୋଲ ମାଇନର ବୋଲି କୁହାଯାଏ । ବିନା କୌଣସି ଯନ୍ତ୍ରରେ ହାତରେ ପଥର ଖୋଳି ଖୋଳି ସୁଡଙ୍ଗ ତିଆରି କରିଥାନ୍ତି ରାଟ ହୋଲ ମାଇନର । ଏହା ମନ୍ଥର ଓ ପରିଶ୍ରମ କାମ । ଏହି ଗର୍ତ୍ତ ଭିତରେ କେବଳ ଜଣେ ଲୋକ ଯାଇପାରିବ ।
କିପରି ହୁଏ ଖନନ କାର୍ଯ୍ୟ: ରାଟ ହୋଲ ମାଇନରଙ୍କ ଉପରେ ଏବେ ଉତ୍ତରାଖଣ୍ଡ ଟନେଲ ଉଦ୍ଧାର କାର୍ଯ୍ୟ ନ୍ୟସ୍ତ ହୋଇଛି । ପଥକୁ ଖୋଳି ଖୋଳି ସୁଡଙ୍ଗ ତିଆରି କରିବେ ରାଟ ହୋଲ ମାଇନର । ଏହି ଉଦ୍ଧାର କାର୍ଯ୍ୟରେ 6 ଜଣ ରାଟ ହୋଲ ମାଇନର 3ଟି ସିପ୍ଟରେ କାମ କରିବେ । 2ଜଣ ଲେଖାଏଁ ଶାବଳ, ହାତୁଡି ଓ ଝୁଡି ନେଇ 800 ମିମି ପାଇପରେ ପଶି ସୁଡଙ୍ଗ ଖୋଳିବେ । ଜଣେ ସୁଡଙ୍ଗ ଖୋଳିଲେ ଜଣେ ମାଟି ବାହର କରିବେ । ସେମାନେ ଥକି ଗଲେ ଆଉ ଦୁଇ ଜଣ କାର୍ଯ୍ୟ ଆରମ୍ଭ କରିବେ ।
ଏହା ବି ପଢନ୍ତୁ...ଟନେଲ ଟ୍ରାଜେଡିକୁ 17 ଦିନ: 3 ମିଟର ମାନୁଆଲ୍ ଡ୍ରିଲିଂ କଲେ ରାଟ୍ ହୋଲ୍ ମାଇନର
2014ରେ ବ୍ୟାନ କରିଥିଲା NTG: 2014ରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଶ୍ରମିକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏନଜିଟି ଦ୍ବାରା ଲଗାଯାଇଥିବା ବ୍ୟାନ ପରେ ବି ଅବୈଧ ଭାବରେ ରାଟ ହୋଲ ଖନନ କାର୍ଯ୍ୟ ଜାରି ରହିଛି । ରାଟ ହୋଲ ମାଇନିଂ ବିପଦପୂର୍ଣ୍ଣ । ଜୀବନ ଉପରେ ବିପଦ ଥାଏ । ଅସୁରକ୍ଷିତ ହୋଇଥିବାରୁ ଏହାକୁ ବ୍ୟାନ କରାଯାଇଥିଲା । ମେଘାଳୟରେ ଅନେକ ରାଟ ହୋଲ ମାଇନିଂ ଦ୍ବାରା ଜୀବନ ହରାଇଛନ୍ତି । ଫଳରେ ଏହାକୁ ନେଇ ଅନେକ ସମୟରେ ବିବାଦ ହୋଇଥିଲା । ତେବେ ଯାହା ଅତ୍ୟାଧୁନିକ ଅଗର ମେସିନ କରିପାରିଲା ନାହିଁ ରାଟ ହୋଲ ମାଇନର କିପରି କରୁଛନ୍ତି ତାହା ଉପରେ ସାରା ଦେଶର ନଜର ରହିଛି ।