ETV Bharat / bharat

ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ବାୟୁସେନା

author img

By ETV Bharat Odisha Team

Published : Nov 18, 2023, 11:41 AM IST

Tunnel collapse: ଉତ୍ତରାଖଣ୍ଡର ଉତ୍ତରକାଶୀ ସିକୟାରା ସାଇଟରେ ଟନେଲ ଭୁଶୁଡିବା ଘଟଣା । ସପ୍ତାହେ ହେଲା ମାଟି ଅତଡା ତଳେ 40 ଜୀବନ । ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ବାୟୁସେନା । ଅଧିକ ପଢନ୍ତୁ

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲୋ ବାୟୁସେନା
ଉଦ୍ଧାର କାର୍ଯ୍ୟରେ ସାମିଲ ହେଲୋ ବାୟୁସେନା

ଡେରାଡୁନ: ସପ୍ତାହେ ହେଲା ମାଟି ଅତଡା ତଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି 40 ଶ୍ରମିକ । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ସିକୟାରା ସାଇଟରେ ଟନେଲ ଭୁଶୁଡିବା ଘଟଣା 7 ଦିନରେ ପହଞ୍ଚିଥିବା ବେଳେ ଏ ଯାଏଁ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଏନଡିଆରଏଫ, ଅଗ୍ନିଶମ, ଆଇଟିବିପି, ମେଡିକାଲ ଟିମ୍ ମିଳିତ ଭାବେ ଦିନ ରାତି ରେସ୍କ୍ୟୁ ଅପରେସନରେ ଲାଗି ପଡିଛନ୍ତି । ଏବେ ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ ଉପକରଣ ଗୁଡିକୁ ଇନ୍ଦୋରରୁ ଡେରାଡୁନ ଆଣିବା ପାଇଁ ନିୟୋଜିତ ହୋଇଛି ଭାରତୀୟ ବାୟୁସେନାର (IAF) ସି-17 ଏୟାରକ୍ରାପ୍ଟ ।

ଏନେଇ ସୋସିଆଲ ମିଡିଆ ଏକ୍ସ (X)ରେ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । IAF ପକ୍ଷରୁ କୁହାଯାଇଛି ଯେ, "ଉତ୍ତରପ୍ରଦେଶର ଧରାସୁ ଠାରେ ଚାଲିଥିବା ଟନେଲ ଉଦ୍ଧାର କାର୍ଯ୍ୟରେ IAF ଏହାର କାର୍ଯ୍ୟ ଜାରି ରଖିଛି । ଇନ୍ଦୋରରୁ ଡେରାଡୁନ୍ ପର୍ଯ୍ୟନ୍ତ ପ୍ରାୟ 22 ଟନ ଓଜନର ଏକ ଯନ୍ତ୍ରପାତି ଆଣିବା ପାଇଁ ବାୟୁସେନାର ଏକ C-17 ଏୟାରକ୍ରାଫ୍ଟ ନିୟୋଜିତ ହୋଇଛି । ତେବେ କିଛି ଉପରକରଣ ପାଇଁ ଅପରେସନରେ ବାଧା ସୃଷ୍ଟି ହେବାରୁ ବାୟୁସେନା ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଛି ।

ଏହାମଧ୍ୟ ପଢନ୍ତୁ: ଉତ୍ତରକାଶୀ ଟନେଲ ଟ୍ରାଜେଡି: ‘ଆଉ 2-3 ଦିନ ମଧ୍ୟରେ ଉଦ୍ଧାରକାର୍ଯ୍ୟ ସାରିବାକୁ ଲକ୍ଷ୍ୟ’

ସେପଟେ ସମୟ ଯେତେ ବଢୁଛି ଭୟ ମଧ୍ୟ ସେତେ ବଢି ବଢି ଚାଲିଛି । ଅଘଟଣକୁ 6 ଦିନ ବିତିଯାଇଥିଲେ ମଧ୍ୟ ଏବେସୁଦ୍ଧା ମାତ୍ର 25 ମିଟର ପାଇପ ଭିତରକୁ ଯାଇପାରିଛି ରେସ୍କ୍ୟୁ ଟିମ୍ । ମାଟି ଅତଡା ଖସୁଥିବାରୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହେଉଛି । ଡ୍ରିଲିଂ ପାଇଁ ବ୍ୟବହାର କରାଯାଉଥିବା ଆମେରିକାର ଅଗର ମେସିନରେ ବି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି(ଶୁକ୍ରବାର) ଡ୍ରିଲିଂ ବେଳେ ପଥର ଚଟାଣ ସହ ମାଡ ହେବା ପରେ ଅଗର ମେସିନରେ କାମ ବନ୍ଦ ରହିଛି । ପାଖାପାଖି 60ମିଟର ଯାଏ ମାଟି ଖସିଥିବା ଅନୁମାନ କରାଯାଉଥିବା ବେଳେ ଏକ ଘଣ୍ଟାରେ ମାତ୍ର 5 ମିଟର ଡ୍ରିଲିଂ କରିପାରୁଛି ଏହି ମେସିନ ।

ଅନ୍ୟପଟେ ଏବେ ସୁଦ୍ଧା ଶ୍ରମିକମାନେ ମାଟି ଅତଡା ତଳେ ସୁରକ୍ଷିତ ଥିବା ଜଣାପଡିଛି । ସେମାନଙ୍କ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ, ଖାଦ୍ୟ, ପାଣି ପଠାଯାଉଛି । ସେମାନଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଉଛି । ନଭେମ୍ବର 11 ତାରିଖ ଦିନ ଏହି ନିର୍ମାଣଧୀନ ଟନେଲ ଭୁଶୁଡି ପଡିଥିଲା । ଟନେଲ ମଧ୍ୟରେ କାମ କରୁଥିବା ବେଳେ 40 ଜଣ ଶ୍ରମିକ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରେ 5 ଜଣ ଓଡିଆ ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.