ETV Bharat / bharat

Uttarakhand polls 2022: ଚଳିତମାସରେ ଉତ୍ତରାଖଣ୍ଡରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ଉତ୍ତରାଖଣ୍ଡ ଗସ୍ତ

ଆଗକୁ ଆସୁଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ( Uttarakhand polls 2022) । ଚଳିତ ମାସରେ ଉତ୍ତରାଖଣ୍ଡ ଗସ୍ତ କରି (PM Modi Visit Uttarakhand) କୁମାଓନରେ ରାଲି (Public Rally In Kumaon)କରିପାରନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Uttarakhand polls 2022: ଚଳିତମାସରେ ଉତ୍ତରାଖଣ୍ଡରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ

author img

By

Published : Dec 2, 2021, 11:17 AM IST

ନୂଆଦିଲ୍ଲୀ: ଆଗକୁ ଆସୁଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ( Uttarakhand polls 2022) । ଏନେଇ ରାଜନୈତିକ ଦଳ ଗୁଡିକ ସିଟ ହାତେଇବା ନେଇ ଆରମ୍ଭ କଲେଣି କସରତ । ତେବେ ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ମାସରେ ଉତ୍ତରାଖଣ୍ଡ ଗସ୍ତ କରି କୁମାଓନରେ ରାଲି କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi public rally in Kumaon region ) । ଏହା ହେଉଛି କୁମାଓନ ଜିଲ୍ଲାକୁ ପ୍ରଧାମନ୍ତ୍ରୀଙ୍କ ଦ୍ବିତୀୟ ଗସ୍ତ । ଏନେଇ ଭାରତୀୟ ଜନତା ପାର୍ଟି (BJP)ତରଫରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଚଳିତମାସ ୪ ତାରିଖରେ ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯିବା ନେଇ ସୂଚନା ରହିଥିବାବେଳେ ଡିସେମ୍ବର ୨୪ରେ କୁମାଓ ଜିଲ୍ଲାର ହଲ୍ଡଓ୍ବାନିରେ ଏହି ରାଲି ହେବାନେଇ ସୂଚନା ରହିଛି । ଡିସେମ୍ବର ୪ ରେ ମୋଦି ଉତ୍ତରାଖଣ୍ଡ ଗସ୍ତରେ ଆସି ଡେରାଡୁନରେ ୧୮ହଜାର କୋଟି ଟଙ୍କାର ୧୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନାପ୍ରଦାନ କରାଯାଇଛି । ଏଥି ସହ ୮ହଜାର ୩ଶହ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଦିଲ୍ଲୀ ଡେରାଡୁନ ଇକୋନୋମିକ କରିଡରକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଡେରାଡୁନରେ ପ୍ରଧାନମନ୍ତ୍ରୀ ଚାଇଲ୍ଡ ଫ୍ରେଣ୍ଡଲି ସିଟି, ଜଳ ଯୋଗାଣ, ସଡକ ଏବଂ ଡ୍ରେନେଜ ସିଷ୍ଟମର ବିକାଶ ସହ ଜଡିତ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏଥି ସହ ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ ହିମାଳୟ ସଂସ୍କୃତି କେନ୍ଦ୍ରର ଉଦଘାଟନ କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.