ଡେରାଡୁନ: ଭାରତକୁ କେଉଁଠି ବିଶାଳ ସମୁଦ୍ର ଘେରି ରହିଛି ତ ଆଉ କେଉଁଠି ସୀମାରେ ରହିଛି ପଡୋଶୀ ଦେଶର ଭୂଖଣ୍ଡ । ଏହି ସୀମାବର୍ତ୍ତୀ ଅଞ୍ଚଳରେ ଏକ ଗାଁ 'ଭାରତର ପ୍ରଥମ ଗାଁ' ଭାବେ ଆଖ୍ୟା ପାଇଛି । ତେବେ ଭାରତବାସୀ ଭାବେ ଦେଶର ପ୍ରଥମ ଗାଁ କେଉଁଠି ତାହା ଜାଣିବାକୁ ଆମ ମନରେ ନିଶ୍ଚିତ ଉତ୍କଣ୍ଠା ରହିଥାଏ । ଭାରତର ପ୍ରଥମ ଗାଁ ରହିଛି ଉତ୍ତରାଖଣ୍ଡରେ । ଯାହାର ନାମ ହେଉଛି 'ମାନା ଭିଲେଜ' । ଏହି ଗାଁ ପୂର୍ବରୁ ଭାରତର ଶେଷ ଗାଁ ଭାବେ ପରିଚୟ ହାସଲ କରିଥିଲା, ମାତ୍ର ନିକଟରେ ସରକାର ଏହାକୁ ଦେଶର ପ୍ରଥମ ଗାଁ ଭାବେ ନାମିତ କରିଛନ୍ତି ।
-
अब 'माणा' देश का आख़िरी नहीं बल्कि प्रथम गाँव के रूप में जाना जाएगा।
— Pushkar Singh Dhami (@pushkardhami) April 24, 2023 " class="align-text-top noRightClick twitterSection" data="
बीते वर्ष 21 अक्टूबर 2022 को माणा गांव से देश के यशस्वी प्रधानमंत्री श्री @narendramodi जी ने अपने भाषण में सीमांत गांव माणा को "देश के प्रथम गांव" के रूप में संबोधित किया था। हमारी सरकार सीमांत क्षेत्रों के… pic.twitter.com/tDv1e8oqnk
">अब 'माणा' देश का आख़िरी नहीं बल्कि प्रथम गाँव के रूप में जाना जाएगा।
— Pushkar Singh Dhami (@pushkardhami) April 24, 2023
बीते वर्ष 21 अक्टूबर 2022 को माणा गांव से देश के यशस्वी प्रधानमंत्री श्री @narendramodi जी ने अपने भाषण में सीमांत गांव माणा को "देश के प्रथम गांव" के रूप में संबोधित किया था। हमारी सरकार सीमांत क्षेत्रों के… pic.twitter.com/tDv1e8oqnkअब 'माणा' देश का आख़िरी नहीं बल्कि प्रथम गाँव के रूप में जाना जाएगा।
— Pushkar Singh Dhami (@pushkardhami) April 24, 2023
बीते वर्ष 21 अक्टूबर 2022 को माणा गांव से देश के यशस्वी प्रधानमंत्री श्री @narendramodi जी ने अपने भाषण में सीमांत गांव माणा को "देश के प्रथम गांव" के रूप में संबोधित किया था। हमारी सरकार सीमांत क्षेत्रों के… pic.twitter.com/tDv1e8oqnk
ଭାରତ-ଚୀନ ସୀମାରେ ରହିଛି ଏହି ଗାଁ । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା 'ମାଣା' ଗାଁକୁ ଦେଶର ଶେଷ ଗାଁ ବୋଲି କୁହାଯାଉଥିଲା, ମାତ୍ର ଏହାକୁ ଏବେ 'ଦେଶର ପ୍ରଥମ ଗାଁ' ଭାବେ ଜଣାଯିବ । ଗାଁରେ ପୂର୍ବରୁ ଲାଗିଥିବା ଭାରତର ଶେଷ ଗାଁ ଫଳକକୁ ହଟାଯାଇ ପ୍ରଥମ ଗାଁର ଫଳକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଏନେଇ ଘୋଷଣା କରିଛନ୍ତି । ଗତ ୨୦୨୨ ଅକ୍ଟୋବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଣା ଗ୍ରାମକୁ ଦେଶର ପ୍ରଥମ ଗାଁ ବୋଲି କହିଥିଲେ । ତେବେ ଆଜିଠୁ ବିଧିବଦ୍ଧ ଭାବେ ନୂଆ ଫଳକ ଲଗାଯାଇ ମାନାକୁ ଦେଶର ପ୍ରଥମ ଗାଁ ଭାବେ ଜଣାଯିବ ବୋଲି ଟ୍ବିଟ କରି କହିଛନ୍ତି ଧାମି ।
ଏହା ବି ପଢନ୍ତୁ- ଦେଢବର୍ଷର ଝିଅ ସହ ନିଜେ ଏସିଡ୍ ପିଇଲା ମା’
ବିଜେପି ନେତୃତ୍ବାଧୀନ ସରକାର ସଦାସର୍ବଦା ସୀମାବର୍ତ୍ତୀ ଅଞ୍ଚଳର ବିକାଶ ଲାଗି ପ୍ରୟାସ କରିଥାଏ ବୋଲି ଏହି ଟ୍ବିଟ୍ରେ କହିଛନ୍ତି ଧାମି । ବୋର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ଲଗାଯାଇଥିବା ବୋର୍ଡର ଫଟୋକୁ ଧାମି ଟ୍ବିଟ୍ କରି ସେୟାର କରିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ଗ୍ରାମାଞ୍ଚଳର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ବିଶେଷ ଧ୍ୟାନ ଦେଇଛି । ନିରନ୍ତର ଭାବେ ଏହାର ବିକାଶ ଲାଗି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ହାତକୁ ନିଆଯାଉଛି । ସୀମାବର୍ତ୍ତୀ ଗ୍ରାମରେ ଅଧିବାସୀ ଯେପରି ସମସ୍ତ ସୁବିଧା ସୁଯୋଗ ପାଇବେ ତାହା ଉପରେ ଧ୍ୟାନ ଦିଆଯାଉଥିବା କହିଛନ୍ତି ଧାମି ।
ଏହି ସୀମାବର୍ତ୍ତୀ ଅଞ୍ଚଳରେ ସ୍ଥାନୀୟ ପରମ୍ପରା, ପାରମ୍ପରିକ ବେଶଭୂଷା, ଖାଦ୍ୟ, ଚାଲିଚଳଣି, ଭାଷା ଆଦିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଏହି ଅଞ୍ଚଳରେ ପର୍ଯ୍ୟଟନ ମାଧ୍ୟମରେ କିପରି ଏହାକୁ ପ୍ରୋତ୍ସାହିତ କରାଯିବ ତାହା ଉପରେ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଗ୍ରାମ ପଞ୍ଚାୟତର ମିଳିତ ଉଦ୍ୟମରେ ଏହାର ଉପରେ କାର୍ଯ୍ୟ କରାଯାଉଛି । ଭିଲେଜ ପ୍ରୋଗ୍ରାମ ଯୋଜନା ମାଧ୍ୟମରେ ଏହା କରାଯାଉଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳରୁ ଦାଦନ ସମସ୍ୟାକୁ ମଧ୍ୟ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ ସୀମାବର୍ତ୍ତୀ ଅଞ୍ଚଳର ଅଧିବାସୀ କିପରି ଦେଶର ସୁରକ୍ଷା ଦିଗରେ ଅଂଶଗ୍ରହଣ କରିବେ ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି ।