ETV Bharat / bharat

‘ଏକକ ନାଗରିକ ସଂହିତା’ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ !

author img

By ETV Bharat Odisha Team

Published : Jan 14, 2024, 10:15 PM IST

Updated : Jan 14, 2024, 11:05 PM IST

Uttarakhand likely to become first state to implement UCC: ରାଜନାଥ କହିଲେ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ଲାଗୁ କରିବ ଉତ୍ତରାଖଣ୍ଡ । ଅଧିକ ପଢନ୍ତୁ

‘ ଏକକ ନାଗରିକ ସଂହିତା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ ’

ଲକ୍ଷ୍ନୌ: ବହୁଚର୍ଚ୍ଚିତ ‘ଏକକ ନାଗରିକ ସଂହିତା’ ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଉତ୍ତରାଖଣ୍ଡ । ଧାମି ସରକାର ରାଜ୍ୟରେ ଏହାକୁ ଲାଗୁ କରିବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ତେଣୁ ଏହାର କାର୍ଯ୍ୟକାରିତାର ସଫଳ ରୂପାୟନରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ରାଜନାଥ ଏହି ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି ।

ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଉତ୍ତରାଖଣ୍ଡର ମୂଳବାସିନ୍ଦାଙ୍କ ଦ୍ବାରା ଆୟୋଜିତ ‘ଉତ୍ତରାୟାଣୀ କୌଟିକ’ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ରାଜନାଥ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଏକକ ନାଗରିକ ସଂହିତା ଲାଗୁ କରିବା ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟା ସମ୍ପର୍କରେ କହିଥିଲେ । ରାଜନାଥ ଏହି ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ,‘‘ ଯଦି କୌଣସି ରାଜ୍ୟ ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିବାକୁ ଯାଉଛି, ତାହା ହେଉଛି ଉତ୍ତରାଖଣ୍ଡ ।’’ ତେବେ ଏହା ସମ୍ପର୍କରେ ବିସ୍ତୃତ ଭାବେ କିଛି କହିନଥିଲା ବେଳେ ଧାମି ସରକାରଙ୍କ ଅନ୍ୟ କିଛି ନୀତିକୁ ପ୍ରଶଂସା କରିଥିଲେ । ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶ ଠାରୁ ବିଭାଜିତ ହେବାର ଦୀର୍ଘ 10 ବର୍ଷ ପରେ ମଧ୍ୟ ସେଠାରେ ଏକାଧିକ ପ୍ରସଙ୍ଗରେ ବିବାଦ ସମାଧାନ ହୋଇନି । ହେଲେ ଉତ୍ତର ପ୍ରଦେଶ ଠାରୁ ବିଭାଜିତ ହୋଇଥିବା ଉତ୍ତରାଖଣ୍ଡ କ୍ଷେତ୍ରରେ ଆଜି ସେପରି କୌଣସି ସମସ୍ୟା ନାହିଁ ବୋଲି ରାଜନାଥ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଘାଟିରେ ଆତଙ୍କବାଦୀଙ୍କୁ ମିଳିବନି ନିସ୍ତାର: ସେନା ଆରମ୍ଭ କଲା ‘ଅପରେସନ ସର୍ବଶକ୍ତି’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକକ ନାଗରିକ ସଂହିତା ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରମୁଖ ନିର୍ବାଚନୀ ଇସ୍ତାହାର ମଧ୍ୟରୁ ଅନ୍ୟତମ । ଏହାକୁ ଏକାଧିକ ବିଜେପିଶାସିତ ରାଜ୍ୟମାନେ ମଧ୍ୟ ଲାଗୁ କରିବା ନେଇ ଘୋଷଣା କରିସାରିଛନ୍ତି । ହେଲେ ଉତ୍ତରାଖଣ୍ଡରେ ଧାମି ସରକାର ଏଦିଗରେ ପାଦେ ଆଗରେ ରହିଛି । ଉତ୍ତରାଖଣ୍ଡ ସରକାର ଏହାର କାର୍ଯ୍ୟକାରିତା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିସାରିଛି । ପୁଷ୍କର ସିଂ ଧାମି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇଥିଲେ । ସର୍ବୋଚ୍ଚ କୋର୍ଟର ପୂର୍ବତନ ତଥା ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ସରକାର ଏକ ୟୁସିସି କମିଟି ଗଠନ କରି ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କମିଟି ଏବେ ତାର ଅନୁଧ୍ୟାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2024, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.