ETV Bharat / bharat

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ, ୟୁପି ନିର୍ବାଚନରେ ନେଇପାରନ୍ତି ବଡ ଦାୟିତ୍ବ - ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଉତ୍ତରାଖଣ୍ଡ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବେବିରାଣୀ ମୌର୍ଯ୍ୟ । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

Uttarakhand Governor Baby Rani Maurya resigns
ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବେବିରାଣୀ ମୌର୍ଯ୍ୟ,ୟୁପି ନିର୍ବାଚନରେ ନେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
author img

By

Published : Sep 8, 2021, 3:57 PM IST

ଡେରାଡୁନ: ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ସୂଚନା ଦିଆଯାଇଛି ।

ଗତ କିଛି ଦିନ ହେଲା ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିଲା । ଗତ ଅଗଷ୍ଟ ୨୬ରେ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ତିନିବର୍ଷ ପୂରଣ କରିଥିଲେ । ଗତ ଦୁଇଦିନ ତଳେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ। ଏହା ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିଲା । ସୂତ୍ର ଅନୁସାରେ ଆଗାମୀ ବିଧାନସଭା ନିର୍ବାନଚକୁ ନଜରରେ ରଖି ବେବିରାଣୀ ମୌର୍ଯ୍ୟଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦିଆଯିବା ସମ୍ଭାବନା ରହିଛି । ଉତ୍ତରପ୍ରଦେଶ ରାଜନୀତିରେ ପୁଣି ସକ୍ରିୟ ହେବେର । ଉତ୍ତରାଖଣ୍ଡର ରାଜ୍ୟପାଳ ଦାୟିତ୍ବ ସମ୍ଭାଳିଥିବା ବେବିରାଣୀ ମୌର୍ଯ୍ୟ ହେଉଛନ୍ତି ଉତ୍ତରାଖଣ୍ଡର ଦ୍ବିତୀୟ ମହିଳା ରାଜ୍ୟପାଳ । ଏହା ପୂର୍ବରୁ ରାଜ୍ୟରେ ମାର୍ଗାରେଟ ଆଲଭା ରାଜ୍ୟର ଦାୟିତ୍ବ ଗ୍ରହଣ କରିଥିଲେ ।

ଉତ୍ତରପ୍ରଦେଶର ଆଗ୍ରାରେ ବେବିରାଣୀ ମୌର୍ଯ୍ୟ ୧୫ ଅଗଷ୍ଟ ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୬ ଅଗଷ୍ଟ ୨୦୧୮ରୁ ସେ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ୯୦ ଦଶକର ପ୍ରାରମ୍ଭରେ ବିଜେପିର ସଦସ୍ୟ ଭାବରେ ସକ୍ରିୟ ରାଜନୀତିରେ ସେ ପ୍ରବେଶ କରିଥିଲେ। ସୂଚନାଥାଉକି ଆସନ୍ତାବର୍ଷ ଅର୍ଥାତ ୨୦୨୨ରେ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ ସହ ପାଞ୍ଚଟି ରାଜ୍ୟରେ ହେବ ବିଧାନସଭା ନିିର୍ବାଚନ । ଏହାକୁ ନଜରରେ ରଖି ବିଜେପି ତୃଣମୂଳ ସ୍ତରରୁ ନିଜର ସମସ୍ତ ନେତା କର୍ମୀ ଓ ସଂଗଠନକୁ ମଜବୁତ କରୁଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.