ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଦାୟ ନିଶ୍ଚିତ ! ମଙ୍ଗଳବାର ବିଜେପି ବିଧାୟକଦଳ ବୈଠକ

ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ହଟାଇବା ଦାବି ମଧ୍ୟରେ ମଙ୍ଗଳବାର ଡେରାଡୁନରେ ବସିବାକୁ ଯାଉଛି ବିଜେପି ବିଧାୟକଦଳ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏବି ବୈଠକ ବସିବ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଦାୟ ନିଶ୍ଚିତ ! ମଙ୍ଗଳବାର ବିଜେପି ବିଧାୟକଦଳ ବୈଠକ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଦାୟ ନିଶ୍ଚିତ ! ମଙ୍ଗଳବାର ବିଜେପି ବିଧାୟକଦଳ ବୈଠକ
author img

By

Published : Mar 8, 2021, 10:18 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ହଟାଇବା ଦାବି ମଧ୍ୟରେ ମଙ୍ଗଳବାର ଡେରାଡୁନରେ ବସିବାକୁ ଯାଉଛି ବିଜେପି ବିଧାୟକଦଳ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏବି ବୈଠକ ବସିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସୋମବାର ସଂଧ୍ୟାରେ ଦିଲ୍ଲୀରେ ବିଜେପି ନେତା ଅନିଲ ବଲୁନିଙ୍କ ଘରେ ପହଞ୍ଚିଥିଲେ ।

ସେପଟେ ସଂସଦ ଭବନରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ତରାଖଣ୍ଡର କେନ୍ଦ୍ର ପର୍ଯ୍ୟବେକ୍ଷକ ଦୁଷ୍ଯନ୍ତ ଗୌତମଙ୍କୁ ସାକ୍ଷାତ କରିଛନ୍ତି । ଏହାରି ମଧ୍ୟରେ ଦଳର ମହାସଚିବ ବିଏଲ ସନ୍ତୋଷ ମଧ୍ୟ ବିଜେପି ଅଧ୍ୟକ୍ଷ ଓ ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଂଗଠନିକ ମହାସଚିବ ବିଏଲ ସନ୍ତୋଷ ଗୃହମନ୍ତ୍ରୀଙ୍କ ସହିତ କରିଛନ୍ତି ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ରାଜନୈତିକ ହଲଚଲକୁ ନେଇ ଏହି ବୈଠକ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୂର୍ବରୁ ହିଁ ଅମିତ ଶାହଙ୍କ ସହିତ ବୈଠକ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.