ETV Bharat / bharat

ରାଜଭବନରେ ପହଞ୍ଚିଲେ CM ଧାମି, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା

author img

By

Published : Mar 11, 2022, 2:10 PM IST

Updated : Mar 11, 2022, 2:38 PM IST

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଅଧିକ ପଢନ୍ତୁ

ରାଜଭବନ ପହଞ୍ଚିଲେ CM ଧାମି, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜଭବନ ପହଞ୍ଚି ଦେଇଛନ୍ତି ଇସ୍ତଫା ପତ୍ର । ସେ ରାଜ୍ୟପାଳ ଗୁରମିତ ସିଂଙ୍କୁ ଭେଟି ଏହି ଇସ୍ତଫା ପତ୍ର ଦେଇଛନ୍ତି । ଗତକାଲି(ଗୁରୁବାର) ଉତ୍ତରାଖଣ୍ଡ ବିଧାନସଭା ଫଳାଫଳ ଆସିବା ପରେ ଖାତିମା ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢୁଥିବା ଧାମି ସେଠାରୁ ପରାଜୟ ହୋଇଥିଲେ । ଏହା ପରେ ଆଜି ସେ ଇସ୍ତଫା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ ଅନ୍ୟ ୪ ମନ୍ତ୍ରୀ ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ହୋଇଛି । ଦ୍ବିତୀୟ ଥର ଲାଗି ଲଗାତାର ସରକାର ଗଢିବାକୁ ଯାଉଛି ବିଜେପି । ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଥିଲା । ଏକଜିଟ ପୋଲ ଅନୁସାରେ ରାଜ୍ୟରେ ଉଭୟ ଦଳ ଝୁଲା ସରକାର ଗଢିବାର ସମ୍ଭାବନା ରହିଥିଲା । ମାତ୍ର ବିଜେପିକୁ ମିଳିଛି ସଂଖ୍ୟା ଗରିଷ୍ଠତା । ଦଳ ମୋଟ ୭୦ଟି ଆସନରୁ ସର୍ବାଧିକ ୪୭ଟି ଆସନ ହାତେଇଛି । ସେପଟେ କଂଗ୍ରେକ ଖାତାକୁ ଯାଇଛି ୧୮ଟି ଆସନ ।

ନିଜକୁ କଂଗ୍ରେସ ପକ୍ଷରୁ ଯୋଗ୍ୟ ମୁଖ୍ୟମନ୍ତ୍ରୀ କହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନ ହାରିଯାଇଛନ୍ତି । ସେ ଲାଲକୁଆଁ ଆସନରୁ ନିର୍ବାଚନ ଲଢୁଥିଲେ । ଏବେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ଖୁବଶୀଘ୍ର ବିଜେପି ବିଧାୟକ ମଣ୍ଡଳ ବୈଠକ ହେବ । ଏହି ବୈଠକରେ ନିର୍ବାଚିତ ବିଧାୟକ ନିଜର ନେତା ଚୟନ କରିବେ । ମତଦାନ ପୂର୍ବରୁ କୁହାଯାଉଥିଲା ଯେ ଧାମି ହିଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ଖାତିମାରୁ ଧାମି ନିର୍ବାଚନ ହାରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2022, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.