ETV Bharat / bharat

ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି ଆରମ୍ଭ - କୋରୋନା ମହାମାରୀ

କୋରୋନା ମହାମାରୀ ଦୃଷ୍ଟିରୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି କାର୍ଯ୍ୟକୁ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ବିଧାନସଭା ନିର୍ବାଚନ ପାଇଁ ଉତ୍ତରାଖଣ୍ଡରେ ପ୍ରସ୍ତୁତି ଆରମ୍ଭ

author img

By

Published : Jun 6, 2021, 10:16 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋରୋନା ମହାମାରୀ ମଧ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବୁଥ ନମ୍ବର ବଢାଇବାକୁ ଯୋଜନା କରିଥିବା ଜଣାପଡିଛି ।

ଯେଉଁ ବୁଥରେ 1000ରୁ ଅଧିକ ମତଦାତା ରହିଛନ୍ତି ସେହି ସ୍ଥାନରେ ଅଧିକ ବୁଥ ଖୋଲାଯିବ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ 18 ତାରିଖରେ ବିଧାନସଭାର କାର୍ଯ୍ୟାଳୟ ଶେଷ ହେବାକୁ ଯାଉଥିବା ନିର୍ବାଚନ ଆୟୋଗ ମୁଖ୍ୟ ସୌଜନ୍ୟ କହିଛନ୍ତି । କୋରୋନା ମହାମାରୀର ଭୟବହତାକୁ ଦେଖି ଆଗାମୀ ବର୍ଷ ଲାଗି ଏବେଠାରୁ ପ୍ରସ୍ତୁତିକୁ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତି । ମହାମାରୀରେ ସୁଧାର ଆସିବା ପରେ ପ୍ରସ୍ତୁତି କାର୍ଯ୍ୟକୁ ଆହୁରି ଜୋରଦାର କରାଯିବ ।

ତେବେ ଉତ୍ତରାଖଣ୍ଡରେ ମୋଟ 11 ହଜାର 200ଟି ବୁଥ ରହିଛି । ବୁଥଗୁଡିକୁ EVM, VVPAT ଓ ବାଲୋଟ ୟୁନିଟ୍ସ ପଠାଇବାକୁ ପୋଲର ଅଧିକାରୀଙ୍କୁ କୁହାଯାଇଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମତଦାତାଙ୍କ ଭୋଟର ପ୍ରମାଣପତ୍ରକୁ ଅପଡେଟ କରିବା ପାଇଁ କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ମୋଟ 79.66 ଲକ୍ଷ ମତଦାତା ରହିଥିବା ବେଳେ 82 ହଜାର ସର୍ଭିସ ଭୋଟର ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.