ETV Bharat / bharat

Ban on Baba Ramdev medicines: ଉତ୍ତରାଖଣ୍ଡରେ ବାବା ରାମଦେବଙ୍କ ୫ଟି ଔଷଧ ବ୍ୟାନ

author img

By

Published : Nov 11, 2022, 12:16 PM IST

ବାବା ରାମଦେବଙ୍କ ଦିବ୍ୟା ଫାର୍ମାସିକୁ ଝଟକା । ବିବାଦୀୟ ବିଜ୍ଞାପନ ନେଇ ଉତ୍ତରାଖଣ୍ଡରେ ଦିବ୍ୟା ଫାର୍ମାସିର ପାଞ୍ଚୋଟି ଔଷଧ ଉପରେ ରୋକ୍‌ ଲଗାଇଛି ୟୁନାନି ଲାଇସେନ୍ସ ଅଥୋରିିଟି । ଅଧିକ ପଢନ୍ତୁ

Ban on Baba Ramdev medicines
Ban on Baba Ramdev medicines

ଡେରାଡୁନ: ବିବାଦୀୟ ବିଜ୍ଞାପନ ନେଇ ପତଞ୍ଜଳିର ଉତ୍ପାଦକ ଦିବ୍ୟା ଫାର୍ମାସିର ପାଞ୍ଚୋଟି ଔଷଧ ଉପରେ ରୋକ ଲଗାଇଛି ୟୁନାନି ଲାଇସେନ୍ସ ଅଥୋରିିଟି । ଏହି ପାଞ୍ଚଟି ଔଷଧ ହେଲା ବିପିଗ୍ରେଟ, ମଧୁଗ୍ରେଟ, ଥାଇରୋଗ୍ରେଟ, ଲିପିଡୋମ ଏବଂ ଆଇଗ୍ରିଟ ଗୋଲ୍ଡ । ଏହି ସମସ୍ତ ଔଷଧ ଉଚ୍ଚ ରକ୍ତଚାପ, ଡାଇବିଟିସ, ଗୋଇଟର, ଗ୍ଲୁକୋମା ଏବଂ କଲେଷ୍ଟ୍ରଲ ରୋଗୀମାନେ ବ୍ୟବହାର କରିଥାନ୍ତି । ଜୁଲାଇ ମାସରେ କେରଳର ଜଣେ ଡାକ୍ତର କେବି ବାବୁ ପ୍ରଥମେ ଅଭିଯୋଗ କରିଥିଲେ । ଡ୍ରଗ୍ସ ଏବଂ ମ୍ୟାଜିକ୍ ରିମେଡିଜ୍ ଆକ୍ଟ 1954, ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ 1940 ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ 1945ର ଉଲ୍ଲଂଘନ କରିଥିବା ନେଇ ସେ ଅଭିଯୋଗ କରିଥିଲେ ।

ଅକ୍ଟୋବର 11 ରେ ବାବୁ ପୁଣି ଥରେ ଇମେଲ ଦ୍ବାରା ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ(SLA) ନିକଟକୁ ପୁଣି ଅଭିଯୋଗ ପତ୍ର ପଠାଇଥିଲେ । କର୍ତ୍ତୃପକ୍ଷ ପତଞ୍ଜଳିଙ୍କୁ ଫର୍ମୁଲା ସିଟ୍ ଏବଂ ଲେବଲ୍ ରେ ପରିବର୍ତ୍ତନ କରି ସମସ୍ତ ଔଷଧ ପାଇଁ ପୁନଃ ଅନୁମୋଦନ ମାଗିବାକୁ କହିଛନ୍ତି । ସଂଶୋଧନ ପାଇଁ ଅନୁମୋଦନ ନେବା ପରେ କମ୍ପାନୀ ପୁନର୍ବାର ଉତ୍ପାଦନ ଆରମ୍ଭ କରିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯୁଗ୍ମ ନିର୍ଦ୍ଦେଶକ ତଥା ଡ୍ରଗ୍ କଣ୍ଟ୍ରୋଲର ଡକ୍ଟର ଜିସିଏନ୍ ଜାଙ୍ଗପଙ୍ଗୀ ଦିବ୍ୟ ଫାର୍ମାସିକୁ ମିଡିଆରୁ ଆପତ୍ତିଜନକ ବିଜ୍ଞାପନ ହଟାଇବାକୁ କହିଛନ୍ତି । ଭବିଷ୍ୟତରେ କେବଳ ଅନୁମୋଦିତ ବିଜ୍ଞାପନ ଚଳାଇବାକୁ ପରାମର୍ଶ ଦେଇଥିବା ବେଳେ ଉତ୍ପାଦନ ଲାଇସେନ୍ସ ପ୍ରତ୍ୟାହାର କରିବାକୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦକ୍ଷିଣ ଭାରତରେ ଆଜିଠୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ବେଙ୍ଗାଲୁରୁରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବାବା ରାମଦେବଙ୍କ ଦିବ୍ୟ ଫାର୍ମାସି ତରଫରୁ କୁହାଯାଇଛି ଯେ, ସେମାନଙ୍କ ଦ୍ବାରା ପ୍ରସ୍ତୁତ ସମସ୍ତ ଉତ୍ପାଦ ଏବଂ ଔଷଧ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରାଯାଇଥାଏ । ଯାହା ସମସ୍ତ ଆଇନଗତ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ଅଟେ । ପତଞ୍ଜଳିର ଔଷଧ ଉତ୍ପାଦନ ୟୁନିଟ୍ ଦିବ୍ୟା ଫାର୍ମାସି ମଧ୍ୟ ଆୟୁର୍ବେଦ ପରମ୍ପରାରେ ସର୍ବୋଚ୍ଚ ଅନୁସନ୍ଧାନ ଏବଂ ଗୁଣବତ୍ତା ସହିତ ଆନ୍ତର୍ଜାତୀୟ ମାନକ ଅନୁଯାୟୀ ଔଷଧ ତିଆରି କରୁଥିବା ଏକ ସଂସ୍ଥା ଅଟେ । ଯାହାକି ୫୦୦ରୁ ଅଧିକ ବୈଜ୍ଞାନିକଙ୍କ ସାହାଯ୍ୟରେ ପ୍ରିକ୍ଲିନିକାଲ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ଆଧାରରେ ରୋଗୀର ହିତ ପାଇଁ ଦେଶ ସମ୍ମୁଖରେ ଉପସ୍ଥାପନ କରିଥିଲା । ଯେଉଁମାନେ ଆୟୁର୍ବେଦ ବିରୋଧରେ ରହିଛନ୍ତି, ସେମାନଙ୍କୁ ସର୍ବଦା ପ୍ରମାଣ ଏବଂ ତଥ୍ୟ ସହିତ ଉତ୍ତର ଦିଆଯାଇଛି ।

ଦିବ୍ୟା ଫାର୍ମାସିର ଅଧିକାରୀମାନେ ଆହୁରି କହିଛନ୍ତି, "ଗଣମାଧ୍ୟମରୁ ମିଳିଥିବା ସୂଚନାଅନୁସାରେ ସ୍ପଷ୍ଟ ଜଣାପଡୁଛି ଯେ ଆୟୁର୍ବେଦ ବିରୋଧୀ କିଛି ଔଷଧ ମାଫିଆଙ୍କ ଏହା ଷଡଯନ୍ତ୍ର । କିନ୍ତୁ ଆମେ କୌଣସି ମତେ ସଫଳ ହେବାକୁ ଦେବୁନାହିଁ । ବିଭାଗୀୟ ସ୍ତରରେ ଯୋଗାଯୋଗ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଚିଠି କିମ୍ବା ସୂଚନା ଉପଲବ୍ଧ ହୋଇନାହିଁ । ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହେଉଥିବା ଆପତ୍ତି ଜନକ ବିଜ୍ଞାପନ ଉପରେ ଆମନେ ସେପ୍ଟେମ୍ବର ୩୦ତାରିଖରେ ଉତ୍ତର ଦେଇସାରିଛୁ । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଷଡଯନ୍ତ୍ର କରାଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.