ETV Bharat / bharat

ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଫସି ରହିଥିବା ୧୧ ବିଦେଶୀ ଟ୍ରେକର ଉଦ୍ଧାର କଲା SDRF ଟିମ - ତୁଷାରପାତ

ଉତ୍ତରାଖଣ୍ଡ ପିଣ୍ଡୋରି ଗ୍ଲେସିଅର ନିକଟରେ ପ୍ରବଳ ତୁଷାରପାତ ପରେ ହିମସ୍ଖଳନ । ୧୧ ବିଦେଶୀ ଟ୍ରେକରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା SDRF ଟିମ୍‌ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 21, 2023, 10:42 PM IST

ଡେରାଡୁନ: ଉତ୍ତରାଖଣ୍ଡ ବାଘେଶ୍ବର ଜିଲ୍ଲା ପିଣ୍ଡୋରି ଗ୍ଲେସିଅର ନିକଟରେ ପ୍ରବଳ ତୁଷାରପାତ । ଏହି ତୁଷାରପାତରେ ଫସି ରହିଥିବା ପ୍ରାୟ ୧୧ ଜଣ ବିଦେଶୀ ଟ୍ରେକରଙ୍କ ସମେତ ଭାରତୀୟ ଗାଇଡକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଛି SDRF ଟିମ୍‌ । ସମସ୍ତଙ୍କୁ ପଏଣ୍ଟ ଜିରୋ ନିକଟକୁ ଅଣାଯାଇଛି । ତେବେ ଏମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନ ହେଲିକପ୍ଟର ମାଗିଥିବା ଜଣାପଡ଼ିଛି । ଏହାସହ ଉଦ୍ଧାର ଲାଗି NDRF ଟିମ୍‌ ମଧ୍ୟ ନିୟୋଜିତ ହୋଇଛି ।

ହିମାଳୟ କ୍ଷେତ୍ରର ଉପରି ଭାଗରେ ହିମସ୍ଖଳନ ହେବା ପରେ ୧୪ଜଣିଆ ବିଦେଶୀ ଟ୍ରେକର ଟିମଙ୍କ ସମେତ ଜଣେ ଭାରତୀୟ ଗାଇଡ୍‌ ଫସି ରହିଥିଲେ । ବିଦେଶୀ ଟ୍ରେକରମାନେ ପିଣ୍ଡୋରିଠାରେ ଫସି ରହିଥିଲେ । ପ୍ରବଳ ତୁଷାରପାତ ସାଙ୍ଗକୁ ହିମସ୍ଖଳନ ହେବା ପରେ ଏମାନେ ସାଟେଲାଇଟ ଫୋନରେ ସୂଚନା ଦେଇଥିଲେ । ଏହାସହ ଏମାନେ ସାଥୀରେ ନେଇଥିବା ଜିନିଷପତ୍ର ବରଫ ଭିତରେ ପୋତି ହୋଇଯାଇଥିବା ସମ୍ପର୍କରେ ମଧ୍ୟ କହିଥିଲେ । ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଆଲର୍ଟ ହୋଇଥିଲା । ତୁରନ୍ତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା ।

ଏହା ବି ପଢନ୍ତୁ- Poonch Terror Attack: ୫ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

ଏମାନଙ୍କୁ ପଏଣ୍ଟ ଜିରୋକୁ ଅଣାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଲାଗି ହେଲିକପ୍ଟର ମାଗିଛି ଜିଲ୍ଲା ପ୍ରଶାସନ । ସୂଚନା ଥାଉ କି ଚଳିତ ମାସ ଆରମ୍ଭରୁ ଏକ ୧୩ ଜଣିଆ ବିଦେଶୀ ଟ୍ରେକର ଜଣେ ଭାରତୀୟ ଗାଇଡଙ୍କ ସହିତ ପିଣ୍ଡୋରି ଗ୍ଲେସିଅର ନିକକୁ ଯାଇଥିଲେ । ଏପ୍ରିଲ ୩ ତାରିଖରେ ବନ ବିଭାଗର ଶେଷ ଚେକପୋଷ୍ଟ ଜଙ୍କୁନିଠାରେ ଏମାନେ ରେଜିଷ୍ଟ୍ରେସନ କରିବା ପରେ ଆଗକୁ ବଢିଥିଲେ । ଏହି ଟିମ୍‌କୁ ପିଣ୍ଡୋରି ଗ୍ଲ୍ସେସିଅରର ଶୀର୍ଷ ଭାଗକୁ ଅତିକ୍ରମ କରି ମୁନସ୍ୟାରି ଯିବାର ଥିଲା । ଗତ କିଛି ଦିନ ଧରି ଗ୍ଲେସିଅର ନିକଟରେ ପ୍ରବଳ ତୁଷାରପାତ ପରେ ହିମସ୍ଖଳନ ହୋଇଥିଲା । ଏଥିରେ ସେମାନଙ୍କ ରାଶନ ସାମଗ୍ରୀ ବରଫ ଭିତରେ ପୋତି ହୋଇଯାଇଥିଲା ।

ଏଡିଏମ ଚନ୍ଦ୍ର ସିଂ ଇମଲାଲ କହିଛନ୍ତି ଯେ ସକାଳେ ଟ୍ରେକରମାନେ ସୁରକ୍ଷିତ ଥିବା ନେଇ ସୂଚନା ମିଳିଥିଲା । ସେମାନେ ହିମସ୍ଖଳନ ହେବା ପରେ ସାଟେଲାଇଟ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ଟ୍ରେକରମାନଙ୍କୁ ସୁରକ୍ଷିତ ଭାବେ ପିଣ୍ଡୋରି ବାବାଜିର କୁଟିଆଠାରେ ସୁରକ୍ଷିତ ଭାବେ ପହଞ୍ଚାଯାଇଛି । ଖବର ପାଇବା ପରେ SDRF ଟିମର ୫ଜଣ ଯବାନ, ରାଜସ୍ବ, ସ୍ବାସ୍ଥ୍ୟ, ପୋଲିସ ଓ ବନ ବିଭାଗ ଆବଶ୍ୟକୀୟ ସାମଗ୍ରୀ ନେଇ ଗ୍ଲେସିଅର ନିକଟରେ ପହଞ୍ଚିଥିଲା । କୌଣସି ଅଘଟଣକୁ ଏଡ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହେଲିକପ୍ଟର ମାଗିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.