ETV Bharat / bharat

ୟୁକ୍ରେନକୁ ମାନବୀୟ ସହାୟତା ପାଇଁ ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ବାଇଡେନଙ୍କ ଆହ୍ବାନ - ବାଇଡେନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପୋଲାଣ୍ଡ ରାଷ୍ଟ୍ରପତି ଅନ୍ଦ୍ରେଜେଜ ଦୁଦାଙ୍କ ମଧ୍ୟରେ ଶେଷ ହେଲା ବୈଠକ । ୟୁକ୍ରେନକୁ ମାନବୀୟ ସହଯୋଗ କରିବା ପାଇଁ ସମସ୍ତ ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ରାଷ୍ଟ୍ରପତି ବାଇଡେନଙ୍କ ଆହ୍ବାନ । ୟୁକ୍ରେନୀୟ ଶରଣାର୍ଥୀ କ୍ୟାମ୍ପ କଲେ ପରିଦର୍ଶନ । ଅଧିକ ପଢନ୍ତୁ

ପୋଲଣ୍ଡ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଶେଷ

author img

By

Published : Mar 26, 2022, 8:44 PM IST

ଓ୍ବାର୍ସ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ଆଜି ୩୨ଦିନ ପୁରିଥିବା ସତ୍ତ୍ବେ ମଧ୍ୟ ଘମାଘୋଟ ଆକ୍ରମଣ ଜାରି ରଖିଛି ଋଷ । ଏହାରି ମଧ୍ୟରେ ୟୁକ୍ରେନର ସୀମାନ୍ତ ତଥା ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି କ୍ରମରେ ଜୋ ବାଇଡେନ ଓ ପୋଲାଣ୍ଡ ରାଷ୍ଟ୍ରପତି ଅନ୍ଦ୍ରେଜେଜ ଦୁଦାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ପୋଲାଣ୍ଡ ରାଜଧାନୀ ୱାର୍ସରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଉଚ୍ଚସ୍ତରୀୟ ବୈଠକ ହୋଇଛି ।

ବୈଠକରେ ୟୁକ୍ରେନରେ ଯୁଦ୍ଧରେ ଦେଖାଯାଇଥିବା ମାନବୀୟ ସଙ୍କଟ ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲା । ପରେ ରାଷ୍ଟ୍ରପତି ବାଇଡେନ ପୋଲାଣ୍ଡର ୱାର୍ସରେ ଥିବା ଏକ ୟୁକ୍ରେନୀୟ ଶରଣାର୍ଥୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ସେ ୟୁକ୍ରେନ ଶରଣାର୍ଥୀଙ୍କ ସହ ଆଲୋଚନା କରିବା ସହ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ବୈଠକ ପରେ ରାଷ୍ଟ୍ରପତି ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ନେଇ ଗଣମାଧ୍ୟମରେ ଉଦବେଗ ପ୍ରକାଶ କରିଛନ୍ତି । ବାଇଡେନ କହିଛନ୍ତି, ବର୍ତ୍ତମାନ ୟୁକ୍ରେନର ସଙ୍କଟମୟ ପରିସ୍ଥିତିରେ ପୋଲାଣ୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା କେବଳ ପୋଲାଣ୍ଡର ନୁହେଁ ବରଂ ସମସ୍ତ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଦାୟିତ୍ବ । ଆମେରିକା ପ୍ରାୟ ୧ ଲକ୍ଷ ୟୁକ୍ରେନୀୟ ଶରଣାର୍ଥୀ ପାଇଁ ନିଜ ସୀମା ଖୋଲିବାକୁ ପ୍ରସ୍ତୁତ ଥିବା ମଧ୍ୟ ବାଇଡେନ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.