ETV Bharat / bharat

US 9/11 Terror Attacks: ପୂରିଲା ୨୧ବର୍ଷ, କ୍ଷଣିକ ମଧ୍ୟରେ ଦୋହଲି ଉଠିଥିଲା ଆମେରିକା

author img

By

Published : Sep 11, 2022, 2:04 PM IST

ଆମେରିକାର 9/11 ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୨୧ ବର୍ଷ । ଏହି ଦିନ ହୋଇଥିବା ଆକ୍ରମଣରେ ଆମେରିକା ସମେତ ବିଶ୍ବବାସୀ ସ୍ତବ୍ଧ ହୋଇଯାଇଥିଲେ । କ୍ଷଣିକ ମଧ୍ୟରେ ଦୋହଲି ଉଠିଥିଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆଜି ଆମେରିକାର ଏହି କଳାଦିନକୁ ୨୧ ବର୍ଷ ପୂରିଥିବା ବେଳେ ମୃତକଙ୍କ ପରିବାରୁ ନିଜ ଆତ୍ମୀୟ ସ୍ବଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆମେରିକାରେ ଏହି ଦିନ ବାସ୍ତବରେ କଣ ଘଟିଥିଲା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

US 9/11 Terror Attacks: ପୁରିଲା ୨୧ବର୍ଷ, କ୍ଷଣିକ ମଧ୍ୟରେ ଦୋହଲି ଉଠିଥିଲା ଆମେରିକା

ୱାଶିଂଟନ: ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖ (US 9/11 Terror Attacks) । ଏହି ଦିନକୁ ଆଜି ୨୧ ବର୍ଷ ପୂରିଛି । ତଥାପି ଆମେରିକା ବାସୀଙ୍କ ମନରୁ ଲିଭିନି ସେହି ଭୟାନକ ଦିନର ଘଟଣା । ଏହି ଦିନ ଆମେରିକା ପାଇଁ କଳା ଦିନ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଦୋହଲି ଉଠିଥିଲା ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଘଟଣା ଆଜି ବି ଲୋକଙ୍କ ମାନସପଟରେ ତାଜା ହୋଇଥିବା ବେଳେ ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ରାଷ୍ଟ୍ର (US marks 21st anniversary of 9/11 terror attacks) । ପୀଡ଼ିତଙ୍କ ପରିବାର ନିଜ ଆତ୍ମୀୟ ସ୍ବଜନଙ୍କୁ ହାଇଜାକ ହୋଇଥିବା ଜେଟର ବିସ୍ଫୋରଣ ସ୍ଥଳକୁ ଯାଇ ସ୍ମରଣ କରିଛନ୍ତି ।

ଆମେରିକାର 9/11 ଆତଙ୍କବାଦୀ ଆକ୍ରମଣକୁ ୨୧ ବର୍ଷ

ଏହି ଦିନ ଆମେରିକାରେ ଯାହା ଘଟିଥିଲା ତାକୁ ନା ଯେ କେବଳ ଆମେରିକାବାସୀ ବରଂ ଦେଶବାସୀ ମଧ୍ୟ ଭୁଲି ପାରିନାହାନ୍ତି । ବିଶ୍ବ ଆତଙ୍କୀ ହମଲାର ସବୁଠୁ ଭୟାବହ ଘଟଣାର ସାକ୍ଷୀ ହୋଇଥିଲା । କ୍ଷଣିକ ମଧ୍ୟରେ ଅନେକ ପରିବାର ଉଜୁ଼ଡ଼ି ଯାଇଥିବା ବେଳେ ଶହ ଶହ ଲୋକଙ୍କ ପ୍ରାଣହାନି ଘଟିଥିଲା । ଆତଙ୍କବାଦୀ ସଂଗଠନ ଅଲକାଏଦା (Al-Qaeda) ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ୱାର୍ଲ୍ଡ ସେଣ୍ଟର (World Trade Centre) ଉପରେ ୨ଟି ବିମାନକୁ ହାଇଜାକ୍‌ କରି ଆକାଶ ପଥରୁ ଆକ୍ରମଣ କରି ଭୟାନକ କାଣ୍ଡ ଭିଆଇଥିଲା । ୱାର୍ଲ୍ଡ ଟ୍ରେଡ ସେଣ୍ଟର ହେଉଛି ବିଶ୍ବ ବାଣିଜ୍ୟ କେନ୍ଦ୍ର ନ୍ୟୁୟର୍କ ସହରର ଲୋୟର ମାନହାଟାନର ଆର୍ଥିକ ଅଞ୍ଚଳର ଉଚ୍ଚ ଅଟ୍ଟାଳିକାର ଏକ ବୃହତ କମ୍ପ୍ଲେକ୍ସ ଥିଲା ।

୧୧ ସେପ୍ଟେମ୍ବରରେ ଦୋହଲି ଯାଇଥିଲା ଆମେରିକା

ୱାର୍ଲ୍ଡ ଟ୍ରେଡ ସେଣ୍ଟର
ୱାର୍ଲ୍ଡ ଟ୍ରେଡ ସେଣ୍ଟର

ଦୁନିଆର ସବୁଠୁ ଭୟାନକ ଆତଙ୍କୀ ହମଲା ଆଜିର ଦିନରେ ୨୧ ବର୍ଷ ପୂର୍ବେ ଆମେରିକାରେ ଘଟିଥିଲା । ନ୍ୟୁୟର୍କ ଶୋଭା ବର୍ଦ୍ଧନ କରୁଥିବା ଉଚ୍ଚ ଅଟ୍ଟାଳିକା ୱାର୍ଲ୍ଡ ଟ୍ରେଡ ସେଣ୍ଟର କ୍ଷଣିକ ମଧ୍ୟରେ ମାଟିରେ ମିଶିବାକୁ ଆରମ୍ଭ କରିଥିଲା । କାରଣ ଏହା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ଆତଙ୍କବାଦୀ ସଂଗଠନ । ଅଲ-କାଏଦା ଆତଙ୍କବାଦୀ ନିରୀହ ଆମେରିକାବାସୀଙ୍କ ଆକ୍ରମଣ କରିବା ଦ୍ବାରା ରାଷ୍ଟ୍ରରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଆସନ୍ତା ଜାଣିବା ଏହି ଦିନ ବାସ୍ତବରେ କଣ ଘଟିଥିଲା ? ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଏହି ଆତଙ୍କବାଦୀ ଆକ୍ରମଣ ଦୋହଲାଇ ଦେଇଥିଲା । ଅଲକାଏଦା ଆତଙ୍କବାଦୀ ସଂଗଠନ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ବିମାନ ଦ୍ବାରା ଆକ୍ରମଣ କରିଥିଲା । ସକାଳ ପ୍ରାୟ ୮.୩୦ ସମୟରେ ହୋଇଥିଲା ଏହି ଆକ୍ରମଣ । ୪୫ ମିନିଟ ମଧ୍ୟରେ ୧୧୦ ମହଲା ବିଶିଷ୍ଟ ୱାର୍ଲ୍ଡ ଟ୍ରେଡ ସେଣ୍ଟରର ୨ଟି ଉଚ୍ଚ ଅଟ୍ଟାଳିକା ଧ୍ବଂସ ହୋଇଯାଇଥିଲା ।

୪ଟି ବିମାନ ହୋଇଥିଲା ହାଇଜାକ୍‌

ଅଟ୍ଟାଳିକାକୁ ବିମାନ ଧକ୍କା ଦେଉଥିବା ସମୟର ଦୃଶ୍ୟ

ଅଲକାଏଦା ଆତଙ୍କବାଦୀ ସଂଗଠନ ଆମେରିକାର ୪ଟି ଯାତ୍ରୀବାହୀ ବିମାନକୁ ହାଇଜାକ୍‌ କରିଥିଲା । ଏହାପରେ ୨ଟି ବିମାନକୁ ନ୍ୟୁୟର୍କ ସିଟିରେ ଥିାବ ୱାର୍ଲ୍ଡ ଟ୍ରେଡ ସେଣ୍ଟର ଅଟ୍ଟାଳିକାକୁ ଧକ୍କା ଦେଇଥିଲା । ୩ୟ ବିମାନଟି ପେଣ୍ଟାଗନ ଓ ୪ର୍ଥ ଯାତ୍ରୀବାହୀ ବିମାନଟି ଏକ କ୍ଷେତରେ କ୍ରାସ୍‌ ହୋଇଥିଲା । ସକାଳ ପ୍ରାୟ ୮.୪୬ ମିନିଟରେ ଆତଙ୍କବାଦୀ ମାନେ ଆମେରିକା ବିମାନ ସଂଖ୍ୟା ୧୧କୁ ୱାର୍ଲ୍ଡ ଟ୍ରେଡ ସେଣ୍ଟରକୁ ଧକ୍କା ଦେଇଥିଲା । ସକାଳ ୯.୩୦ରେ ଆତଙ୍କବାଦୀ ମାନେ ଫ୍ଲାଇଟ ସଂଖ୍ୟା ୧୭୫କୁ ୱାର୍ଲ୍ଡ ଟ୍ରେଡ ସେଣ୍ଟରର ଦକ୍ଷିଣ ଟାୱାରକୁ ଧକ୍କା ଦେଇଥିଲା । ଏହି ଘଟଣାରେ ସମ୍ପୂର୍ଣ୍ଣ ଆମେରିକା ଭୟଭୀତ ହୋଇ ଉଠିଥିଲା । ୨ଟି ବିମାନକୁ ଏହି ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ଧକ୍କା ଦେବା ପରେ ୧୦.୦୩ ସମୟରେ ୩ୟ ବିମାନକୁ ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନକୁ ମଧ୍ୟ ଧକ୍କା ଦେଇଥିଲା ।

୨୯୭୪ ନାଗରିକଙ୍କ ଲିଭିଥିଲା ଜୀବନଦୀପ

ଆକ୍ରମଣ ପରର ଦୃଶ୍ୟ
ଆକ୍ରମଣ ପରର ଦୃଶ୍ୟ

ଆମେରିକାର ଏହି ଆତଙ୍କବାଦୀ ହମଲାରେ ୨୯୭୪ ନାଗରିକଙ୍କ ପ୍ରାଣହାନି ଘଟିଥିଲା । ଏହି ଆକ୍ରମଣରେ ଅନ୍ୟ ଦେଶର ୭୦ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୩୪୩ ଦମକଳ ବିଭାଗ ଓ ୬୦ ଜଣ ପୋଲିସ ଅଧିକାରୀ ସାମିଲ ଥିଲେ । ଆକ୍ରମଣ ସମୟରେ WTC ପରିସରରେ ପ୍ରାୟ ୧୮ ହଜାର ଲୋକ ଉପସ୍ଥିତ ଥିଲେ । ଆକ୍ରମଣ ବେଳେ ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଥିଲା । ସେଦିନ ମୋଟ ୨୭୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

ଭୟାନକ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ

ଆତଙ୍କବାଦୀ ଓସାମା ଲାଡେନ
ଆତଙ୍କବାଦୀ ଓସାମା ଲାଡେନ

ଆମେରିକାର ଏହି ଆତଙ୍କବାଦୀ ଆକ୍ରମଣରେ ପୁରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା । ଏହି କାଣ୍ଡ ଭିଆଇଥିବା ଆତଙ୍କବାଦୀ ମାନେ ଅଲକାଏଦା ଆତଙ୍କବାଦୀ (Al-Qaeda) ସଂଗଠନର ଥିଲେ । ଏହି ସଂଗଠନର ଆତଙ୍କବାଦୀ ଓସାମା ଲାଡେନ (Osama Bin Laden) ର ୧୯ ହାଇଜାକର୍ସଙ୍କ ମଧ୍ୟରୁ ୧୫ ଜଣ ଆରବ ଅଞ୍ଚଳର ଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ ଆତଙ୍କବାଦୀ UAE, ମିସ୍ତ୍ର ଓ ଲେବନାନ ଅଞ୍ଚଳର ଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏହି ୧୯ ଆତଙ୍କବାଦୀଙ୍କ ମଧ୍ୟରୁ ଗ୍ରୀସର ମିସ୍ତ୍ରବାସୀ ମହମ୍ମଦ ଅତ୍ତା ଯିଏକି ଜଣେ ପାଇଲଟ ଥିଲା ।

ଯାଞ୍ଚରୁ ଜଣାପଡ଼ିଥିଲା ଯେ ଆମେରିକାର 9/11ର ମାଷ୍ଟରମାଇଣ୍ଡ ଥିଲା ଖଲିକ ଶେଖ ମହମ୍ମଦ । ଯିଏକି ଓସାମା ଲାଡ଼େନର ଘନିଷ୍ଠ ବନ୍ଧୁ ଥିଲା । ଏହାପରେ ଆମେରିକା ଏକ ଅପରେସନରେ ଓସାମା ବିନ ଲାଡ଼େନକୁ ହତ୍ୟା କରିବାରେ ସଫଳ ହୋଇଥିଲା ।

ଜାତୀୟ ସେବା ଓ ସ୍ମୃତି ଦିବସ ପାଳିଲା ଆମେରିକା

ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପରିବାର
ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପରିବାର

ଏହି ଦିବସକୁ ଆଜି ମନେ ପକାଇଛି ଆମେରିକା । ରାଷ୍ଟ୍ର ଏହି ଦିବସକୁ ଦେଶପ୍ରେମ ଦିବସ ଏବଂ ଜାତୀୟ ସେବା ଓ ସ୍ମୃତି ଦିବସ (Patriot Day and a National Day of Service and Remembrance) ଭାବେ ପାଳନ କରିଛି । ଅନେକ ସ୍ଥାନରେ ମହମ ଶୋଭାଯାତ୍ରା ମଧ୍ୟ କରାଯାଇଛି । ପେନସିଲଭାନିଆ କ୍ଷେତର ହୋଇଥିବା ବିମାନ କ୍ରାସ ସ୍ଥାନରେ ନିଜ ଆତ୍ମୀୟ ସ୍ବଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆମେରିକାବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.