ETV Bharat / bharat

ଚଳିତ ଗ୍ରୀଷ୍ମରେ 90 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭିସା ଦେଇଛି ଆମେରିକା - 90 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକା ଭିସା

ଜୁଲାଇ-ଅଗଷ୍ଟ ମଧ୍ୟରେ 90 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭିସା ଦେଇଛି ଆମେରିକା । ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ସୂଚନା ସହ ଉଚ୍ଚଶିକ୍ଷା ପାଇଁ ଆମେରିକାକୁ ବାଛିଥିବାରୁ ଦେଲା ଧନ୍ୟବାଦ । ଅଧିକ ପଢନ୍ତୁ

90 ହଜାର ଛାତ୍ରଛାତ୍ରୀଙ୍କୁ ଭିସା ଦେଲା ଆମେରିକା

author img

By ETV Bharat Odisha Team

Published : Sep 25, 2023, 3:53 PM IST

ନୂଆଦିଲ୍ଲୀ: ଚଳିତ ଗ୍ରୀଷ୍ମରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରେକର୍ଡ ସଂଖ୍ୟକ ଷ୍ଟୁଡେଣ୍ଟ ଭିସା ପ୍ରଦାନ କରିଛି ଆମେରିକା । କେବଳ ଜୁଲାଇରୁ ଅଗଷ୍ଟ ମଧ୍ୟରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ଦୂତାବାସ ପ୍ରାୟ 90 ହଜାରରୁ ଅଧିକ ଷ୍ଟଡେଣ୍ଟ ଭିସା ପ୍ରଦାନ କରିଛି । ସାରା ବିଶ୍ବରେ ଆମେରିକାରେ ଜାରି କରିଥିବା 4 ଷ୍ଟୁଡେଣ୍ଟ ଭିସା ମଧ୍ୟରେ ଜଣେ ଭାରତୀୟ ଛାତ୍ର ଥିବା ବିଦେଶୀ ଦୂତାବାସ କହିଛି ।

ଆମେରିକା ଦୂତାବାସ ଟ୍ବିଟ କରି ସୂଚନା ଦେଇଛି ଯେ, ଜୁଲାଇରୁ ଅଗଷ୍ଟ ମଧ୍ୟରେ ରେକର୍ଡ ସଂଖ୍ୟକ 90 ହଜାର ଷ୍ଟୁଡେଣ୍ଟ ଭିସା ପ୍ରଦାନ କରିଛି ଆମେରିକା । ଷ୍ଟୁଡେଣ୍ଟ ଭିସା ପ୍ରଦାନ ପ୍ରକ୍ରିୟାରେ ସରଳୀକରଣ କରାଯାଇଛି । ଆମେରିକାରେ ସେମାନଙ୍କ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦୂତାବାସ ଆମେରିକା ସରକାରଙ୍କୁ ପକ୍ଷରୁ ଧନ୍ୟବାଦ ଜଣାଇଛି ।

ନିକଟରେ ଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍କେଟି (Eric Garcetti) କହିଥିଲେ, ‘‘ଆମେ ଭିସା ପ୍ରସ୍ତୁତି ପ୍ରକ୍ରିୟାକୁ ଆହୁରି ଦୃତ କରିବାକୁ ଯାଉଛୁ । ପୂର୍ବ ପ୍ରକ୍ରିୟାରେ କିଛି ମାତ୍ରାରେ ସଂଶୋଧନ କରାଯାଇଛି । କେବଳ ପ୍ରକ୍ରିୟା ସରଳୀକରଣ ନୁହେଁ ବରଂ ଆମେ ଏବେ ପୂର୍ବାପେକ୍ଷା ଅଧିକ ଭିସା ଅନୁମତି ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛୁ । 2023 ସୁଦ୍ଧା ଆମେ ପ୍ରାୟ ଏକ ମିଲିୟନ ଭିସା ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖି ଆଗକୁ ବଢୁଛୁ । ଏବେ ସୁଦ୍ଧା ଆମେ ପ୍ରାୟ ନିଜ ନିର୍ଦ୍ଧାରିତ ଲକ୍ଷ୍ଯର ଅଧା ସଫଳତା ପାଇସାରିଲୁଣି । ବର୍ଷ ଶେଷ ସୁଦ୍ଧା ଏହି ରେକର୍ଡ ପୂରଣ ହେବ । ଭାରତ ଓ ଆମେରିକା ଉଭୟ ଭିସା ଆବେଦନ ଓ ପ୍ରଦାନ ପ୍ରକ୍ରିୟାରେ ଗତି ଆଣିବା ପାଇଁ ବିଭିନ୍ନ ପ୍ରକାର ସରଳୀକରଣ ନୀତି ଆପଣାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସ ବର୍ବାଦ ହୋଇଛି ଇଚ୍ଛାଶକ୍ତି ହରାଇଛି: ପ୍ରଧାନମନ୍ତ୍ରୀ

ନିକଟରେ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ନୂଆଦିଲ୍ଲୀ ବ୍ୟତୀତ ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ଆମେରିକା ଦୂତାବାସ ଖୋଲିବା ନେଇ ସେ ପ୍ରବାସୀ ଭାରତୀୟଙ୍କୁ ପ୍ରତିଶୃତି ଦେଇଥିଲେ । ଫଳରେ ଦୁଇ ଦେଶର ନାଗରିକଙ୍କ ପାଇଁ ଦ୍ବିପାକ୍ଷିକ ସେବା ପାଇବା ସହଜ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.