ETV Bharat / bharat

Urus Celebration: 200ବର୍ଷ ଧରି ମୁସଲମାନଙ୍କ ପର୍ବ ପାଳୁଛନ୍ତି ହିନ୍ଦୁ ଧର୍ମାବଲମ୍ବୀ, ଗାଁରେ ଜଣେ ବି ନାହାନ୍ତି ଇସଲାମ ଧର୍ମୀ - ଉର୍ସ ପର୍ବ ପାଳିତ

ଗାଁରେ ନାହାନ୍ତି ଜଣେ ବି ମୁସଲମାନ । ହେଲେ ପୁରା ଗାଁ ପାଳୁଛି ମୁସଲିମଙ୍କ ଅନ୍ୟତମ ପ୍ରମୁଖ ପର୍ବ । କର୍ଣ୍ଣାଟକ ହାଭେରି ଜିଲ୍ଲାରେ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Urus celebration
Urus celebration
author img

By

Published : Mar 13, 2023, 9:29 PM IST

ବେଙ୍ଗାଲୁରୁ: ଭାରତ ସାର୍ବଭୌମତ୍ବ ରାଷ୍ଟ୍ର ହୋଇଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ଭାଇଚାରା ଦେଖିବାକୁ ମିଳେ । ଲୋକମାନେ ଅଲଗା ଧର୍ମର ପର୍ବ ପାଳନ କରୁଥିବା ନଜିର ରହିଛି । କର୍ଣ୍ଣାଟକ ହାଭେରି ଜିଲ୍ଲାରେ ଗାଁରେ ଜଣେ ବି ଇସଲାମ ଧର୍ମାବଲମ୍ବୀ ନଥିବା ବେଳେ ପ୍ରତିବର୍ଷ ଏଠାରେ ଧୁମଧାମରେ ମୁସଲମାନଙ୍କ ପର୍ବ ଉର୍ସ (Urus) ପାଳନ କରାଯାଏ । ଅନ୍ୟ ଗାଁର ମୁସଲମାନ ଭାଇ ଭଉଣୀ ଏକାଠି ହୋଇ ଏହି ପର୍ବ ପାଳିଥାନ୍ତି । ଏପରି କରି ସାରା ବିଶ୍ବକୁ ଭାଇଚାରାର ପରିଚୟ ଦେଇଥାନ୍ତି ଏଠାକାର ବାସୀ । ଏହି ଗାଁରେ 200 ବର୍ଷ ଧରି ଏହି ପର୍ବ ପାଳନ ହୋଇଆସୁଛି ।

ହାଭେରି ଜିଲ୍ଲାର କୋନାନଟାମ୍ବିଜ ଗ୍ରାମରେ ଉର୍ସ ପର୍ବ ପାଳନ ହୋଇଥାଏ । ହେଲେ ଏହି ଗ୍ରାମରେ ଜଣେ ହେଲେ ମୁସଲମାନ ବାସ କରିନଥାନ୍ତି । ୫ଦିନ ଏହି ପର୍ବ ପାଳିତ ହୁଏ । ଗତକାଲି (ରବିବାର)ଠାରୁ ଏହି ପର୍ବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପାଳିତ ହେବ । ପର୍ବର ଏକ ଅଂଶ ଭାବରେ ୟାମାନୁର ରାଜବକ୍ସଙ୍କ ମୂର୍ତ୍ତିକୁ ଗ୍ରାମବାସୀମାନେ ପାଲିଙ୍କିରେ ଧରି ଗ୍ରାମ ପରିକ୍ରମା କରିଥାନ୍ତି । ୟାମାନୁରଙ୍କଠାରେ ଏକ ସ୍ବତନ୍ତ୍ର ପୂଜା କରିବା ପରେ ଉର୍ସ ପର୍ବ ପାଳନ ଆରମ୍ଭ ହୋଇଥାଏ । ଉଭୟ ହିନ୍ଦୁ ଓ ମୁସଲିମଙ୍କ ପରମ୍ପରା ଅନୁସାରେ ୟାମାନୁରଙ୍କୁ ପୂଜା କରାଯାଇଥାଏ ।

ଏହା ବି ପଢନ୍ତୁ- କଳିଯୁଗର ମୀରା, କାହ୍ନା ପ୍ରେମରେ ବାୟା ହୋଇ ମୂର୍ତ୍ତିକୁ କଲେ ବିବାହ

ନଦୀକୂଳରୁ ଏହି ପୂଜା ଶେଷ ହେବା ପେ ଏକ ଶୋଭାଯାତ୍ରା ଗ୍ରାମ ଅଭିମୁଖେ ବାହାରିଥାଏ । ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଏହି ଶୋଭାଯାତ୍ରାରେ ସାମିଲ ହେଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ଏଠାକାର ଲୋକେ ବିଶ୍ବାସ କରନ୍ତି । ୟାମାନୁରଙ୍କ ମୂର୍ତ୍ତି ସହିତ ଶୋଭାଯାତ୍ରାରେ ବାହାରିଥାନ୍ତି ଶ୍ରଦ୍ଧାଳୁ । ଗାଁର ଚାଷୀମାନେ ପରିବା ଓ ଶସ୍ୟକୁ ଭଗବାନଙ୍କ ନିକଟରେ ଭୋଗ ଲଗାଇଥାନ୍ତି । ମନ୍ତ୍ରପାଠ ସହିତ ସ୍ବତନ୍ତ୍ର ପୂଜା ହୋଇଥିବା ବେଳେ ଶେଷରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ । ଏହି ଗ୍ରାମରେ ପ୍ରୟ ୨୦୦ବର୍ଷ ଧରି ଉର୍ସ ପର୍ବ ପାଳିତ ହୋଇଥାଏ ।

ଏଠାରେ ୫ଦିନ ବ୍ୟାପୀ ପାଳିତ ହେଉଥିବା ଉର୍ସ ପର୍ବରେ ସାମିଲ ହେବା ଲାଗି ମହାରାଷ୍ଟ୍ର, ଗୋଆରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଉର୍ସ ଅବସରରେ ଏଠାରେ କୁସ୍ତି ଯୁଦ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଏ । ପର୍ବ ଶେଷ ହେବା ପରେ ୟାମାନୁରଙ୍କ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପିତ କରାଯାଏ । ଏଭଳି ପର୍ବ ପାଳନ କରି ଭାଇଚାରାର ପ୍ରମାଣ ଦେଇଛନ୍ତି ଏଠାକାର ଗ୍ରାମବାସୀ । ସୂଚନା ଥାଉ କି ଉର୍ସ ପର୍ବ ମୁସଲିମ ସନ୍ଥ ସୁଫିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପାଳନ କରାଯାଏ । ଦର୍ଘାରେ ଏହି ଉତ୍ସବ ପାଳିତ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.