ETV Bharat / bharat

Urinating incident: 4 ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଅଭିଯୁକ୍ତ ଶଙ୍କର ମିଶ୍ରା - ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣା

ମଝି ଆକାଶରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ 4 ମାସ ବିମାନ ଯାତ୍ରା ବାରଣ କଲା ଏୟାର ଇଣ୍ଡିଆ । ନଭେମ୍ବର 26ରେ ଘଟିଥିଲା ଘଟଣା । ଅଧିକ ପଢନ୍ତୁ

4 ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଅଭିଯୁକ୍ତ ଶଙ୍କର ମିଶ୍ରା

author img

By

Published : Jan 19, 2023, 5:47 PM IST

ହାଇଦ୍ରାବାଦ: ନଭେମ୍ବର 26ରେ ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ଉପରେ କଟକଣା ଜାରି କରିଛି ଏୟାର ଇଣ୍ଡିଆ । ସେ 4 ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର କୌଣସି ବିମାନରେ ଯାତ୍ରା କରିପାରିବେ ନାହିଁ ବୋଲି ସଂସ୍ଥା ନିଷ୍ପତ୍ତି ନେଇଛି । ଅଭିଯୁକ୍ତ ମିଶ୍ରା ଏବେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ତାଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ଗିରଫ କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଇଥିଲା । କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

  • Air India passenger urinating incident of Nov 26, 2022 | Shankar Mishra banned for four months by Air India: Air India official to ANI pic.twitter.com/9Gba5YcD8h

    — ANI (@ANI) January 19, 2023 " class="align-text-top noRightClick twitterSection" data=" ">

ତେବେ ଜେଲରେ ଥିବା ମିଶ୍ରା ଭିନ୍ନ ଏକ ଅଭିଯୋଗ ଆଣିବା ସହ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିଲେ । ସେ ନୁହନ୍ତି ବରଂ ସମ୍ପୃକ୍ତ ମହିଳା ଯାତ୍ରୀଜଣକ ନିଜେ ହିଁ ନିଜ ସିଟରେ ପରିସ୍ରା କରି ଏପରି ମିଛି ଅଭିଯୋଗ ଆଣିଥିବା ସେ କୋର୍ଟରେ କହିଥିଲେ । ମହିଳାଜଣଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ଏହି କାରଣରୁ ସେ ହିଁ ନିଜ ସିଟରେ ପରିସ୍ରା କରିଥିବା ମିଶ୍ରା କହିଥିଲେ । ଏପରି ପାଲଟା ଅଭିଯୋଗ ପରେ ମଧ୍ୟ ତାଙ୍କୁ ବେଲ ମିଳିନଥିଲା । ସେ ଏବେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Air India Pee Case: ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ଗିରଫ

ଗତ ଡିସେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ AI-102 ରେ ଏପରି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଥିଲା । ବିମାନର ବିଜନେସ କ୍ଲାସରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ମିଶ୍ରାଙ୍କ ବିରୋଧରେ ନିଶାସକ୍ତ ଅବସ୍ଥାରେ ତାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ କରିଥିଲେ ।

ଏହି ଘଟଣାକୁ ନେଇ ମହିଳା ଯାତ୍ରୀଜଣକ ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟା ସନ୍ସର ଚେୟାରମ୍ୟାନ ଏନ.ଚନ୍ଦ୍ରଶେଖରନଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହି ଘଟଣା ପରେ ବିମାନ କ୍ରୁ ସଦସ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ସଂସ୍ଥା ମୁଖ୍ୟଙ୍କ ନିକଟରେ ମହିଳାଜଣଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗତ ଜାନୁଆରୀ ୪ ତାରିଖରେ ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଆମେରିକାର ଏକ କମ୍ପାନୀରେ କାର୍ଯ୍ୟରତ ମିଶ୍ରାଙ୍କୁ ଚାକିରିରୁ ମଧ୍ୟ ବହିସ୍କାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.