ETV Bharat / bharat

ପ୍ରେମରେ ବାଧା ଦେଲା ପରିବାର, ଝିଅରୁ ସାଜିଲେ ପୁଅ - ପ୍ରେମିକା ପାଇଁ ଲିଙ୍ଗ ପରିବର୍ତ୍ତନ

ପ୍ରେମିକା ସହ ରହିବାକୁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ । ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ପ୍ରେମରେ ବାଧକ ସାଜିଲା ପରିବାର, ଲିଙ୍ଗ ବଦଳାଇଲେ ମହିଳା

author img

By

Published : Jun 27, 2022, 3:09 PM IST

ଲକ୍ଷ୍ନୌ: ପ୍ରେମିକା ସହ ରହିବାକୁ ବାରଣ କରିବାରୁ ଲିଙ୍ଗ ପରିବର୍ତ୍ତନ କରି ଯୁବତୀରୁ ସାଜିଲେ ଯୁବକ। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀ ସମଲିଙ୍ଗୀ ହୋଇଥିବାରୁ ଉଭୟଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବା ବେଳେ ଦୁହେଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଜଣେ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରୟାଗର ଏକ ଡାକ୍ତରଙ୍କ ଏକ ଟିମ୍ ଯୁବତୀଙ୍କ ଶରୀରର ଛାତି ଓ ଲିଙ୍ଗର ଅସ୍ତ୍ରୋପ୍ରଚାର କରିଥିଲେ । ଏନେଇ ଡାକ୍ତର କହିଛନ୍ତି ଯେ ଅସ୍ତ୍ରୋପ୍ରଚାର ଆଉ ଦେଢ ବର୍ଷ ଲାଗିବ, ଯାହା ପରେ ଯୁବତୀ ଜଣଙ୍କ ଯୁବକ ହୋଇଯିବେ । ଯୁବତୀଙ୍କୁ ଟେଷ୍ଟୋଷ୍ଟେରୋନ ରିପ୍ଲେସମେଣ୍ଟ ଥେରାପି ଦିଆଯିବ । ଏହା ଦ୍ବାରା ଛାତିରେ କେଶର ବୃଦ୍ଧି ହେବ।

ଲିଙ୍ଗ ପରିବର୍ତ୍ତନର ପାରିପାର୍ଶ୍ବିକ ପ୍ରତିକ୍ରିୟା

ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇପାରିବେ ନାହିଁ । ପ୍ରାୟ 18 ମାସ ପରେ ଏହା ସଫଳ ହେବା ଆଶା କରାଯାଉଛି । ଯୁବତୀଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା ଏବଂ ସେ ଭଲ ଥିବା କହିଛନ୍ତି ଡାକ୍ତରା ଟିମ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.