ETV Bharat / bharat

UP: ନଦୀକୁ ଟ୍ରାକ୍ଟର ଖସି 9 ମୃତ, ଏକାଧିକ ନିଖୋଜ - ନଦୀକୁ ଖସିଲା ଟ୍ରାକ୍ଟର

ଉତ୍ତର ପ୍ରଦେଶରେ ନଦୀକୁ ଖସିପଡିଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲି । 9 ମୃତ, ଏକାଧିକ ନିଖୋଜ । ଉଦ୍ଧାର ଅପରେସନ ଜାରି । ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ଯୋଗୀ । ଅଧିକ ପଢନ୍ତୁ

UP: ନଦୀକୁ ଟ୍ରାକ୍ଟର ଖସି 9 ମୃତ, ଏକାଧିକ ନିଖୋଜ

author img

By ETV Bharat Odisha Team

Published : Aug 24, 2023, 4:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଶାହରନପୁରରେ ନଦୀକୁ ଟ୍ରାକ୍ଟର ଖସି ଏକାଧିକ ମୃତାହତ ହୋଇଛନ୍ତି । ଆଜି (ଗୁରୁବାର) ଅପରାହ୍ନରେ କୋତଓ୍ବାଲୀ ଦେହାତ ଏରିଆର ବୁନ୍ଦକି ନିକଟରେ ଧାମଲା ନଦୀ ମଧ୍ୟକୁ ଏକ ଟ୍ରାକ୍ଟର ଖସିପଡିଛି । ଏବେ ସୁଦ୍ଧା 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ମଧ୍ୟ ରହଛନ୍ତି । ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଛି ରେସକ୍ୟୁ ଟିମ୍‌ । ଟ୍ରାକ୍ଟର ଟ୍ରଲିରେ ଯାତ୍ରା କରୁଥିବା ସମସ୍ତେ ତୀର୍ଥଯାତ୍ରୀ ଓ ନିକଟବର୍ତ୍ତୀ ଅଞ୍ଚଳର ହୋଇଥିବା କୁହାଯାଉଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ 50 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ଯାତ୍ରୀ ଗାଗଲହେଦି ପୋଲିସ ଷ୍ଟେସନ ଅଞ୍ଚଳର ବାଲେଲି ଅଞ୍ଚଳର । ସେମାନେ ଏକ ପୂଜାରେ ଅଂଶଗ୍ରହଣ କରିବା ପାଇଁ ଟ୍ରାକ୍ଟର ଟ୍ରଲିରେ ଶାହରନପୁର ଯାଉଥିଲେ । ବୁନ୍ଦକି ନିକଟରେ ଭାରସାମ୍ୟ ହରାଇ ଧାମଲା ନଦୀ ମଧ୍ୟକୁ ଟ୍ରାକ୍ଟରଟି ଖସି ପଡ଼ିଥିଲା । ସମ୍ପୂର୍ଣ୍ଣ ଟ୍ରାକ୍ଟର ଓ ଏଥିରେ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ ।

ତେବେ ପୋଲିସ, ଫାଏର ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । ଏବେ ସୁଦ୍ଧା ପ୍ରାୟ 9ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । 10 ରୁ 12 ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ନିଖୋଜ ମଧ୍ୟ ରହିଛନ୍ତି । ଉଦ୍ଧାରକାରୀ ଟିମ୍‌ ଓ ଅଗ୍ନିଶମ ଟିମ୍‌ ନଦୀ ମଧ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି । କିଛି ତୀର୍ଥଯାତ୍ରୀ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ହିମାଚଳରେ ପ୍ରକୃତିର କୋପ: ଭୂସ୍ଖଳନରେ ମାଟିରେ ମିଶିଲା ୮ଟି ଘର

ଅଘଟଣରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଦୁଖଃ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିଜନକୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି । ଟ୍ରାକ୍ଟର ଟ୍ରଲିରେ ଅସୁରକ୍ଷିତ ଭାବେ ମାତ୍ରାଧିକ ଯାତ୍ରୀ ଯାତ୍ରା କରିବା କାରଣରୁ ଗାଡିଟି ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.