ETV Bharat / bharat

ରାମପୁରର ରହସ୍ୟମୟ ରଜା ଲାଇବ୍ରେରୀ, ୧୨୫ ବର୍ଷ ଧରି ନିରନ୍ତର ଜଳୁଛି ବିଦ୍ୟୁତ ବଲ୍‌ବ - ଉତ୍ତର ପ୍ରଦେଶର ରଜା ଲାଇବ୍ରେରୀ

ଉତ୍ତର ପ୍ରଦେଶର ରାମପୁରରେ ରହିଛି ରଜା ଲାଇବ୍ରେରୀ(Rampur's Raza Library) । ଏହି ଲାଇବ୍ରେରୀର ବିଶେଷତ୍ବ ହେଉଛି ଏଠାରେ ଜୁମରରେ ଲାଗିଥିବା ବିଦ୍ୟୁତ ବଲ୍‌ବ ଗୁଡିକ କେବେ ଫ୍ୟୁଜ ହୁଏନି । ଯାହା ଦୀର୍ଘ ୧୨୫ ବର୍ଷ ଧରି ନିରନ୍ତର ଭାବେ ଜଳୁଛି । ଅଧିକ ପଢନ୍ତୁ

ରଜା ଲାଇବ୍ରେରୀରେ ଜଳୁଛି ୧୨୫ ବର୍ଷ ଧରି ଝୁମରରେ ଲାଗିଥିବା ବିଦ୍ୟୁତ ବଲ୍‌ବ: କାହିଁକି ହେଉନି ଫ୍ୟୁଜ ଜାଣନ୍ତୁ କାରଣ

author img

By

Published : Apr 22, 2022, 4:29 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାମପୁରରେ ରହିଛି ରଜା ଲାଇବ୍ରେରୀ(Rampur's Raza Library) । ଏହି ଲାଇବ୍ରେରୀର ବିଶେଷତ୍ବ ହେଉଛି ଏଠାରେ ଜୁମରରେ ଲାଗିଥିବା ବିଦ୍ୟୁତ ବଲ୍‌ବ ଗୁଡିକ କେବେ ଫ୍ୟୁଜ ହୁଏନି । ଯାହା ଦୀର୍ଘ ୧୨୫ ବର୍ଷ ଧରି ନିରନ୍ତର ଭାବେ ଜଳୁଛି । ଆଉ ଲାଇବ୍ରେରୀର ଶୋଭା ବଢାଉଛି । ଝୁମର(Jhumar)ରେ ଲାଗିଥିବା ବଲବ୍ (Electric Bulb)ଗୁଡିକ ଫ୍ୟୁଜ ନ ହୋଇ କିପରି ଜଳୁଛି ବୋଲି ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ।

ଉତ୍ତରପ୍ରଦେଶର ରାମପୁରର ଐତିହାସିକ ରଜା ଲାଇବ୍ରେରୀ । ଏହା ବିଶ୍ବରେ ପରିଚିତ । ଏହାକୁ 1774 ମସିହାରେ ରାମପୁରର ତତ୍କାଳୀନ ନଓ୍ବାବ ଫଇଜୁଲ୍ଲା ଖାନ୍(Faizullah Khan) ପ୍ରତିଷ୍ଠା କରିଥିଲେ । ଏହି ଲାଇବ୍ରେରୀରେ ଆରବୀ, ପାର୍ସୀ ଭାଷାରେ କିଛି ବିରଳ ଗ୍ରନ୍ଥ ରହିଛି । ଏଠାରେ 60,000ରୁ ଅଧିକ ବହି ମଧ୍ୟ ରହିଛି । ରଜା ଲାଇବ୍ରେରୀର ନିର୍ଦ୍ଦେଶକ ସାଦିକ ଇସଲାହି କହିଛନ୍ତି ଯେ ଲାଇବ୍ରେରୀର କୋର୍ଟ ହଲରେ ଲାଗିଥିବା ଝୁମର 125 ବର୍ଷ ପୁରୁଣା । ଏବଂ ଏହାର ଲାଗିଥିବା ବଲ ଗୁଡିକ 125 ବର୍ଷ ଧରି ଜଳି ମଧ୍ୟ ଆସୁଛି । ଏହାକୁ କେବେ ବନ୍ଧ ମଧ୍ୟ କରାଯାଉନି । ଅନବରତ ଭାବେ ଏ ଲାଇଟ ଗୁଡିକ ଏପରି ସବୁବେଳେ ଜଳୁଥାଏ ।

ରଜା ଲାଇବ୍ରେରୀରେ ଜଳୁଛି ୧୨୫ ବର୍ଷ ଧରି ଝୁମରରେ ଲାଗିଥିବା ବିଦ୍ୟୁତ ବଲ୍‌ବ: କାହିଁକି ହେଉନି ଫ୍ୟୁଜ ଜାଣନ୍ତୁ କାରଣ

ଯାହା ଲାଇବ୍ରେରୀର ସୌନ୍ଦର୍ଯ୍ୟକୁ ଆହୁରୀ ଦ୍ବିଗୁଣିତ କରେ । ତେବେ ଏ ଝୁମରରେ ସୁନା ଖୋଦିତ କାର୍ଯ୍ୟ ମଧ୍ୟ ହୋଉଛି । ସାଦିକ୍ ଇସଲାହି କହିଛନ୍ତି ଯେ, ସେହି ସମୟରେ ନଓ୍ବାବ ସାହେବଙ୍କ ( Nawab Saheb) ନିଜର ପାଓ୍ବାର ହାଉସ ଥିଲା । ଯେଉଁଥିପାଇଁ ସେ ଏହି ଝୁମର ଗୁଡିକୁ ଏଠାରେ ଲଗାଇଥିଲେ ।

ତେବେ, ଗୋଟିଏ ଇଲେକ୍ଟ୍ରି ବଲ କଣ ୧୨୫ ବର୍ଷ ଜଳିପାରିବ । ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ଇଲେକ୍ଟିକାଲ ଇଞ୍ଜିନୟର ଶିବେନ୍ଦ୍ର ଯାଦବଙ୍କ ପାଖରେ । ସେ କହିଥିଲେ ଯେ, ଯଦି ବଲ୍‌ବ 125 ବର୍ଷ ଧରି ଜଳୁଛି । ତେବେ ଏହାର ସବୁଠାରୁ ବଡ କାରଣ ହେଉଛି ବିଦ୍ୟୁତ୍ ବିତରଣ ବ୍ୟବସ୍ଥା । ସେ କହିଛନ୍ତି ଯେ, ସେହି ସମୟରେ ବିଦ୍ୟୁତ ସରବରାହ ଏତେ ହେଉ ନ ଥିଲା । ଯଦି ବିଦ୍ୟୁତ୍ ଯୋଗାଣରେ କୈଣସି ପରିବର୍ତ୍ତନ ନଥାଏ । ତେବେ ସମସ୍ତ ବୈଦ୍ୟୁତିକ ଉପକରଣର ଦୀର୍ଘ ଦିନ ଧରି ସେପରି ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.