ETV Bharat / bharat

ରାମ ନଗରୀ ଅଯୋଧ୍ୟାରେ ଧରାଶାୟୀ ବିଜେପି ! ଅସ୍ତିତ୍ବ ଖୋଜୁଥିବା ସପାକୁ ମିଳିବ କି ସଫଳତା ?

ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ । ରାମ ନଗରୀ ଅଯୋଧ୍ୟାରେ 40ରୁ 24ଟି ଆସନରେ ସମାଜବାଦୀ ପାର୍ଟି ଆଗୁଆ ରହିଛି । ଅନ୍ୟପକ୍ଷେ କେବଳ 8ଟି ଆସନରେ ଲିଡ୍‌ କରୁଛି ବିଜେପି । ଅଧିକ ପଢନ୍ତୁ...

ରାମ ନଗରୀ ଅଯୋଧ୍ୟାରେ ଧରାଶାୟୀ ବିଜେପି ! ଅସ୍ତିତ୍ବ ଖୋଜୁଥିବା ସପାକୁ ମିଳିବ କି ସଫଳତା ?
ରାମ ନଗରୀ ଅଯୋଧ୍ୟାରେ ଧରାଶାୟୀ ବିଜେପି ! ଅସ୍ତିତ୍ବ ଖୋଜୁଥିବା ସପାକୁ ମିଳିବ କି ସଫଳତା ?
author img

By

Published : May 3, 2021, 8:43 PM IST

ଲକ୍ଷ୍ନୌ: ପଶ୍ଚିମବଙ୍ଗ ପରେ ଏବେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ଲାଗିବାକୁ ଯାଉଛି ବଡ ଝଟକା । ଧିରେ ଧିରେ ସାମ୍ନାକୁ ଆସୁଛି ଉତ୍ତରପ୍ରଦେଶ ପଞ୍ଚୟତ ନିର୍ବାଚନର ଫଳାଫଳ । ଏହି ନିର୍ବାଚନରେ ନିଜର ଅସ୍ତିତ୍ବ ଖୋଜୁଥିବା ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଅନେକ ଆସନରେ ବିଜୟ ସହିତ ଲିଡ୍‌ ଜାରି ରଖିଛି । ଆଉ ଅନ୍ୟପକ୍ଷେ ବଡ କ୍ଷତି ସହିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।

ଉତ୍ତରପ୍ରଦେଶରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ବ ରଖୁଛି । ଆଉ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଅଗ୍ନିପରୀକ୍ଷା ରୂପେ ଦେଖାଯାଇପାରେ ।

ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକରାଙ୍କ କାଳରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବିଜେପି ପାଇଁ ବୃହତ ବିଜୟ ବୋଲି ବିବେଚନା କରାଯାଉଥିଲା । କେବଳ ଅଯୋଧ୍ୟାରେ ନୁହେଁ, ସମଗ୍ର ରାଜ୍ୟରେ ଏହା ଜରିଆରେ ଭୋଟ ବୃଦ୍ଧିର ଆଶା ରଖିଛି ବିଜେପି ।

ରାମ ନଗରୀ ଅଯୋଧ୍ୟାରେ 40ରୁ 24ଟି ଆସନରେ ସମାଜବାଦୀ ପାର୍ଟି ଆଗୁଆ ରହିଛି । ଅନ୍ୟପକ୍ଷେ କେବଳ 8ଟି ଆସନରେ ଲିଡ୍‌ କରୁଛି ବିଜେପି । ବର୍ତ୍ତମାନ ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ଆଉ ଦୀର୍ଘ ଘଣ୍ଟା ବାକି ରହିଛି । ହେଲେ ଟ୍ରେଣ୍ଡ୍‌ ବିଜେପିର ଚିନ୍ତା ବଢାଇପାରେ ବୋଲି ଅନୁମେୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.