ETV Bharat / bharat

କୋରୋନାରେ ଉତ୍ତରପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ - ଉତ୍ତରପ୍ରଦେଶ ମନ୍ତ୍ରୀ କୋରୋନାରେ ମୃତ୍ୟୁ

କୋରୋନାରେ ଆଖି ବୁଜିଲେ ଉତ୍ତରପ୍ରଦେଶ ରାଜସ୍ବ ମନ୍ତ୍ରୀ ବିଜୟ କଶ୍ୟପ । ଅଧିକ ପଢନ୍ତୁ...

କୋରୋନାରେ ଉତ୍ତରପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ

author img

By

Published : May 19, 2021, 7:07 AM IST

Updated : May 19, 2021, 7:36 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜସ୍ବ ମନ୍ତ୍ରୀ ବିଜୟ କଶ୍ୟପଙ୍କ କୋରୋନାରେ ମୃତ୍ୟୁ । କିଛି ଦିନ ହେଲା କୋରୋନା ଆକ୍ରାନ୍ତ ହୋଇ ସେ ଗୁରୁଗାଁଓ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଉତ୍ତରପ୍ରଦେଶ ମୁଜାଫରନଗର ଚରଥାୱଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ମନ୍ତ୍ରୀ ବିଜୟ କଶ୍ୟପ ଗତ ଏପ୍ରିଲ 29 ତାରିଖରେ କୋରୋନାରେ ପଜିଟିଭ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମନ୍ତ୍ରୀ କଶ୍ୟପଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରିଛନ୍ତି ।

ତେବେ ବିଜୟ କଶ୍ୟପ ହେଉଛନ୍ତି ଉତ୍ତରପ୍ରଦେଶର ତୃତୀୟ ମନ୍ତ୍ରୀ, ଯିଏ କି କୋରୋନାରେ ପ୍ରାଣ ହରାଇଛନ୍ତି ।

@PTI

Last Updated : May 19, 2021, 7:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.