ETV Bharat / bharat

ଆକ୍ସନ ମୁଡରେ ଯୋଗୀ ସରକାର, ବ୍ୟବସାୟୀ ମନୀଷ ମୃତ୍ୟୁ ଘଟଣାର ଯାଞ୍ଚ କରିବ CBI

ଉତ୍ତରପ୍ରଦେଶ ଗୋରଖପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ଉତ୍ତରପ୍ରଦେଶ ପୋଲିସ ବିରୋଧରେ ତଦନ୍ତ କରିବ ସିବିଆଇ। ତେବେ ଯେପର୍ଯ୍ୟନ୍ତ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ବ ନ ନେଇଛି ସେପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ତଦନ୍ତ ଜାରି ରଖିବ। ଅଧିକ ପଢନ୍ତୁ...

author img

By

Published : Oct 2, 2021, 1:00 PM IST

ଆକ୍ସନ ମୁଡରେ ଯୋଗୀ ସରକାର, ବ୍ୟବସାୟୀ ମନୀଷଙ୍କ ମୃତ୍ୟୁ ଘଟଣାର ଯାଞ୍ଚ କରିବ CBI

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋରଖପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। ଉତ୍ତରପ୍ରଦେଶ ପୋଲିସ ବିରୋଧରେ ତଦନ୍ତ କରିବ ସିବିଆଇ। ଏହି ପ୍ରସଙ୍ଗରେ ବିରୋଧୀମାନେ ଲଗାତାର ବିଜେପି ବିରୁଦ୍ଧରେ ଅଭିଯୋଗ ଆଣୁଥିବାବେଳେ ଯୋଗୀ ସରକାର ମଧ୍ୟ ନିରନ୍ତର କଡା ପଦକ୍ଷେପ ନେଉଛନ୍ତି। ଏହି ପର୍ଯ୍ୟାୟରେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ୟୁପି ସରକାର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ସୁପାରିଶ କରିଛନ୍ତି। ତେବେ ଯେପର୍ଯ୍ୟନ୍ତ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ବ ନ ନେଇଛି ସେପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ତଦନ୍ତ ଜାରି ରଖିବ। ବର୍ତ୍ତମାନ ଏହି ମାମଲା ଗୋରଖପୁରରୁ କାନପୁରକୁ ହସ୍ତାନ୍ତର କରାଯାଇଛି।

ଏହାପୂର୍ବରୁ ସେପ୍ଟେମ୍ବର 30 ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ଆଶ୍ବାସନା ଦେଇଥିଲେ ଯେ, ତାଙ୍କୁ ନ୍ୟାୟ ମିଳିବା ସହ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁରୁବାର ଦିନ ସିଏମ ଯୋଗୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ପତ୍ନୀ ମୀନାକ୍ଷୀ ଗୁପ୍ତାଙ୍କୁ ଏକ ସରକାରୀ ଚାକିରି ସହ ପରିବାରକୁ 10 ଲକ୍ଷରୁ ଉର୍ଦ୍ଧ୍ବ କ୍ଷତିପୂରଣ ପ୍ରଦାନ କରିବାକୁ ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶଥାଉକି, ମୃତ ମନୀଷ ଏକ ହୋଟେଲରେ କିଛି ବନ୍ଧୁଙ୍କ ସହିତ କାମ କରୁଥିବା ସମୟରେ ଏହି ଚଢାଉ ହୋଇଥିଲା । ଚଢାଉ ବେଳେ କାନପୁର ଅଞ୍ଚଳର ବ୍ୟବସାୟୀ ମନୀଷଙ୍କୁ କିଛି ପୋଲିସ କର୍ମଚାରୀ ମାଡ଼ ମାରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ପୋଲିସର ସୂଚନାନୁସାରେ, ମନୀଷ ଗୁପ୍ତା ହୋଟେଲର ଯାଞ୍ଚ ସମୟରେ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ସେହି ସମୟରେ ତଳେ ପଡ଼ିଯାଇ ଆହତ ହୋଇଥିଲେ। ପରେ ମନୀଷଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋରତା ଦେଖାଇ 6 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁଯାୟୀ ଗୋରଖପୁରରେ ଏହି ଘଟଣା ଘଟିବା ପରେ ସିଏମ ଅଧିକାରୀମାନଙ୍କୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି। ଏକ ବିବୃତ୍ତିରେ ସିଏମଓ କହିଛନ୍ତି ଯେ, ଏହି ପୋଲିସମାନଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ପଦବୀରେ ପୋଷ୍ଟିଂ କରାଯିବ ନାହିଁ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.