ETV Bharat / bharat

ଉତ୍ତର ପ୍ରଦେଶରେ ଲାଗୁ ହେବନି ଲକଡାଉନ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

author img

By

Published : Apr 20, 2021, 2:48 PM IST

ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଉତ୍ତର ପ୍ରଦେଶରେ ଲାଗୁ ହେବନି ଲକଡାଉନ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ ହେବନି ଲକଡାଉନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲାଗୁ ହେବନି ଲକଡାଉନ । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଉତ୍ତରପ୍ରଦେଶର 5 ସହରରେ ଲକଡାଉନ କରିବାକୁ ଗତକାଲି(ସୋମବାର) ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉତ୍ତରପ୍ରଦେଶ ସରକାର ଆଜି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ପାଖରେ ଏଭଳି କୌଣସି ନିର୍ଦ୍ଦେଶ ଜାରି କରିବାର ଅଧିକାର ନାହିଁ ବୋଲି ରାଜ୍ୟ ସରକାର କହିଥିଲେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ ବୋବେଡ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିଥିଲେ ।

ଏହାପୂର୍ବରୁ ସଲିସିଟିର ଜେନେରାଲ ତୁଷାର ମେହେଟ୍ଟା ତୁରନ୍ତ ଶୁଣାଣି କରିବାକୁ ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଏକ ବେଞ୍ଚକୁ ପଠାଇଥିଲେ ।

ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସବୁଠାରୁ ଅଧିକ ପ୍ରଭାବିତ ସହରରେ ଲକଡାଉନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସେହି ଅଞ୍ଚଳ ଗୁଡିକରେ ଟ୍ରାକିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବାରୋପ ଦେବାକୁ କହିଥିଲେ ।

ଉତ୍ତରପ୍ରଦେଶ ସରକାର ନବରାତ୍ରୀ ଓ ରମଜାନକୁ ଦେଖି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକରେ କଟକଣା ଲାଗୁ କରିଛନ୍ତି । ଗୋଟିଏ ସ୍ଥାନରେ 5 ଜଣ ରହିବେ ନାହିଁ । ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକଡାଉନ ଲାଗୁ କରାଯିବ ନାହିଁ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.