ETV Bharat / bharat

ଆଜିଠୁ ଯୋଗୀଙ୍କ 3 ଦିନିଆ ଉତ୍ତରାଖଣ୍ଡ ଗସ୍ତ, ମା ଓ ଭଉଣୀଙ୍କୁ କରିପାରନ୍ତି ସାକ୍ଷାତ - ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରାଖଣ୍ଡ ଗସ୍ତ

ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମା’ ଓ ଭଉଣୀଙ୍କୁ କରିପାରନ୍ତି ସାକ୍ଷାତ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ଗସ୍ତ କରିବେ ଯୋଗୀ, ମା ଓ ଭଉଣୀଙ୍କୁ କରିପାରନ୍ତି ସାକ୍ଷାତ

author img

By

Published : May 2, 2022, 10:52 PM IST

Updated : May 3, 2022, 8:24 AM IST

ଡେରାଡୁନ୍: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିଠାରୁ (3ରୁ 5)3 ଦିନିଆ ଜନ୍ମସ୍ଥାନ ଉତ୍ତରାଖଣ୍ଡ ଗସ୍ତରେ ଯିବେ । ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରାଖଣ୍ଡ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ହରିଦ୍ୱାର ଏବଂ ପୌଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜ ପୈତୃକ ଘର ଯମକେଶ୍ୱରର ମଧ୍ୟ ଗସ୍ତ କରିବେ । ସେହିପରି ସ୍ଥାନୀୟ ଗୁରୁ ଗୋରଖନାଥ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ନିଜ ଗୁରୁ ବୈଦ୍ୟନାଥଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବିଧାନସଭା ନିର୍ବାଚନ ପରେ ଦ୍ବିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାପରେ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଡେରାଡୁନ ଆସିଥିଲେ । କିନ୍ତୁ ସେତେବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିଜ ଭାଇଙ୍କୁ ଯୋଗୀ ସାକ୍ଷାତ କରିଥିବା ବେଳେ ମା’ କିମ୍ବା ଉଭଣୀଙ୍କୁ ସାକ୍ଷାତ ନକରି ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଚଳିତ ଗସ୍ତରେ ସେ ତାଙ୍କ ମା‘ ଓ ଭଉଣୀଙ୍କୁ ଭେଟିବା ନେଇ ଅନୁମାନ କରାଯାଉଛି ।

ଯୋଗୀ ଆଦିତ୍ୟନାଥଙ୍କ ମାତା 84 ବର୍ଷୀୟ ସାବିତ୍ରୀ ଦେବୀ ଏବେ ଉତ୍ତରାଖଣ୍ଡରେ ରହୁଥିବା ବେଳେ 2020 ଏପ୍ରିଲ 20 ତାରିଖରେ ପିତା ଆନନ୍ଦ ସିଂହଙ୍କ ଦେହାନ୍ତ ହୋଇସାରିଛି । କୋରୋନା ସଂକ୍ରମଣ ଯୋଗୁ ଯୋଗୀ ପିତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇ ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2022, 8:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.