ETV Bharat / bharat

Sanatan Dharma Row: ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ: ଯୋଗୀ ଆଦିତ୍ୟନାଥ

author img

By ETV Bharat Odisha Team

Published : Sep 8, 2023, 12:44 PM IST

ସନାତନ ଧର୍ମବିରୋଧି ମତ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ । ଉଦୟନିଧି ଷ୍ଟାଲିନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା କଟାକ୍ଷ । "ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ"

up cm yogi adityanath reaction on sanatan dharma row
up cm yogi adityanath reaction on sanatan dharma

ଲକ୍ଷ୍ମୌ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧି ମନ୍ତବ୍ୟକୁ ନେଇ ସରଗରମ ରାଜନୀତି । ଉଦୟନିଧି ଷ୍ଟାଲିନଙ୍କ ଧର୍ମ ବିରୋଧି ମତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦୟନିଧି ଷ୍ଟାଲିନଙ୍କୁ କଡା କଟାକ୍ଷ କରିଛନ୍ତି । ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଜନ୍ମାଷ୍ଟମୀ ଅବସରରେ ଗୁରୁବାର ଦିନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌ ସ୍ଥିତ ପୋଲିସ ଲାଇନ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ମହୋତ୍ସବରେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ରା, ଡିଜିପି ବିଜୟ କୁମାର ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ । ସେଠାରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରିବା ସହ ସନାତନ ଧର୍ମ ନେଇ ମତ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ.. Sanatana Dharma row: ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା

ଉଦୟନାଥ ଷ୍ଟାଲିନଙ୍କ ଧର୍ମ ବିରୋଧି ମତକୁ କଡା କଟାକ୍ଷ କରିବାକୁ ଯାଇ ଯୋଗୀ କହିଥିଲେ," ଯିଏ ସନାତନ ଧର୍ମ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବେ । ସନାତନ ଧର୍ମକୁ ବିନାଶ କରିବାକୁ ରାବଣ ଚେଷ୍ଟା କରିଥିଲା । ସନାତନ ଧର୍ମ ଧ୍ୱଂସ କରିବାକୁ କଂସ ବି ଚେଷ୍ଟା କରିଥିଲା । ହେଲେ ସନାତନ ଧର୍ମର ବିନାଶ ହେଲାନି ବରଂ ଧର୍ମର ବିନାଶକାରୀ ନିଜେ ବିନାଶ ହୋଇଗଲେ ।"

ଏହାମଧ୍ୟ ପଢନ୍ତୁ.. Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ସୂଚନା ଥାଉ କି, ଉଦୟନିଧି ଷ୍ଟାଲିନ ଶନିବାର ଦିନ ସନାତନ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହି ଧର୍ମକୁ ସମୂଳ ବିନାଶ କରିଦେବା ଉଚିତ ବୋଲି କହିଥିଲେ ଉଦୟନିଧି । ଏପରିକି ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, କୋରୋନା ଭାଇରସ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଏହା ବିରୋଧରେ ଲଢିବା ବଦଳରେ ସମୂଳ ବିନାଶ କରିବା ଉଚିତ ବୋଲି କହିଥିଲେ ।

ଅନ୍ୟପଟେ ଧର୍ମବିରୋଧି ମତ ଦେଇ ଅଡୁଆରେ ଉଦୟନିଧି ଷ୍ଟାଲିନ । ସାରା ଦେଶରେ ଏହି ପ୍ରସଙ୍ଗ ରାଜନୈତିକ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ବି ଏହି ମାମଲା ପହଞ୍ଚିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଦର୍ଶାଯାଇଛି । ଏହା ଏକ ଧାର୍ମିକ ଘୃଣାସୃଷ୍ଟିକାରୀ ମନ୍ତବ୍ୟ ହୋଇଥିବା ବେଳେ କାହିଁକି ସ୍ଥାନୀୟ ଚେନ୍ନାଇ ଓ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ନିଜ ଆଡୁ ମାମଲା ରୁଜୁ କରିନାହାନ୍ତି, କୋର୍ଟ ସେ ସମ୍ପର୍କରେ ବି ହସ୍ତକ୍ଷେପ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ଚି ଆଇନଜୀବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.