ETV Bharat / bharat

ବୁଧବାର 'ହୁନର ହାଟ'ର ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ

ଆସନ୍ତାକାଲି(ବୁଧବାର) ଉତ୍ତରପ୍ରଦେଶରେ ଉଦଘାଟନ ହେବ 'ହୁନର ହାଟ' । ଦେଶର ବିଭିନ୍ନ ପ୍ରାନ୍ତର ଦେଶୀୟ କାରିଗରିକୁ ନେଇ ଆୟୋଜିତ ହେଉଛି ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Nov 9, 2021, 9:13 AM IST

ବୁଧବାର 'ହୁନର ହାଟ'ର ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ
ବୁଧବାର 'ହୁନର ହାଟ'ର ଉଦଘାଟନ କରିବେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଆସନ୍ତାକାଲି(ବୁଧବାର) ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ବ୍ରଜ ରାଜ ଉତ୍ସବ' ଏବଂ 'ହୁନର ହାଟ', 'କୁଶଲ କୁବେରର କୁମ୍ଭ'ର ଉଦଘାଟନ କରିବେ । ବୃନ୍ଦାବନରେ 31 ତମ 'ହୁନର ହାଟ'ର ଉଦଘାଟନ କରାଯିବ ।

ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ ହେମା ମାଲିନୀ, ରାଜ୍ୟ ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା, କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ, ବ୍ରଜ ତୀର୍ଥ ବିକାଶ ପରିଷଦ ଉପଅଧ୍ୟକ୍ଷ ଶୈଲଜା କାନ୍ଦ ମିଶ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ମନ୍ତ୍ରୀ ଉପସ୍ଥିତ ରହିବେ ।

କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନାକଭି କହିଛନ୍ତି ଯେ, ଭାରତର ଶତାବ୍ଦୀ ପୁରୁଣା ପାରମ୍ପାରିକ ତଥା ବୃତ୍ତିଗତ କଳା ଏବଂ ହସ୍ତଶିଳ୍ପକୁ ବଜାର ତଥା ସୁଯୋଗ ପ୍ରଦାନ, ସଂରକ୍ଷଣ ତଥା ଯୋଗାଇବା ପାଇଁ 'ହୁନର ହାଟ' ଏକ ଉପଯୁକ୍ତ ପ୍ଲାଟଫର୍ମ ଏବଂ ଏହା 'ସ୍ବଦେଶୀ' ଏବଂ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ମଜବୁତ କରିବ ।

'ହୁନର ହାଟ' ମଧ୍ୟ ଆଦିବାସୀ କାରିଗର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରିଛି ।

ବ୍ରଜ ତିର୍ଥ ବିକାଶ ପରିଷଦ ବ୍ରଜ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର 10 ରୁ 10 ଦିନିଆ ବ୍ରଜ ରାଜ ମହୋତ୍ସବର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ରଜ ସଂସ୍କୃତି ସହ ଜଡିତ ଧାର୍ମିକ, ପାରମ୍ପରିକ, ଲୋକ ନୃତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ନାକଭି କହିଛନ୍ତି ଯେ, ପ୍ରାୟ 400 କାରିଗର 'ବ୍ରଜ ରାଜ ଉତ୍କଳ'ର 'ହୁନାର ହାଟ'ରେ ଅଂଶଗ୍ରହଣ କରୁଛନ୍ତି ।

ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ବିହାର, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ଗୋଆ, ପଞ୍ଜାବ, ଉତ୍ତରପ୍ରଦେଶ, ଲଦାଖ, କର୍ଣ୍ଣାଟକ, ଗୁଜୁରାଟ, ହରିୟାଣା ଏବଂ କେନ୍ଦ୍ରଶାସିତ ଅଞ୍ଚଳର କାରିଗର ଏଥିରେ ଭାଗନେବେ । କାଶ୍ମୀର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ, ତାମିଲନାଡୁ ଏବଂ କେରଳର କାଠ, ପିତ୍ତଳ, ବାଉଁଶ, କାଚ, କପଡା, କାଗଜ, ମାଟି ଇତ୍ୟାଦିରେ ନିର୍ମିତ ଦେଶୀ ଉତ୍ପାଦ ସହ ଦେଶର ବିଭିନ୍ନ ସ୍ଥାନରୁ ପାରମ୍ପାରିକ ଖାଦ୍ୟ ମଧ୍ୟ ବିକ୍ରି ହେବ।

ପୂର୍ବରୁ ଭର୍ଚୁଆଲ୍ ଏବଂ ଅନ୍ଲାଇନ୍ ପ୍ଲାଟଫର୍ମ http://hunarhaat.org ଏବଂ GeM ପୋର୍ଟାଲରେ ମାଧ୍ୟରେ 'ହୁନାର ହାଟ' ଉପଲବ୍ଧ ।

ଦେଶ ତଥା ବିଦେଶର ଲୋକମାନେ ଡିଜିଟାଲ୍ ଏବଂ ଅନଲାଇନ ମାଧ୍ୟମରେ 'ହୁନାର ହାଟ' ସାମଗ୍ରୀ କିଣିପାରିବେ । ତେବେ ପରବର୍ତ୍ତୀ 'ହୁନର ହାଟ' ଲକ୍ଷ୍ନୌରେ(12 ରୁ 21 ନଭେମ୍ବର), ନୂଆଦିଲ୍ଲୀରେ ପ୍ରଗତି ମଇଦାନ (14 ରୁ 27 ନଭେମ୍ବର), ହାଇଦ୍ରାବାଦରେ (26 ନଭେମ୍ବର ରୁ 5 ଡିସେମ୍ବର), ସୁରଟରେ(10 ରୁ 19 ଡିସେମ୍ବର) ପୁନର୍ବାର ନୂଆଦିଲ୍ଲୀରେ ( 22 ଡିସେମ୍ବର 2021 ରୁ 2 ଜାନୁୟାରୀ 2022) ମଧ୍ୟରେ ଚାଲିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.