ETV Bharat / bharat

Atiq Ahmed's son Encounter: ପୋଲିସକୁ ଯୋଗୀଙ୍କ ପ୍ରଶଂସା, ନ୍ୟାୟ ମିଳିଛି କହିଲେ ଉମେଶ ପାଲଙ୍କ ମା’ - ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ

ଝାନ୍ସି ଏନକାଉଣ୍ଟର ସମ୍ପର୍କରେ ସମୀକ୍ଷା ବୈଠକ କଲେ ମୁଖ୍ୟମନ୍ତ୍ରୀ ଯୋଗୀ । ପୋଲିସକୁ କଲେ ପ୍ରଶଂସା । ମିଟିଂ ପରେ ପ୍ରେସମିଟ କଲେ ଆଇନ ଶୃଙ୍ଖଳା ଏଡିଜି । ଅଧିକ ପଢନ୍ତୁ

ପୋଲିସକୁ ଯୋଗୀଙ୍କ ପ୍ରଶଂସା, ନ୍ୟାୟ ମିଳିଛି କହିଲେ ଉମେଶ ପାଲଙ୍କ ମା’

author img

By

Published : Apr 13, 2023, 4:21 PM IST

ଲକ୍ଷ୍ନୌ: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଫେରାର ଅଭିଯୁକ୍ତ ତଥା ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ପୁଅ ଓ ତାର ସହଯୋଗୀ ପୋଲିସ ଏନକାଉଣ୍ଟରରେ ନିପାତ ହୋଇଛନ୍ତି । ପୋଲିସର ଏହି ସଫଳ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି, ପୂର୍ବରୁ ମାଫିଆଙ୍କୁ ମାଟିରେ ମିଶାଇ ଦେବା ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୋଲିସକୁ ପ୍ରଶଂସା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ଉଚ୍ଚସ୍ତରୀୟ ବୈଠକରେ ଏନକାଉଣ୍ଟର ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ରାଜ୍ୟ ପୋଲିସ ଏଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର ଆନୁଷ୍ଠାନିକ ଭାବେ ଏନକାଉଣ୍ଟର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

  • The government has adopted a zero-tolerance policy against the mafia. The result of this policy is before everyone today: Prashant Kumar, Special DG, Law & Order, Uttar Pradesh pic.twitter.com/V5kLVF8vdd

    — ANI UP/Uttarakhand (@ANINewsUP) April 13, 2023 " class="align-text-top noRightClick twitterSection" data=" ">

ପ୍ରେସମିଟ ଜରିଆରେ ଏଡିଜି ପ୍ରଶାନ୍ତ କୁମାର ସ୍ପଷ୍ଟ କରିଛନ୍ତି, ଏହି ଦୁଇ ଅଭିଯୁକ୍ତ ଉମେଶ ପାଲ ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିଲେ । ଉକ୍ତ ଆକ୍ରମଣରେ ଉମେଶ ପାଲ ଓ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଉତ୍ତର ପ୍ରଦେଶ ପୋଲିସର ଦୁଇ ଯବାନ ପ୍ରାଣ ହରାଇଥିଲେ । ଉଭୟ ଘଟଣା ପରେ ଫେରାର ଥିଲେ । ଉଭୟଙ୍କ ନାମରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ହେଲେ ଆଜି (ଗୁରୁବାର) ଉଭୟ ଅଭିଯୁକ୍ତ ଝାନ୍ସିରେ ଥିବା ନେଇ ସୂଚନା ମିଳିବା ପରେ ସ୍ପେସାଲ ଟାକ୍ସଫୋର୍ସ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମଧ୍ୟାହ୍ନ ପ୍ରାୟ 12.30 ରୁ 1 ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । ଅଭିଯୁକ୍ତଙ୍କ ପକ୍ଷରୁ ପ୍ରଥମେ ପୋଲିସ ଉପରେ ଫାଏରିଂ ହେବା ପରେ ପୋଲିସ ଟିମ୍‌ ପାଲଟା ଜବାବ ଦେଇଥିଲା । ଦୁଇ ଅଭିଯୁକ୍ତ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

ଉଭୟଙ୍କ ପରିଚୟ ସ୍ପଷ୍ଟ କରାଯାଇଛି । ଜଣେ ଅଭିଯୁକ୍ତ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦ ଓ ଅନ୍ୟଜଣେ ତାର ସହଯୋଗୀ ତଥା ସାର୍ଫସୁଟର ଗୁଲାମ ବୋଲି ଜଣାପଡିଛି । ଏନକାଉଣ୍ଟର ସ୍ଥଳରୁ ସେମାନେ ବ୍ୟବହାର କରିଥିବା ବାଇକ ଓ ବ୍ରିଟିଶ ନିର୍ମିତ ଅତ୍ୟାଧୁନିକ ପିସ୍ତଲ ଓ ରିଭଲଭର ମଧ୍ୟ ଜବତ କରାଯାଇଛି । ଏନକାଉଣ୍ଟର ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ମଧ୍ୟ ଅନୁପାଳନ କରାଯାଇଥିବା ପୋଲିସ ଏଡିଜି ସ୍ପଷ୍ଟ କରିଛନ୍ତି ।

ସରକାର ଅପରାଧ ଓ ଅପରାଧୀଙ୍କ ପ୍ରତି ସରକାର ଘୋଷଣା କରିଥିବା ଶୂନ୍ୟ ସହିଷ୍ଣୁତା ନୀତି ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛି ବୋଲି ମଧ୍ୟ ଏଡିଜି ପ୍ରଶାନ୍ତ କୁମାର କହିଥଛନ୍ତି । ଅନ୍ୟପଟେ ଏହି ଏନକାଉଣ୍ଟର ପରେ ହତ୍ୟାର ଶିକାର ହୋଇଥିବା ଉମେଶ ପାଲଙ୍କ ମା‘ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ ଧନ୍ୟବାଦ ଦେବା ସହ ଏହି ଏନକାଉଣ୍ଟର ତାଙ୍କ ପୁଅ ଉମେଶଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ପ୍ରେସମିଟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର । ଘଟଣାରେ ଅଭିଯୁକ୍ତ ଥିବା କୁଖ୍ୟାତ ଗ୍ଯାଙ୍ଗଷ୍ଟାର ଅତିକ ଅହମ୍ମଦକୁ ଗୁଜୁରାଟର ସାବରମତି ଜେଲରୁ ପ୍ରୟାଗରାଜକୁ ଅଣାଯାଉଥିବା ବେଳେ ପୋଲିସ କାର୍କେଡ ଉପରେ ମଧ୍ୟରେ ଆକ୍ରମଣ ହେବାର ଆଶଙ୍କା ଥିଲା । ସଂଘବଦ୍ଧ ଆକ୍ରମଣ କରି ଅଭିଯୁକ୍ତ ଅତିକ ଅହମ୍ମଦକୁ ପୋଲିସ କବଜାରୁ ଛଡାଇ ନେବା ପାଇଁ ଷଡଯନ୍ତ୍ର କରାଯାଇଥିବା ଗୁଇନ୍ଦା ବିଭାଗ ସୂତ୍ରରୁ ପୋଲିସକୁ ସୂଚନା ମଧ୍ୟ ମିଳିଥିଲା । ହେଲେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଫଳରେ ସେପରି କୌଣସି ଆକ୍ରମଣ କରିବାରେ ଅତିକର ଗ୍ୟାଙ୍ଗ ସଫଳ ହୋଇପାରି ନଥିଲା ଏଡିଜି ପ୍ରଶାନ୍ତ କୁମାର ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.