ETV Bharat / bharat

UP Assembly polls: ଉନ୍ନତି ବିଧାନ ଆଣି ଉତ୍ତୀର୍ଣ୍ଣ ଲକ୍ଷ୍ୟରେ କଂଗ୍ରେସ, କୋଭିଡ ଯୋଦ୍ଧାଙ୍କୁ ଦେବ ୫୦ ଲକ୍ଷ !

author img

By

Published : Feb 9, 2022, 6:39 PM IST

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର ‘ଉନ୍ନତି ବିଧାନ’ । ଲକ୍ଷ୍ନୌରେ ଉନ୍ମୋଚନ ଅବସରରେ ମହାସଚିବ ପ୍ରିୟଙ୍କା କହିଲେ ଇସ୍ତାହାର ହେବ ପ୍ରଦେଶ ବିକାଶର ନକ୍ସା । ଅଧିକ ପଢନ୍ତୁ

UP Assembly polls: ପ୍ରକାଶ ପାଇଲା କଂଗ୍ରେସ ଇସ୍ତାହାର, ପ୍ରିୟଙ୍କା କହିଲେ ରାଜ୍ୟ ବିକାଶର ନକ୍ସା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ରାଜଧାନୀ ଲକ୍ଷ୍ନୌରେ ଏହି ଇସ୍ତାହାର ‘ଉନ୍ନତି ବିଧାନ’କୁ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ଏହା ରାଜ୍ୟର ବିକାଶର ନକ୍ସା ହେବ ।

ପ୍ରିୟଙ୍କା କହିଛନ୍ତି, କଂଗ୍ରେସ ବିଶ୍ବାସ କରେ ଯେ ରାଜ୍ୟବାସୀଙ୍କୁ ଏପରି ରାଜନୈତିକ ବ୍ୟବସ୍ଥାର ଆବଶ୍ୟକତା ରହିଛି ଯାହା ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରିବ । ତେଣୁ ରାଜ୍ୟବାସୀ ଚଳିତଥର ଏକ ବିକାଶମୂଳକ ସରକାର ବାଛିବା ପସନ୍ଦ କରିବେ । ଜାରି ହୋଇଥିବା ଇସ୍ତାହାର ‘ଉନ୍ନତି ବିଧାନ’ ରାଜ୍ୟର ବର୍ତ୍ତମାନ ଅବସ୍ଥାକୁ ଦେଖି ପ୍ରସ୍ତୁତ ହୋଇଛି ।

ଇସ୍ତାହାର ମୁଖ୍ୟାଶଂ ସମ୍ପର୍କରେ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି, ରାଜ୍ୟରେ ସାମ୍ବାଦିକଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ରଦ୍ଦ କରାଯିବା ସହ ଯେଉଁମାନେ ବେଆଇନ ଭାବେ ଜେଲରେ ଭର୍ତ୍ତି କରାଯାଇଛି ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବ । କାରିଗର, ବୁଣାକାର, କୃଷକ ଏବଂ ପୂର୍ବତନ ସର୍ଭିସମ୍ୟାନଙ୍କ ପରି ଗୋଷ୍ଠୀଙ୍କ ପାଇଁ ବିଧାନ ପରିଷଦରେ ପାଞ୍ଚଟି ଅତିରିକ୍ତ ଆସନ ମଧ୍ୟ ଯୋଡାଯିବ । ଇସ୍ତାହାର ପ୍ରସ୍ତୁତି ଉତ୍ତର ପ୍ରଦେଶବାସୀଙ୍କ ଜନମତ ଆଧାରରେ ହୋଇଥିବା ନେଇ ମଧ୍ୟ ମତ ଦେଇଛନ୍ତି ପ୍ରିୟଙ୍କା ।

ସେହିପରି ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଏକାଧିକ ସଂଶୋଧନର ପ୍ରସ୍ତାବ ରଖିଛି କଂଗ୍ରେସ । ଦଳ କ୍ଷମତାକୁ ଆସିଲେ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାରମ୍ଭରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା ପ୍ରଦାନ କରାଯିବ । ପଦୋନ୍ନତିରେ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସରକାରୀ କର୍ମଚାରୀଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରାଯିବ । କୋଲ ସମ୍ପ୍ରଦାୟକୁ ଆଦିବାସୀ ଜନଜାତି ମାନ୍ୟତା ସହ ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ସେହିପରି ବିଦ୍ୟାଳୟରେ ପାଚିକାଙ୍କ ଦରମା 5,000 ଟଙ୍କାକୁ ବୃଦ୍ଧି କରାଯିବ । କୋଭିଡ ମହାମାରୀରେ ପ୍ରାଣ ହରାଇଥିବା ଯୋଦ୍ଧାମାନଙ୍କ ପାଇଁ ଇସ୍ତାହାରରେ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପ୍ରଭାବିତ ପରିବାରକୁ 25,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବାର ଘୋଷଣା ରହିଛି । ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅନେକ ପ୍ରତିଶ୍ରୁତି ରଖିଛି ଦଳ । ପୋଲିସ, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସମେତ ସାର୍ବଜନୀନ କ୍ଷେତ୍ରରେ ଖାଲି ପଡିଥିବା 12 ଲକ୍ଷ ପଦବୀ ପୂରଣ କରାଯିବା ସହ ରାଜ୍ୟରେ ନୂଆ ୮ ଲକ୍ଷରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ନେଇ ଦଳ ପ୍ରକାଶ କରିଛି ।

403 ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଫେବୃଆରୀ 10, 14, 20, 23, 27, ମାର୍ଚ୍ଚ 3 ଏବଂ 7 ତାରିଖରେ ୭ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ 10 ରେ ଭୋଟ ଗଣତି ଓ ଜନାଦେଶ ପ୍ରକାଶ ପାଇବ । ଗତ 2017 ବିଧାନସଭା ନିର୍ବାଚନରେ ​​ବିଜେପି 312 ଆସନ ଜିତି କ୍ଷମତା ହାସଲ କରିଥିବା ବେଳେ ସମାଜବାଦୀ ପାର୍ଟି 47 ଟି ସିଟ ସହ ବିରୋଧୀ ଆସନରେ ରହିଥିଲା । ସେହିପରି ବହୁଜନ ସମାଜବାଦୀ ପାର୍ଟି 19 ଟି ଆସନ ଜିତିଥିବାବେଳେ କଂଗ୍ରେସ ମାତ୍ର 7 ଟି ଆସନରେ ସନ୍ତୁଷ୍ଟ ହେବାରେ ବାଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.