ETV Bharat / bharat

ଗାଜିଆବାଦରେ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ - ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ରାକେଶ ମାର୍ଗରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଗାଜିଆବାଦରେ ଅଘଟଣ ; ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ

author img

By

Published : Sep 2, 2021, 6:52 AM IST

ଲକ୍ଷ୍ମୌ: ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ମୃତ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ରାକେଶ ମାର୍ଗରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ଗାଜିଆବାଦର ରାକେଶ ମାର୍ଗରେ ଜଣେ ସ୍ଥାନୀୟ ବାସିନ୍ଦା ଗୋଟିଏ ଦିନ ପୂର୍ବରୁ ନିଜ ଘର ପାଇଁ ଏକ ଲୁହା ଆଜବେଷ୍ଟ ଲଗେଇଥିଲେ । ଇଲେକ୍ଟ୍ରି ଖୁଣ୍ଟିରୁ ଘରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ଛିଣ୍ତି ଯାଇଥିଲା । ଫଳରେ ଇଲେକ୍ଟ୍ରି ଖୁଣ୍ଟିଟି ଚାର୍ଜ ହୋଇଯାଇଥିଲା । ପରେ ସ୍ଥାନୀୟ ୨ ଜଣ ଲୋକ ଏକ ଦୋକାନରୁ ଫେରିବା ସମୟରେ ଇଲେକ୍ଟ୍ରି ଖୁଣ୍ଟିଟିକୁ ଛୁଇଁ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ବେଳେ ଜଣେ ପୁରୁଷ ଓ ମହିଳା ରହିଛନ୍ତି ।

ସେପଟେ, ଏ ଖବର ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ପୋଲିସ ପହଞ୍ଚି ଥିଲେ । ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.