ETV Bharat / bharat

ମଣିପୁର ଆକାଶରେ ଅଜଣା ଉଡନ୍ତା ବସ୍ତୁ, ବିମାନ ସେବା ପ୍ରଭାବିତ - ମଣିପୁର ବିମାନ ବନ୍ଦର

ମଣିପୁର ଆକାଶରେ ଦୃଶ୍ୟମାନ ହେଲା ଅଜଣା ଉଡନ୍ତା ବସ୍ତୁ । ବିମାନ ସେବା ପ୍ରଭାବିତ । ଡାଇଭର୍ଟ ହେଲା 2ଟି ବିମାନ । 2 ବିମାନର ଉଡାଣରେ ବିଳମ୍ବ । ତଥାପି ଅଜଣା ବସ୍ତୁ ସମ୍ପର୍କରେ ନାହିଁ ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

ମଣିପୁର ଆକାଶରେ ଅଜଣା ଉଡନ୍ତା ବସ୍ତୁ, ବିମାନ ସେବା ପ୍ରଭାବିତ

author img

By ETV Bharat Odisha Team

Published : Nov 19, 2023, 8:41 PM IST

ଇମ୍ଫାଲ: ମଣିପୁର ଆକାଶରେ ଦେଖିବାକୁ ମିଳିଛି ଅଜଣା ଉଡନ୍ତା ବସ୍ତୁ । ମଣିପୁର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏପରି କିଛି ସନ୍ଦେହଜନକ ଉଡନ୍ତା ବସ୍ତୁ ଦେଖାଯିବା କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହୋଇଛି । ଅବତରଣ ସୂଚୀରେ ଥିବା ଦୁଇଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯିବା ସହ ଦୁଇଟି ବିମାନର ଉଡାଣ ମଧ୍ୟ ବିଳମ୍ବ ହୋଇଛି । ମାତ୍ର ଉକ୍ତ ବସ୍ତୁ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି । ପ୍ରାୟ 3 ଘଣ୍ଟା ପରେ ବିମାନ ସେବା ସ୍ବାଭାବିକ ହୋଇଥିବା ସୂଚନା ମିଳିଛି । ଏହି ବସ୍ତୁ ଖାଲି ଆଖିରେ ମଧ୍ୟ ଦୃଶ୍ୟମାନ ହୋଇଥିବା ସୂଚନା ମିଳିଛି ।

ବିମାନ ବନ୍ଦର ନିର୍ଦ୍ଦେଶକ ଚିପେମ୍ମି କେଇଶିଙ୍ଗ (Chipemmi Keishing)ଙ୍କ ସୂଚନା ଅନୁସାରେ, ‘‘ଇମ୍ଫାଲ ବିମାନ ବନ୍ଦରରୁ ନିୟନ୍ତ୍ରଣାଧୀନ ବାୟୁସୀମାରେ ଏହି ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହୋଇଥିଲା । କିଛି ଘଣ୍ଟା ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହେବା କାରଣରୁ ବିମାନ ସେବା ସ୍ଥଗିତ ରଖାଯାଇଥିଲା । ଅବତରଣ କରିବାକୁ ଥିବା ଦୁଇଟି ବିମାନକୁ ଡାଇଭର୍ଟ କରାଯାଇଥିଲା । ଉଡାଣ ଭରିବାକୁ ଥିବା ଦୁଇଟି ବିମାନକୁ ବିଳମ୍ବରେ ଉଡାଣ ଅନୁମତି ମିଳିଥିଲା । ’’

ସୂଚନା ଅନୁସାରେ, ଆଜି (ରରିବାର) ଅପରାହ୍ନ ପ୍ରାୟ 2.30 ମିନିଟରେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା CISF ଠାରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ ଏୟାରପୋର୍ଟ ନିକଟବର୍ତ୍ତୀ ଆକାଶରେ ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେଉଥିବା ସୂଚନା ମିଳିଥିଲା । ଏହା ପରେ କୋଲକାତାରୁ ଇମ୍ଫାଲ ଆସୁଥିବା ଇଣ୍ଡିଗୋ ବିମାନକୁ ଆକାଶରେ 25 ମିନିଟ ରହିବା ପାଇଁ ନିର୍ଦ୍ଦେଶ ମିଳିବା ପରେ ନିକଟସ୍ଥ ଆସାମର ଗୌହାଟୀ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଅନ୍ୟ ଏକ ବିମାନକୁ ମଧ୍ୟ ଡାଇଭର୍ଟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଜାତିଭିତ୍ତିକ ଜନଗଣନାକୁ ଅଖିଳେଶଙ୍କ ସମର୍ଥନ, କହିଲେ ପଛୁଆ ସମ୍ପ୍ରଦାୟର ଅଧିକାର ଓ ସମ୍ମାନ ନିଶ୍ଚିତ କରିବାକୁ ହେବ

ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ଶିଲଂରେ ଥିବା ଇଷ୍ଟର୍ଣ୍ଣ ବାୟୁସେନା କମାଣ୍ଡକୁ ସୂଚୀତ କରିଥିଲେ । ହେଲେ କିଛି ଘଣ୍ଟା ପରେ ଏହି ଉଡନ୍ତା ବସ୍ତୁ ଆକାଶରେ ଦୃଶ୍ୟମାନ ହୋଇନଥିଲା । ଏହା ଧିରେ ଧିରେ ନିରୁଦ୍ଦିଷ୍ଟ ହୋଇଯାଇଥିଲା । ବିମାନ ଚଳାଚଳ ପୁଣି ସ୍ବାଭାବିକ ହୋଇଥିଲେ ସୁଦ୍ଧା ଏପରି ଅଜଣା ବସ୍ତୁ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇପାରିନି । ପୂର୍ବରୁ ମଧ୍ୟ ଅନ୍ୟ କିଛି ସ୍ଥାନରେ ଅଜଣା ଉଡନ୍ତା ବସ୍ତୁ ଦୃଶ୍ୟମାନ ହେବାର ନଜିର ରହିଛି । ହେଲେ ଏ ସମ୍ପର୍କରେ କୌଣସି ସୂଚନା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.