ନିଆଳି: ଏକ ଅଜଣା ଜନ୍ତୁର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କଟକ ଜିଲ୍ଲା ନିଆଳି ବ୍ଳକର ମାଧବ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ଏ କେଉଁ ପ୍ରକାରର ଜନ୍ତୁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଗାଡ଼ି ଲାଇଟ ଦେଖି ଅଜଣା ଜନ୍ତୁଟି ଚମ୍ପଟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ତଳେ ନିଆଳି ଅଞ୍ଚଳରେ ହଜାର ହଜାର ମେଣ୍ଢା ମୃତ୍ୟୁ ଖବର ସାରା ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିଲା । ମେଣ୍ଢା ମୃତ୍ୟୁର କାରଣ ଅଜଣା ଜନ୍ତୁ ବୋଲି ଖୁବ୍ ଚର୍ଚ୍ଚା ଜୋର ଧରିଲା ।
ଅଜଣା ଜନ୍ତୁଙ୍କୁ ଧରିବା ପାଇଁ ବନ ବିଭାଗ, ଡେରାଡୁନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଗଲା ହେଲେ ଅଜଣା ଜନ୍ତୁର କୌଣସି ସୁରକ ମିଳିନଥିଲା । ମୃତ ମେଷ ପାଳକଙ୍କୁ ରାଜ୍ଯ ସରକାର କ୍ଷତିପୂରଣ ଦେଇ ଚୂପ ହୋଇ ରହିଗଲେ । ମେଣ୍ଢାଙ୍କ ହତ୍ୟାକାରୀ କିଏ ଏଯାବତ୍ ସୁରାକ ମିଳିପାରି ନାହିଁ । ବନ ବିଭାଗ କେବଳ ହେଟା ବାଘ, ରାମ ଶିଆଳ କିମ୍ବା ଆଉ କେହି ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରୁଥାଇ ପାରନ୍ତି ବୋଲି ଗଣମାଧ୍ୟମରେ ସୂଚନା ଦେଇ ଦାୟିତ୍ଵ ସାରିଦେଇଛନ୍ତି । ଏବେ ଏହି ଜନ୍ତୁର ଆବିର୍ଭାବକୁ ନେଇ କଟକ ଜିଲ୍ଲା ନିଆଳି ଅଞ୍ଚଳରେ ନାନା ଚର୍ଚ୍ଚା ଆରମ୍ଭ ହେଲାଣି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ