ETV Bharat / bharat

ବିହାର ବିବାହରେ ନିଆରା ଦୃଶ୍ୟ, ହେଲିକପ୍ଟର ଆକୃତି କାରରେ ଶଶୁର ଘରକୁ ଗଲେ କନ୍ୟା

author img

By

Published : Nov 14, 2022, 9:39 PM IST

ବିହାର ବିବାହରେ ବଢୁଛି ହେଲିକପ୍ଟର ଆକୃତି କାରର ଚାହିଦା । ଏହି କାରରେ ନିଜ ଶଶୁର ଘରକୁ ଯାଉଛନ୍ତି ନବବଧୂ । ଲୋକେ ଏହି କାରରେ ନବବଧୂକୁ ଘରକୁ ଆଣିବାକୁ ବୁକିଂ କୁରଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବିହାର ବିବାହରେ ନିଆରା ଦୃଶ୍ୟ, ହେଲିକପ୍ଟର ଆକୃତି କାରରେ ଶ୍ବଶୁର ଘରକୁ ଗଲେ କନ୍ୟା

ପାଟନା: ଭାରତରେ ହିନ୍ଦୁ ମାନଙ୍କ ବିବାହରେ ଭିନ୍ନ ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳେ । ବିହାରରେ ମଧ୍ୟ (Bihar weddings) ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଦେଖଣାହାରୀଙ୍କୁ ବେଶ ଆକୃଷ୍ଟ କରିଛି । ଏଠାରେ ଜଣେ ନବବଧୂ ହେଲିକପ୍ଟର ଆକୃତିର କାର (Helicopter-shaped car)ରେ ଶଶୁର ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ନିଆରା ଦୃଶ୍ୟ କୈମୁର ଜିଲ୍ଲା ମୋହାନିଆ ସହରରେ ଦେଖିବାକୁ ମିଳିଥିବା ବେଳେ ଏହି ଗାଡ଼ିକୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ ।

ବିହାର ବିବାହରେ ବଢୁଛି ହେଲିକପ୍ଟର ଆକୃତି କାରର ଚାହିଦା । ହେଲିକପ୍ଟର ଆକୃତି କାରରେ ଶଶୁର ଘରକୁ ଗଲେ କନ୍ୟା । ତେବେ ଏହି କାରକୁ ତିଆରି କରିବାକୁ ପ୍ରାୟ ୮ ମାସ ସମୟ ଲାଗିଥିଲା । ଏହି କାରଟି ରହିବା ବେଳେ ଏହାର ଉପରେ ଲାଗିଥିବା ବ୍ଲେଡ ଛୋଟ ହୋଇଯାଏ । ଏହି କାରର ନାମ ରଖାଯାଇଛି 'ଦୁଲହନ ଚଲି ଶଶୁରାଲ' (Dulhan chali sasural) । ଏହି ସ୍ବତନ୍ତ୍ର କାରକୁ ନେଇ କେବଳ ବିହାରର ନୁହେଁ, ଏହାର ପଡୋଶୀ ରାଜ୍ୟରେ ମଧ୍ୟ ଚର୍ଚ୍ଚା ହେଉଛି । ଏଭଳି କାରକୁ ଅନ୍ୟମାନେ ମଧ୍ୟ ନିଜ ବିବାହରେ ବ୍ୟବହାର କରିପାରିବେ । ଏଭଳି କାରକୁ ମୁମ୍ବାଇର ଜଣେ ବ୍ୟକ୍ତି ଅମରନାଥ କୁମାର ମଧ୍ୟ କିଣିଛନ୍ତି । ସେ ଏହି କାରକୁ ୭ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଦିନକୁ ୭ ହଜାର ଟଙ୍କା ଭଡ଼ା ନେଉଛନ୍ତି ।

ଏହା ବି ପଢନ୍ତୁ- ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର, ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର

ଏହି କାରର ବୁକିଂ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାକୁ ପୂର୍ବରୁ ଅର୍ଡର କରିବାକୁ ପଡ଼ିବ ବୋଲି କହିଛନ୍ତି ଅମରନାଥ । ବାହାର ରାଜ୍ୟରୁ ବୁକିଂ ଆସିଲେ ବ୍ୟବହାରକାରୀଙ୍କୁ ଅଧିକ ଅର୍ଥ ଦେବାକୁ ପଡିବ ବୋଲି ସେ କହିଛନ୍ତି । ତେବେ କୈମୁର ନିବାସୀ ସନ୍ଦୀପ କୁମାର ଗୁପ୍ତା ମଧ୍ୟ ଏପରି ଏକ କାରକୁ କିଣି ବିହାର ବିବାହରେ ବ୍ୟବହାର କରିଛନ୍ତି । ଏବେ ଠୁ ଏହି କାର ପାଇଁ ଅର୍ଡର ଆସିଥିବା ବେଳେ ବିହାର ବିବାହ ଉତ୍ସବରେ ଏହାର ଚାହିଦା ବଢୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.