ETV Bharat / bharat

Lesbian Case in Udaipur Court : ପରସ୍ପରକୁ ଜୀବନ ସାଥୀ ବାଛିଲେ ୨ ଝିଅ, ରାଜସ୍ଥାନରେ ଚର୍ଚ୍ଚା

author img

By

Published : Jun 21, 2022, 8:57 PM IST

ପରସ୍ପରକୁ ଜୀବନ ସାଥୀ କରିବା ଲାଗି ଜିଦ ଧରିଛନ୍ତି ୨ ଯୁବତୀ । ଏଭଳି ଘଟଣା ରାଜସ୍ଥାନ ଉଦୟପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Lesbian Case in Udaipur Court : ପରସ୍ପରକୁ ଜୀବନ ସାଥୀ ବାଛିଲେ ୨ ଝିଅ, ରାଜସ୍ଥାନରେ ଚର୍ଚ୍ଚା
Lesbian Case in Udaipur Court : ପରସ୍ପରକୁ ଜୀବନ ସାଥୀ ବାଛିଲେ ୨ ଝିଅ, ରାଜସ୍ଥାନରେ ଚର୍ଚ୍ଚା

ଜୟପୁର: ରାଜସ୍ଥାନ ଉଦୟପୁର ନ୍ୟାୟାଳୟରୁ (Unique Case in Udaipur Court) ମଙ୍ଗଳବାର ଏକ ବିରଳ ଘଟଣା ସାମନାକୁ ଆସିଛି । ଯେଉଁଠି ୨ ଝିଅ ପରସ୍ପରକୁ ଜୀବନ ସାଥୀ ରୂପେ (Rajasthan Two Girls Friendship Case) ବାଛିଛନ୍ତି । ଏହି ୨ ଯୁବତୀଙ୍କୁ ପରିବାର ବାରମ୍ବାର ବୁଝାଇବା ପରେ ମଧ୍ୟ ସେମାନେ ଏକାଠି ରହିବା ପାଇଁ ଜିଦ ଧରିଛନ୍ତି । ଏହି ୨ ଯୁବତୀ ଅଜମେର ସହରର ହୋଇଥିବା ବେଳେ ଗତ ଦେଢ ମାସ ଧରି ନିଜ ଘରୁ ନିଖୋଜ ଥିବା ଜଣାପଡ଼ିଛି ।

ଉଦୟପୁର ଝାଡ଼ୋଲ କୋର୍ଟର ଏହି ୨ ଯୁବତୀଙ୍କ ପରିବାର ସେମାନଙ୍କ ନିଖୋଜକୁ ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ଝାଡୋଲ କୋର୍ଟର ଆଦେଶ ପରେ ପୋଲିସ ଉଦୟପୁର ନ୍ୟାୟାଳୟରେ ପହଞ୍ଚିଥିଲା । ଶୁଣାଣି ସମୟରେ ସେମାନଙ୍କୁ ପରିବାର ବହୁତ ବୁଝାଇଥିଲେ । ସେମାନେ ସମଲିଙ୍ଗୀ ହୋଇଥିବାରୁ ଜୀବନ ସାରା ଏକାଠି ରହିବା ଅସମ୍ଭବ ବୋଲି କହିଥିଲେ । ମାତ୍ର ସେମାନେ ନିଜ ଜିଦରେ ଅଟଳ ଥିବା ଦେଖିବାକୁ ମିଳିଥିଲା ।

ASI ଇନ୍ଦର ସିଂ କହିଛନ୍ତି ଯେ ଝାଡୋଲ କୋର୍ଟର ଉଭୟ ଯୁବତୀଙ୍କ ପାଇଁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଛି। ଯେଉଁଥିପାଇଁ ସେମାନଙ୍କ ସନ୍ଧାନରେ ଏକ ଦଳ ଗଠନ କରାଯାଇଥିଲା । ଏହି ଯୁବତୀଙ୍କୁ ଦିଲ୍ଲୀର ନାରାୟଣପୁରରେ ଅଟକ ରଖାଯାଇଥିଲା ଏବଂ ସେଠାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଉଭୟ ଯୁବତୀ ଏକାଠି ରହିବାକୁ ଚାହାଁନ୍ତି । ଜଣେ ଯୁବତୀ ୨୧ ବର୍ଷର ହୋଇଥିବାବେଳେ ଅନ୍ୟଟି ୨୨ ବର୍ଷ । ଜଣେ ଯୁବତୀ ପ୍ରଥମ ବର୍ଷରେ ପଢୁଥିବାବେଳେ ଅନ୍ୟଟି ଦ୍ବାଦଶ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.