ETV Bharat / bharat

ଅଖିଳେଶଙ୍କ ବିପକ୍ଷରେ ଲଢିବେ କେନ୍ଦ୍ରମନ୍ତ୍ରୀ ଏସପି ସିଂ ବାଘେଲ

author img

By

Published : Jan 31, 2022, 3:47 PM IST

ଅଖିଳେଶଙ୍କ ବିପକ୍ଷରେ କରହଲ ଆସନରୁ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଏସପି ସିଂ ବାଘେଲ । ଆଜି ସକାଳେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଖିଳେଶ । ଅଧିକ ପଢନ୍ତୁ

ଅଖିଳେଶଙ୍କ ବିପକ୍ଷରେ ଲଢିବେ କେନ୍ଦ୍ରୀୟ ମନ୍ତ୍ରୀ ଏସପି ସିଂ ବଘେଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କରହଲ ବିଧାନସଭା ଆସନରୁ ଅଖିଳେଶ ଯାଦବଙ୍କ ବିରୋଧରେ ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଏସପି ସିଂ ବାଘେଲ । ତେବେ ବଘେଲ ଆଜି ଜିଲ୍ଲା ମୁଖ୍ୟାଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାର କିଛି ଘଣ୍ଟା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ଆନସରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ବଘେଲ ବର୍ତ୍ତମାନ ଆଇନ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ ତୁଲାଉଛନ୍ତି । ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କ୍ଷମତାରେ ଥିବା ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ସମାଜବାଦୀ ପାର୍ଟିର ପାରମ୍ପାରିକ ଗଡ ତଥା ବାପା ମୁଲାୟମ ସିଂ ଯାଦବଙ୍କ ସୁରକ୍ଷିତ ଆସନ କୁହାଯାଉଥିବା କରହଲରୁ ପ୍ରାର୍ଥୀ ହୋଇଛନ୍ତି ଅଖିଳେଶ ।

ତେବେ ଆଜି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଏସପି ସିଂ ବଘେଲ ପ୍ରାର୍ଥୀ ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ତୀବ୍ର ହେବ ବୋଲି ଆଶା କରାଯାଉଛି । ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ । ବିଜେପି ସେଠାରୁ ନିର୍ବାଚନ ହାରିବା ସହ ସପା ଭଲ ବ୍ୟବଧାନରେ ନିର୍ବାଚନ ଜିତିବ ବୋଲି କହିଛନ୍ତି ଅଖିଳେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.