ETV Bharat / bharat

କୃଷି ଆଇନ ଓ ରାମ ମନ୍ଦିର ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି - union minister smriti irani target to rahul

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ରାଜସ୍ଥାନ ଗସ୍ତରେ ସ୍ମୃତି , କୃଷି ଆଇନ ଓ ରାମ ମନ୍ଦିର ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ

author img

By

Published : Feb 7, 2021, 10:20 PM IST

ଜୟପୁର:କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜସ୍ଥାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜୟପୁର ରାହୁଲଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଇରାନୀ ଜୟପୁରରେ ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନର କଂଗ୍ରେସ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ମୃତି କହିଛନ୍ତି ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିବା ସତ୍ତ୍ବେ ମଧ୍ୟ ସେଠାରେ କାହିଁକି କୃଷକ ମାନଙ୍କ ଋଣ ଛାଡ କରାଯାଇନାହିଁ ତାହା ସେ ପ୍ରଶ୍ନ କରିଛନ୍ତି ।

ରାଜସ୍ଥାନ ଗସ୍ତରେ ସ୍ମୃତି , କୃଷି ଆଇନ ଓ ରାମ ମନ୍ଦିର ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ

ସ୍ମୃତି ଇରାନୀ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ସରକାର କୃଷି ସହ ଜଡିତ ଆଇନରେ କୃଷକଙ୍କ ପାଇଁ ଦଣ୍ଡବିଧାନ କରିଛନ୍ତି, ତେବେ ରାହୁଲ ଗାନ୍ଧୀ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ବିରୋଧ କରିବାକୁ କହି ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ।

ସ୍ମୃତି ଇରାନୀ କହିଛନ୍ତି ଯେ କେନ୍ଦ୍ର ସରକାର କୃଷକଙ୍କ ହିତ ପାଇଁ ବହୁତକିଛି କରିଛନ୍ତି ଏବଂ କେନ୍ଦ୍ରୀୟ କୃଷି ଅଧିନିୟମ ମାଧ୍ୟମରେ କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବାଠାରୁ କେନ୍ଦ୍ର ସରକାର ମଧ୍ୟ ସମସ୍ତ ଅଧିକାର ଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବିରୋଧୀ ଦଳ ଚାଷୀଙ୍କ ନାମରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ସହ ଜଡିତ ପ୍ରଶ୍ନ ଉପରେ ସ୍ମୃତି ଇରାନୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 11 ରାଉଣ୍ଡ ଆଲୋଚନା ସମ୍ପୂର୍ଣ୍ଣ ସରିଲାଣି । ସରକାର ଏଥିପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ସ୍ମୃତି ।

ଏବଂ ରାମ ମନ୍ଦର ପ୍ରସଙ୍ଗରେ ମଧ୍ୟ ସେ କହିଛନ୍ତି ରାମ ମନ୍ଦିର ବିରୋଧରେ କିଏ କୋର୍ଟର ଦ୍ବାରସ୍ତ ହୋଇଥିଲେ ତାହା ସ୍ପଷ୍ଟ ହେବାର ସମୟ ଆସିଥିବା କହିଛନ୍ତି ସ୍ମୃତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.