ETV Bharat / bharat

GEORGE SOROS: ମୋଦିଙ୍କୁ ଟାର୍ଗେଟ୍ କଲେ ଆମେରିକୀୟ ଶିଳ୍ପପତି, କେନ୍ଦ୍ରମନ୍ତ୍ରୀ କହିଲେ ଭାରତକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର

author img

By

Published : Feb 17, 2023, 5:17 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଦେଶର ଗଣତନ୍ତ୍ରକୁ ଭାଙ୍ଗିବା ଲାଗି ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସଙ୍କ ଷଡ଼ଯନ୍ତ୍ର । ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ପରେ ଏହି ବିଦେଶୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିଦେଶ ମାଟିରେ ବସି ଭାରତର ଗଣତନ୍ତ୍ର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତିକୁ ବିରୋଧ କରିବା ଲାଗି ସେ ପ୍ରତିଟି ଭାରତୀୟଙ୍କୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

George Soros
George Soros

ନୂଆଦିଲ୍ଲୀ: ହଙ୍ଗେରିଆନ-ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭାରତକୁ ଭାଙ୍ଗିବା ଲାଗି ଜର୍ଜ ଷଡ଼ଯନ୍ତ୍ର କରିଥିବା କହିଛନ୍ତି ସ୍ମୃତି । ଶୁକ୍ରବାର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଜର୍ଜ । ସେ ଗୈରିକ ଦଳକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା ନେଇ ମଧ୍ୟ କହିଛନ୍ତି । ଜର୍ଜଙ୍କ ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ସ୍ମୃତି କହିଛନ୍ତି ଯେ ଏହି ବିଦେଶୀ ଉଦ୍ୟୋଗପତି ପୂର୍ବରୁ ଇଂଲଣ୍ଡ ବ୍ୟାଙ୍କର ବିନାଶ ଘଟାଇଥିବା ବେଳେ ଏବେ ଭାରତକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି କହିଛନ୍ତି, "ଜର୍ଜ ସିଧାସଳଖ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି । ଜର୍ଜଙ୍କ ଏହି ବୟାନ ଭାରତ ବିରୋଧରେ ଯୁଦ୍ଧ ଡାକରା ସଦୃଶ । କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଗଣତାନ୍ତ୍ରିକ ଦେଶ ବିରୋଧରେ ମଧ୍ୟ ଜର୍ଜ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିଲାଗି ମୁଁ ସମଗ୍ର ଦେଶବାସୀଙ୍କୁ ଅପିଲ କରୁଛି ସେ ଦେଶର ବ୍ୟକ୍ତି, ସଂସ୍ଥା, ସଂଗଠନ ବା କୌଣସି ରାଜନୈତିକ ଦଳ ହୁଅନ୍ତୁ ନା କାହିଁକି, ସମସ୍ତେ ଜର୍ଜଙ୍କ ଏହି ବୟାନକୁ ନିନ୍ଦା କରିବା ଆବଶ୍ୟକ । ଜର୍ଜଙ୍କ ବୟାନ ଆମ ଦେଶ ଭାରତ ଭଳି ଗଣତାନ୍ତ୍ରିକ ଦେଶକୁ ଦୁର୍ବଳ କରିବା ଲାଗି ଷଡ଼ଯନ୍ତ୍ର । ପୂର୍ବରୁ ଜର୍ଜ ଇଂଲଣ୍ଡର ବ୍ୟାଙ୍କର ବିନାଶ ଘଟାଇଥିଲେ, ଏହାକୁ ଦୁର୍ବଳ କରିଦେଇଥିଲେ । ଏବେ ଆମକୁ ଉପଦେଶ ଦେବାକୁ ଆସିଛନ୍ତି । ଜର୍ଜଙ୍କୁ ଅର୍ଥନୈତିକ ଯୁଦ୍ଧ ଅପରାଧୀ (Economic War Offender) ଭାବରେ ନାମିତ କରାଯାଇଛି । ତେବେ ଏଭଳି ବ୍ୟକ୍ତିଠାରୁ କୌଣସି ଉପଦେଶ ଗ୍ରହଣ କରିବାର ଆଶା ରଖିବା ଅନୁଚିତ ।"

କଣ ଥିଲା ଜର୍ଜଙ୍କ ଅଭିଯୋଗ ?:- ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ ଅଭିଯୋଗ କରିଛନ୍ତି, "ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ଉଦ୍ୟୋଗପତି ଆଦାନୀଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ରହିଛି । ଉଭୟଙ୍କ ଭବିଷ୍ୟ ମଧ୍ୟ ପରସ୍ପର ସହିତ ଯୋଡ଼ି ହୋଇରହିଛି । ଗୌତମ ଆଦାନୀ ଅର୍ଥ ସଂଗ୍ରହ କରିବା ଲାଗି ସେୟାର ବଜାରର ସାହାରା ନେଇଥିଲେ । ଅର୍ଥ ଲାଗି ସେ ସେୟାର ବଜାରରେ ଜାଲିଆତି କରିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଦ୍ବାରା ତାଙ୍କର ପର୍ଦ୍ଦାଫାଶ ହେବା ପରେ ତାଙ୍କ ବ୍ୟବସାୟ ଉପରେ ଗଭୀର ପ୍ରଭାବ ପଡି଼ଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମୋଦିଙ୍କୁ ଏହା ଉପରେ ପ୍ରତିକ୍ରିୟା ରଖିବା ଆବଶ୍ୟକ । ବିଦେଶୀ ନିବେଶକଙ୍କୁ ଏହାର ଜବାବ ଦେବା ଉଚିତ । ଆଦାନୀଙ୍କ ମାମଲା, ଆଗକୁ ମୋଦି ସରକାରଙ୍କ ଶାସନକୁ ଦୁର୍ବଳ କରିବ । ଭାରତରେ ଗଣତାନ୍ତ୍ରିକ ବିପ୍ଳବ ସୃଷ୍ଟି ହେବ ।"

ଏହା ବି ପଢନ୍ତୁ- BBC IT Survey: ପ୍ରାୟ ୬୦ ଘଣ୍ଟା ପରେ BBC ଅଫିସରୁ ବାହାରିଲା ଆୟକର ବିଭାଗ

ଜର୍ଜଙ୍କ ଏପରି ଅଭିଯୋଗ ପରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହି ବିଦେଶୀ ଜଣକ ଆମ ଦେଶ ଭାରତର ଗଣତନ୍ତ୍ରକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛି । ଯାହାକୁ ପ୍ରତିଟି ଭାରତୀୟ ବିରୋଧ କରିବା ଆବଶ୍ୟକ । ଯେଉଁ ବ୍ୟକ୍ତି ଲାଗି ଇଂଲଣ୍ଡର ବ୍ୟାଙ୍କ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି, ସେ ଏବେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରକୁ ଟାର୍ଗେଟ କରିଛି ବୋଲି କହିଛନ୍ତି ସ୍ମୃତି ।

ଭାରତକୁ ନେଇ ଅସହିଷ୍ଣୁ ଜର୍ଜ:- ସୂଚନା ଥାଉ କି ଏହି ବିଦେଶୀ ଉଦ୍ୟୋଗପତି ଜଣକ ପୂର୍ବରୁ ମଧ୍ୟ ଭାରତକୁ ଟାର୍ଗେଟ କରିଛନ୍ତି । ଭାରତ ଏବେ ବିଶ୍ବର ୫ମ ବୃହତ ଅର୍ଥନୈତିକ ଦେଶରେ ପରିଣତ ହୋଇଛି, ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜର୍ଜ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କାଶ୍ମୀରକୁ ନେଇ ମଧ୍ୟ ଜର୍ଜ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାସହ ସାର୍ବଭୌମତ୍ବ ରାଷ୍ଟ୍ର ଭାରତରେ ବସବାସ କରୁଥିବା ମୁସଲିମ ଭାଇ ଭଉଣୀଙ୍କୁ ନେଇ ନକରାତ୍ମକ ବୟାନ ମଧ୍ୟ ଦେଇଥିଲେ । ଭାରତର ଉଦ୍ୟୋଗପତି ଗୌତମ ଆଦାନୀ ବିଶ୍ବସ୍ତରରେ ଅନେକ ସଫଳତା ହାସଲ କରିବା ପରେ ଏହାକୁ ହଜମ କରିପାରିନାହାନ୍ତି ଜର୍ଜ । ଏଥିଲାଗି ସେ ମୋଦି-ଆଦାନୀଙ୍କ ଘନିଷ୍ଠତା ନେଇ ଅଭିଯୋଗ ଆଣି ଭାରତର ଗଣତନ୍ତ୍ର ଉପରେ ଟାର୍ଗେଟ କରିଛନ୍ତି ବୋଲି ଅନେକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।

କିଏ ଜର୍ଜ ସୋରେସ ?:- ଆମେରିକୀୟ ବିଶିଷ୍ଟ ଶିଳ୍ପପତି, ରାଜନେତା ତଥା ସାମାଜିକ କର୍ମୀ ହେଉଛନ୍ତି ଜର୍ଜ ସୋରୋସ । ସେ Open Society University Network (OSUN)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି । ଜର୍ଜ ସୋରୋସ Forbes Billionarie ତାଲିକାରେ ୧୨୮ତମ ସ୍ଥାନରେ ରହିଛନ୍ତି । ତାଙ୍କ ନେଟ ୱର୍ଥ ୬.୭ ବିଲିୟନ ଡଲାର । ଗତ ୧୯୯୨ ମସିହାରେ ସୋରୋସ ବ୍ରିଟିଶ ମୁଦ୍ରା ପାଉଣ୍ଡର ମୂଲ୍ୟକୁ ହ୍ରାସ କରି ପ୍ରାୟ ୧ ବିଲିୟନ ଡଲାର ରୋଜଗାର କରିଥିଲେ । ଏଣୁ ତାଙ୍କୁ ଇଂଲଣ୍ଡର ବ୍ୟାଙ୍କକୁ ଭାଙ୍ଗିବା ବ୍ୟକ୍ତି କୁହାଯାଇଥିଲା । ଏଥିଲାଗି ତାଙ୍କୁ ଅର୍ଥନୈତିକ ଯୁଦ୍ଧ ଅପରାଧୀ ଭାବେ ନାମିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.