ETV Bharat / bharat

ସାଂସଦ ହେବେ ସୀମା ! ନିଜ ପାର୍ଟିରୁ ଟିକେଟ ପାଇଁ ଅଠାଓ୍ବାଲେ ଅଫର ଦେଇଥିବା ଚର୍ଚ୍ଚା

author img

By

Published : Aug 3, 2023, 6:14 PM IST

ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଚର୍ଚ୍ଚା । ନିଜ ପାର୍ଟିରୁ ଟିକେଟ ପାଇଁ ଅଫର ଦେଲେ ରାମଦାସ ଅଠାଓ୍ବାଲେ । ତଦନ୍ତକାରୀ ଏଜେନ୍ସିଠାରୁ କ୍ଲିନଚିଟ୍ ପାଇଲେ ନିର୍ବାଚନ ଲଢ଼ିବା ଚର୍ଚ୍ଚା । ଅଧିକ ପଢନ୍ତୁ

ସାଂସଦ ହେବେ ସୀମା, ନିଜ ପାର୍ଟିରୁ ଟିକେଟ ପାଇଁ ଅଫର ଦେଲେ ଅଠାଓ୍ବଲେ

ନୂଆଦିଲ୍ଲୀ: ତଥାକଥିତ ପ୍ରେମ ପାଇଁ ପାକିସ୍ତାନରୁ ଭାରତରେ ପହଞ୍ଚିଥିବା ସୀମା ହାଇଦରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଚର୍ଚ୍ଚା । ଆତଙ୍କବାଦ ଓ ଗୁପ୍ତଚରଗିରି ସନ୍ଦେହରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ସ୍କାନର୍‌ରେ ଥିବା ସୀମାଙ୍କୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ସୀମାଙ୍କ ନାମ ଭାରତୀୟ ରାଜନୀତିରେ ଏଣ୍ଟ୍ରି ଚର୍ଚ୍ଚା ସହ ମଧ୍ୟ ଆରମ୍ଭ ହୋଇଗଲାଣି । କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ ସୀମାଙ୍କୁ 2024 ସାଧାରଣ ନିର୍ବାଚନ ଲଢିବା ପାଇଁ ନିଜ ଦଳରୁ ଟିକେଟ ମଧ୍ୟ ଅଫର କରିଥିବା ଚର୍ଚ୍ଚା ହେଉଛି ।

ଚର୍ଚ୍ଚା ଅନୁସାରେ, ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସହଯୋଗୀ ରହିଥିବା ରାମଦାସ ଅଠାଓ୍ବାଲେଙ୍କ ପାର୍ଟି ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ(RPI) ପକ୍ଷରୁ ସୀମାଙ୍କୁ ଏହି ଅଫର କରାଯାଇଛି । ସୀମାଙ୍କୁ ନିଜେ ପାର୍ଟି ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ ଏହି ଅଫର କରିଥିବା ସୂଚନା ମିଳିଛି । ସୀମା ମଧ୍ୟ ଭାରତୀୟ ରାଜନୀତରେ ପ୍ରବେଶ କରିବା ପାଇଁ ବେଶ ଉତ୍ସାହୀ ଥିବା ଜଣାପଡ଼ିଛି । ହେଲେ ସେ ଏବେ ତଦନ୍ତକାରୀ ସଂସ୍ଥାର ରାଡାରରେ ରହିଛନ୍ତି । ତାଙ୍କ ବିରୋଧରେ ଏକାଧିକ ମାମଲାର ତଦନ୍ତ ଉତ୍ତର ପ୍ରଦେଶ ଏଟିଏସ୍‌ ଜାରି ରଖିଛି ।

ତେବେ ଅନ୍ୟ ଏକ ଚର୍ଚ୍ଚା ଅନୁସାରେ, ଅଠାଓ୍ବାଲେଙ୍କ ପାର୍ଟି ଆରପିଆଇର ଉପାଧ୍ୟକ୍ଷ ମାସୁମ କିଶୋରଙ୍କ ପ୍ରତିକ୍ରିୟା ମଧ୍ୟ ଏହି ଚର୍ଚ୍ଚାକୁ ବଳ ଦେଇଛି । ମାସୁମ କହିଛନ୍ତି,‘‘ସୀମା ଏବେ ତଦନ୍ତ ପରିସରରେ ଅଛନ୍ତି । ସେ ଯଦି ଭାରତୀୟ ସୁରକ୍ଷା ଏଜେନ୍ସିଠାରୁ କ୍ଲିନଚିଟ୍‌ ପାଆନ୍ତି ଓ ତାଙ୍କୁ ଭାରତୀୟ ନାଗରିକତା ମିଳିବାରେ କୌଣସି ସମସ୍ୟା ନରହିପାରେ, ତେବେ ତାଙ୍କୁ ଦଳରେ ସ୍ବାଗତ କରାଯିବ । କେହି ଜଣେ ବିଦେଶୀ ନାଗରିକ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଭାରତରେ ନିର୍ବାଚନ ପ୍ରତିଦ୍ବଦ୍ବିତା କରିପାରିବା ନେଇ ସମ୍ବିଧାନରେ ନିୟମ ରହିଛି ।"

ଏହା ମଧ୍ୟ ପଢନ୍ତୁ :- ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

ତଥାକଥିତ ପ୍ରେମ ପାଇଁ ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଥିବା ସୀମାଙ୍କୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଏହାରି ଭିତରେ ସୀମାଙ୍କ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଉତ୍ତର ପ୍ରଦେଶ ଆଣ୍ଟି ଟେରୋରିଜମ ସ୍କ୍ବାଡ୍ (ATS) । ସୀମାଙ୍କ ବାବଦରେ ଛାନଭିନ ଜାରି ରଖିଛି ATS । ସୀମା ମଧ୍ୟ କୋର୍ଚରେ ଦ୍ବାରସ୍ଥ ହୋଇଛନ୍ତି । ବିବାଦୀୟ ତଥା ଚର୍ଚ୍ଚିତ ଓକିଲ ଏପି ସିଂ ତାଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.