ETV Bharat / bharat

Energy Ministers Conference: ଉଦଘାଟନ କଲେ କେନ୍ଦ୍ର ଶକ୍ତିମନ୍ତ୍ରୀ

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ (Conference of Power and Renewable Energy Ministers ) ଆଜି(ଶୁକ୍ରବାର)ଠୁ ଆରମ୍ଭ ହୋଇଛି । ଏହା ଆସନ୍ତାକାଲି ଶନିବାର ଉଦଯାପିତ ହେବ । ଅଧିକ ପଢନ୍ତୁ

author img

By

Published : Oct 14, 2022, 10:44 PM IST

Etv Bharat
Etv Bharat

ଜୟପୁର: ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କ ସମ୍ମିଳନୀ (Conference of Power and Renewable Energy Ministers ) ଆଜି(ଶୁକ୍ରବାର) ଠୁ ଆରମ୍ଭ ହୋଇଛି । ଏହା ଆସନ୍ତାକାଲି ଶନିବାର ଉଦଯାପିତ ହେବ । ଏହି ସମ୍ମିଳନୀ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହେଉଛି। ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜ କୁମାର ସିଂ (Union Minister Raj Kumar Singh) ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜର ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରର ମୁଖ୍ୟ ସଚିବଙ୍କ ସହ ଉପମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ମାନେ ଯୋଗ ଦେଇଛନ୍ତି ।

ବିଦ୍ୟୁତ କ୍ଷେତ୍ରରେ ଅତିରିକ୍ତ ଉତ୍ପାଦନ କ୍ଷମତା, ଜାତୀୟ ଗ୍ରୀଡର ବିକାଶ, ସମସ୍ତ ପରିବାରକୁ ସାର୍ବଜନିନ ସୁବିଧା ତଥା ଗ୍ରାମାଞ୍ଚଳକୁ ଯୋଗାଣରେ ଉନ୍ନତି ଆଣିବାରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ ଗତ ବର୍ଷ ଗୁଡିକରେ ପ୍ରାପ୍ତ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ଏହାସହ ସହଯୋଗ ସମର୍ଥନ ପାଇଁ ସମସ୍ତ ରାଜ୍ୟକୁ ଧନ୍ୟବାଦ ଦେଇଥିଲେ ।

ମନ୍ତ୍ରୀ କହିଥିଲେ ଯେ ଗତ 4-ରୁ ମାସ ଧରି ବିଦ୍ୟୁତ ଚାହିଦା ପ୍ରାୟ 11% ବୃଦ୍ଧି ପାଉଛି। କିନ୍ତୁ ବିଶ୍ବର ଶକ୍ତି ସଙ୍କଟ ଦେଖାଦେଇଥିବା ସମୟରେ ମଧ୍ୟ ସରକାର ଏହି ଚାହିଦା ପୂରଣ କରିବାରେ ସଫଳ ହୋଇଛନ୍ତି। ଆନ୍ତର୍ଜାତୀୟ ସ୍ତରରେ କୋଇଲା ମୂଲ୍ୟ ବୃଦ୍ଧି ପାଇଛି କିନ୍ତୁ ଆମେ ବିଦ୍ୟୁତ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛୁ। ଭାରତ ହେଉଛି ଏକମାତ୍ର ପ୍ରମୁଖ ଅର୍ଥନୀତି ଯାହାର କାର୍ଯ୍ୟ ବିଶ୍ବରର ତାପମାତ୍ରାକୁ 2 ଡିଗ୍ରୀ ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଛି। ଭାରତର ମୁଣ୍ଡପିଛା ନିର୍ଗମନ ବିଶ୍ବର ହାରାହାରି ମାତ୍ର 1/3, ଅନ୍ୟ ପକ୍ଷରେ ବିକଶିତ ଦେଶ ଗୁଡିକ ଏହି ପରିମାଣ ବିଶ୍ବର ହାରାହାରି ଠାରୁ 3-5 ଗୁଣା ଅଧିକ ରହିଛି ବୋଲି କହିଥିଲେ ।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆହୁରି କହିଥିଲେ ଯେ ଆମେ ବିଦ୍ୟୁତ ପାଇଁ ସାର୍ବଜନୀନ ସୁବିଧା ହାସଲ କରିଛୁ। ତଥାପି 24x7 ଗୁଣାତ୍ମକ ଶକ୍ତିର ନିରନ୍ତର ଉପଲବ୍ଧତା, ଜାତୀୟ ଗ୍ରୀଡର ସାଇବର ସୁରକ୍ଷା, ଅକ୍ଷୟ ଶକ୍ତି ସମନ୍ବିତକରଣ ଇତ୍ୟାଦି ଆହ୍ବାନ ଗୁଡିକ ନୀତିଗତ କାର୍ଯ୍ୟ ମାଧ୍ୟମରେ ଏବଂ ସମସ୍ତ ହିତାଧିକାରୀଙ୍କ ସହଯୋଗ ଏବଂ ସହବନ୍ଧନ ମାଧ୍ୟମରେ ସମାଧାନ ହେବା ଆବଶ୍ୟକ।

ଏହା ଉପରେ ଗୁରୁତ୍ବ ଦେଇ ମନ୍ତ୍ରୀ କହିଥିଲେ 2030 ସୁଦ୍ଧା ଆମର ଚାହିଦା ଦୁଇ ଗୁଣା ହେବାକୁ ଯାଉଛି । ଯେଉଁଥି ପାଇଁ ବୃହତ କ୍ଷମତାକୁ ସାମିଲ କରିବାକୁ ପଡିବ । ଯାହା ପରବର୍ତ୍ତୀ ସମୟରେ ବିପୁଳ ପୁଞ୍ଜି ବିନିଯୋଗ ଆବଶ୍ୟକ କରିବ। ବିଦ୍ୟୁତ ପ୍ରଣାଳୀକୁ ଆଧୁନିକୀକରଣ କରିବା ଏବଂ ଗ୍ରୀନ ହାଇଡ୍ରୋଜେନ, ଷ୍ଟୋରେଜ, ଅଫଶୋର ୱିଣ୍ଡ ଇତ୍ୟାଦି ନୂତନ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ପାଇଁ ପୁଞ୍ଜି ବିନିଯୋଗ ମଧ୍ୟ ଆବଶ୍ୟକ ହେବ ଯାହା ଭାରତକୁ ଏହାର ଶକ୍ତି ପରିବର୍ତ୍ତନ ମାର୍ଗ ହାସଲ କରିବାରେ ସାହାଯ୍ୟ କରିବ । ଏଥିପାଇଁ, ସମଗ୍ର ଦେଶରେ ଡିସକମ ଉନ୍ନତ ତଥା ସ୍ଥାୟୀ ଆର୍ଥିକ ଅଭ୍ୟାସ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ଯଦ୍ବାରା ଏହାର ଉପଯୋଗୀତା ସୁନିଶ୍ଚିତ ହୋଇପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.