ତିରୁମାଳା: ତିରୁମାଳା ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ଆଜି(ରବିବାର) ତିରୁମାଳା ମନ୍ଦିର ଗସ୍ତ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ସେଠାରେ ଭଗବାନ ବାଲାଜୀଙ୍କୁ ଦର୍ଶନ କରିଛନ୍ତି ।
ଭଗବାନଙ୍କୁ ଦର୍ଶନ କରିବା ପରେ ମନ୍ଦିର ପୂଜକଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ପିୟୂଷ ଗୋଏଲ । କୋରୋନା ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି ପିୟୂଷ ଗୋଏଲ ।
କୋରୋନାର ସମସ୍ତ ଗାଇଡଲାଇନ ମାନି ତିରୁମାଳା ମନ୍ଦିର ଦର୍ଶନ କରିଛନ୍ତି କେନ୍ଦ୍ର ରେଲୱେ ମନ୍ତ୍ରୀ ପିୟୂଷ ଗୋଏଲ । ଏହି ସମୟରେ ଆନ୍ଧ୍ର ପ୍ରଦେଶ ଅର୍ଥମନ୍ତ୍ରୀ ବୁଗା ରାଜେନ୍ଦ୍ରନାଥ, ତିରୁପତି ସାଂସଦ ଏମ ଗୁରୁମୁରଥି ସମେତ ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।
@ANI