ପାଟନା: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଚାଷ ପ୍ରେମ । ଅଳିଆ ଆବର୍ଜନା ସଫା କରିବା ସହ ଟ୍ରାକ୍ଟର ଚଳାଇ ଆବର୍ଜନାକୁ ଫୋପାଡିଲେ । ଏକଦମ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଯେତେବେଳେ ବି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାର ଆସନ୍ତି ବୈଶାଳୀରେ ଥିବା ତାଙ୍କ ଫାର୍ମରେ ସମୟ ବିତାନ୍ତି । ନିକଟରେ ସେ ତାଙ୍କ ଫାର୍ମରେ ଗାଈ ଦୁହୁଁଥିବା ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି ।
ନିତ୍ୟାନନ୍ଦ ରାୟଙ୍କ ଦେଶୀ ଅନ୍ଦାଜ...
ନିତ୍ୟାନନ୍ଦ ରାୟ ଏହି ଫାର୍ମ ହାଉସରେ ଗୋ ପାଳନ ଏବଂ ଜୈବିକ ଉପାୟରେ ଚାଷ କାର୍ଯ୍ୟରେ ନିୟୋଜିତ ରୁହନ୍ତି । ବିହାର ଏକ କୃଷି ଭିତ୍ତିକ ରାଜ୍ୟ ଏବଂ ରାଜ୍ୟର ଅର୍ଥନୀତି ମଧ୍ୟ କୃଷି ଉପରେ ନିର୍ଭରଶୀଳ । ଆଜିକାଲି ଲୋକମାନେ ଜୈବିକ ଚାଷକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ନିତ୍ୟାନନ୍ଦ ରାୟ ତାଙ୍କ ଜନ୍ମସ୍ଥାନ ହାଜିପୁରରେ ଜୈବିକ ଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। 30 ଏକରରୁ ଅଧିକ ଜମି ଥିବା ଏହି ଫାର୍ମ ହାଉସରେ ଗୃହମନ୍ତ୍ରୀ ନିଜେ ସମସ୍ତ ପ୍ରକାରର କୃଷିଜାତ ଦ୍ରବ୍ୟ ଚାଷ କରିଛନ୍ତି ।
ଗୃହ ରାଜ୍ୟ ମନ୍ତ୍ରୀଙ୍କ ଜୈବିକ ଚାଷ...
ଗୃହମନ୍ତ୍ରୀ କୃଷି ଏବଂ ପଶୁପାଳନ କାର୍ଯ୍ୟରେ ଅନେକ ପରିଶ୍ରମ କରନ୍ତି । ନିଜେ ଗାଈମାନଙ୍କ ସେବା ମଧ୍ୟ କରନ୍ତି। ଗହମ, ଚାଉଳ, ଡାଲି ବ୍ୟତୀତ ସମସ୍ତ ପ୍ରକାରର ପନିପରିବା ହସିଉଠେ ମନ୍ତ୍ରୀଙ୍କ କ୍ଷେତରେ । ନିତ୍ୟାନନ୍ଦ ରାୟ ରାଜନୀତିର ଶୀର୍ଷରେ ନଥାଇ ପାରନ୍ତି ହେଲେ ପାରମ୍ପରିକ ବୃତ୍ତିକୁ କେବେ ଛାଡି ନାହାଁନ୍ତି। ଆଜି ବି ଚାଷ ତାଙ୍କ ପାଇଁ ପ୍ରାଥମିକତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ