ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କୁ ହତ୍ୟା ଧମକ । କେନ୍ଦ୍ର ସଡକ ପରବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ମିଳିଛି । ଦିଲ୍ଲୀସ୍ଥିତ ମୋତିଲାଲ ନେହରୁ ମାର୍ଗରେ ଥିବା ତାଙ୍କ ସରକାରୀ ବାସଭବନକୁ ଏକ ଧମକପୂର୍ଣ୍ଣ ଫୋନ କଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏ ନେଇ ପୋଲିସକୁ ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ଦେଢ ମାସ ଭିତରେ ଏହା ନୀତିନ ଗଡକରୀଙ୍କୁ ଦ୍ବିତୀୟ ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡିଛି ।
ଏହା ବି ପଢନ୍ତୁ...Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ଉପରେ ଗୁରୁତ୍ବ ଦେବେ ଖଡଗେ
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନାଅନୁସାରେ, କେହି ଜଣେ ବ୍ୟକ୍ତି ଫୋନ କରି କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବାକୁ ଚାହେଁ ବୋଲି କହିଥିଲେ । ପରିଚୟ ପଚରା ଯିବାରୁ ସେ ଚୁପ ରହିଥିଲେ । ଏହା ପରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହୋଇ ତାଙ୍କୁ ହତ୍ୟା ଧମକ ଦେବାକୁ ଚାହେଁ ବୋଲି କହିଥିଲେ । ସେ କହିଥିଲେ ମୋତେ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବାର ଅଛି । ତାଙ୍କୁ ଧମକ ଦେବାର ଅଛି । ଏତିକି କହି ସେ ଫୋଟ କାଟି ଦେଇଥିଲେ । ଏହି କଲ ଆସିଥିବା ଖବର ମିଳିବା ପରେ ପୋଲିସ କଲ ରେକର୍ଡଗୁଡିକର ଯାଞ୍ଚ କରୁଛି । ଅଭିଯୁକ୍ତ ଜଣକ ଲ୍ୟାଣ୍ଡଲାଇନ ଫୋନକୁ କଲ କରିଥିବା ଜଣାପଡିଛି । କଲ ଆସିଥିବା ନମ୍ବରକୁ ଟ୍ରେସ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଅଭିଯୁକ୍ତକୁ ନିଶ୍ଚିତ ଭାବରେ ଧରା ପଡ଼ିବ ବୋଲି ପୋଲିସ କହିଛି ।
ଏହା ବି ପଢନ୍ତୁ...୧୭ରେ ବେଙ୍ଗାଲୁରୁରେ ଓଡିଶା ନିବେଶକ ସମ୍ମିଳନୀ
ଗଡକରୀଙ୍କୁ ଏହା ପ୍ରଥମ ଧମକପୂର୍ଣ୍ଣ କଲେ ନୁହେଁ ବରଂ ପୂର୍ବରୁ ତାଙ୍କୁ ମଧ୍ୟ ଏକାଧିକ ଥର ଏପରି କଲ ଆସି ସାରିଛି । ପ୍ରତ୍ୟେକ କଲରେ ତାଙ୍କ କାର୍ଯ୍ୟାଳୟକୁ ଟଙ୍କା ମଗାଯାଇଛି । ଦେଢ ମାସ ଭିତରେ ଏହା ନୀତିନ ଗଡକରୀଙ୍କୁ ଦ୍ବିତୀୟ ଧମକପୂର୍ଣ୍ଣ କଲ । ଏହା ପୂର୍ବରୁ ଗତ ମାର୍ଚ୍ଚ 21 ତାରିଖରେ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ମିଳିଥିଲା । ଗଡକରୀଙ୍କ ସଂସଦୀୟ କ୍ଷେତ୍ର ନାଗପୁରରେ ଥିବା ତାଙ୍କ ଲୋକ ସମ୍ପର୍କ ବ୍ୟାପାର କାର୍ଯ୍ୟାଳୟକୁ ଫୋନ କରି କେହି ଜଣେ ଦୁର୍ବୃତ୍ତ 10 କୋଟି ଟଙ୍କା ଦେବା ପାଇଁ କହିଥିଲା । ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲ୍ୟାଣ୍ଡ ଲାଇନକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଦୁର୍ବୃତ୍ତ ନିଜକୁ ଜୟଶ କାନ୍ତା ଓରଫ ପୁଜାରୀ ବୋଲି ପରିଚୟ ଦେଇ ଟଙ୍କା ମାଗିଥିଲା ।