ETV Bharat / bharat

G.Kishan Reddy Hospitalised: ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

author img

By

Published : May 1, 2023, 9:58 AM IST

ଛାତିରେ ଯନ୍ତ୍ରଣା ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ । ସିସିୟୁରେ ଚାଲିଛି ଚିକିତ୍ସା । ଅଧିକ ପଢନ୍ତୁ

G Kishan Reddy Hospitalised
G Kishan Reddy Hospitalised

ନୂଆଦିଲ୍ଲୀ: ବିଗିଡିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ସ୍ବାସ୍ଥ୍ୟବସ୍ଥା । ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି(ରବିବାର) ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ, ରବିବାର ରାତିରେ କେନ୍ଦ୍ରମନ୍ତ୍ରୀଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ଫଳରେ ତାଙ୍କୁ ରାତି ପ୍ରାୟ ୧୦ଟା ୫୦ ମିନିଟ ସମୟରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ନ୍ୟୁରୋ ସେଣ୍ଟରର କାର୍ଡିଆକ କେୟାର ୟୁନିଟ(ସିସିୟୁ)ରେ ଚିକିତ୍ସତ ହେଉଥିବା ଜଣାପଡିଛି ।

  • Union Minister G Kishan Reddy was admitted to CCU in AIIMS yesterday night around 10:30 pm after complaining of chest tightness: Source

    — ANI (@ANI) May 1, 2023 " class="align-text-top noRightClick twitterSection" data=" ">

ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି(ରବିବାର) ସକାଳେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ରାଷ୍ଟ୍ରୀୟ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA) ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଶହେତମ ଏପିସେଡ ପୂରଣ ହେବାର ଖୁସିକୁ ମନେଇବା ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୋଠାରେ ସେ 'ଜନ ଶକ୍ତି ଏକ ସାମୂହିକ ଶକ୍ତି' ପ୍ରଦର୍ଶନର ଉଦଘାଟନୀ ସଭାକୁ ସମ୍ବୋଧିତ କରିବାବେଳେ ସେ ଭାରତର ଐତିହ୍ୟ, ଇତିହାସ ଏବଂ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ତେବେ ମଞ୍ଚରେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଭଳି ଦେଖାଯାଉଥିଲେ ।

ତେବେ ପ୍ରକାଶଥାଉକି, ମନ୍ତ୍ରୀ ଶନିବାର( ଏପ୍ରିଲ)୨୯ ତାରିଖରେ ସିକନ୍ଦରାବାଦ ଆସିଥିଲେ । ସେ ସିକନ୍ଦରାବାଦ ରେଳ ଷ୍ଟେସନରେ ପୁରୀ-କାଶୀ ଅଯୋଧ୍ୟା ଏବଂ ଭାରତ ଗୌରବ ଟ୍ରନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ଗୁରୁବାର ଦିନ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ସେ ଏକ ରୋଡ ଶୋ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Asian Youth Championship: 400ମିଟର ହର୍ଡଲ୍ସରେ ରୌପ୍ୟ ଜିତିଲେ ବାପି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରେଡ୍ଡୀ ମଧ୍ୟ ଏକ ରୋଡ୍ ସୋରେ ଅଂଶଗ୍ରହଣ କରି ଯାତ୍ରା ଏବଂ ପର୍ଯ୍ୟଟନ ଶିଳ୍ପରେ ଭାଗଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ପର୍ଯ୍ୟଟନ ଉଦ୍ୟୋଗ କ୍ଷେତ୍ରରେ ହିତାଧିକାରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ପର୍ଯ୍ୟଟନ ଶିଳ୍ପରେ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକ ପାଇଁ ବିପୁଳ ବିନିଯୋଗ ସୁଯୋଗ ରହିଥିବା ନେଇ ସେ କହିଥିଲେ । କିନ୍ତୁ ହଠାତ୍ ରବିବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସିସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ଖବର ହସ୍ତଗତ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.