ETV Bharat / bharat

କେନ୍ଦ୍ରମନ୍ତ୍ରୀ କହିଲେ, ଓୱେସୀଙ୍କୁ ଆଫଗାନିସ୍ତାନ ପଠାଇ ଦିଅ

author img

By

Published : Aug 20, 2021, 3:49 PM IST

ଆଫଗାନିସ୍ତାନର ସ୍ଥିତିକୁ ଭାରତ ସହ ତୁଳନା କରିବାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ଦେଶ ଛାଡି ପଳାଇବାକୁ ପରାମର୍ଶ ଦେଇଛଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଞ୍ଜେ । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀ କହିଲେ, ଓୱେସୀଙ୍କୁ ଆଫଗାନିସ୍ତାନ ପଠାଇ ଦିଅ
କେନ୍ଦ୍ରମନ୍ତ୍ରୀ କହିଲେ, ଓୱେସୀଙ୍କୁ ଆଫଗାନିସ୍ତାନ ପଠାଇ ଦିଅ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କବଜାକୁ ନେଇ ଭାରତରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଆଫଗାନିସ୍ତାନର ସ୍ଥିତିକୁ ଭାରତ ସହ ତୁଳନା କରିବାକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ଦେଶ ଛାଡି ପଳାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଞ୍ଜେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓୱେସୀଙ୍କୁ ଆଫଗାନିସ୍ତାନ ପଠାଇବା ଉଚିତ ରହିବ । ଏହାପୂର୍ବରୁ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ଓୱେସୀ । ଭାରତରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିବାବେଳେ ମୋଦି ସରକାର ଆଫଗାନିସ୍ତାନକୁ ନେଇ ଚିନ୍ତା କରୁଛନ୍ତି ବୋଲି ନିଜ ବୟାନରେ କହିଥିଲେ ଓୱେସୀ ।

ଓୱେସୀଙ୍କ ଏହି ବୟାନକୁ ନେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଞ୍ଜେ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ମହିଳା ଏବଂ ସମୁଦାୟର ସୁରକ୍ଷା ପାଇଁ ଓୱେସୀଙ୍କୁ ଆଫଗାନିସ୍ତାନକୁ ପଠାଇଦେବା ଭଲ। ଏହା କେବଳ ସୁରକ୍ଷା ନୁହେଁ, ଶିଖ ଏବଂ ହିନ୍ଦୁ ସମ୍ପ୍ରଦାୟର ସଂଖ୍ୟାଲଘୁଙ୍କୁ ମଧ୍ୟ ଆଶ୍ରୟ ଦେବ। ।

ନିକଟରେ ଆଫଗାନିସ୍ତାନ ସଙ୍କଟକୁ ନେଇ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ କେବଳ ଆଫଗାନିସ୍ତାନ ନାଗରିକଙ୍କ ରକ୍ଷା କରିବ ନାହିଁ ବରଂ ସେଠାରୁ ଆସିବାକୁ ଇଚ୍ଛା ରଖୁଥିବା ଶିଖ ଓ ହିନ୍ଦୁ ସମୁଦାୟ ସଂଖ୍ୟାଲଘୁଙ୍କୁ ମଧ୍ୟ ଶରଣ ଦେବର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.