ETV Bharat / bharat

ରାଷ୍ଟ୍ରୀୟ ସଚେତନତା ‘ସମ୍ଭବ-୨୦୨୧’ର ଶୁଭାରମ୍ଭ - ଏମଏସଏମଇ

କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ମନ୍ତ୍ରୀ ନାରାୟଣ ରାଣେ ବୁଧବାର ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- ‘ସମ୍ଭବ -୨୦୨’୧ର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

SAMBHAV
SAMBHAV
author img

By

Published : Oct 27, 2021, 10:58 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀ ନାରାୟଣ ରାଣେ ଆଜି(ବୁଧବାର) ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- ‘ସମ୍ଭବ -୨୦୨’୧ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଉଦ୍ୟମିତାକୁ ବଢାଇବାରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ନୂତନ ଉଦ୍ୟମୀମାନଙ୍କ ଦ୍ବାରା କରାଯାଇଥିବା ନୂଆ ଉତ୍ପାଦ ଏବଂ ସେବା ସମ୍ବନ୍ଧିତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ । ଏହି ଅବସରରେ ମନ୍ତ୍ରୀଙ୍କ ସହ ରାଜ୍ୟମନ୍ତ୍ରୀ ଭାନୁପ୍ରତାପ ସିଂ ବର୍ମା ଏବଂ ଏମଏସଏମଇର ସଚିବ ବି.ବି. ସେନ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ମନ୍ତ୍ରୀ ଭାନୁପ୍ରତାପ ସିଂ ବର୍ମା ଜିଡିପିରେ ଏମଏସଏମଇର ଯୋଗଦାନ ବର୍ତ୍ତମାନର ୩୦ ପ୍ରତିଶତରୁ ବୃଦ୍ଧି ଘଟି ୫୦ ପ୍ରତିଶତ କରିବା ଏବଂ ଏମଏସଏମଇ କ୍ଷେତ୍ରରେ ୧୧କୋଟି ନିଯୁକ୍ତି ସୁଯୋଗ ବଢାଇ ୧୫ କୋଟି କରିବା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତରେ ଭାରତ ବିଶ୍ବର ଶୀର୍ଷ ଅର୍ଥବ୍ୟବସ୍ଥା ଥିବା ଦେଶ ମଧ୍ୟରେ ରହିବ।

ଏମଏସଏମଇ ମନ୍ତ୍ରଣାଳୟ ଅନ୍ତର୍ଗତ ବହୁ ସଂଖ୍ୟାରେ ଲୋକମାନଙ୍କ ନିକଟକୁ ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ମାସ ବ୍ୟାପି ଚାଲିବ । ଏଥିରେ ମନ୍ତ୍ରଣାଳୟର ୧୩୦ କ୍ଷେତ୍ରୀୟ କାର୍ଯ୍ୟାଳୟ ଦେଶର ସମସ୍ତ ସ୍ଥାନର ବିଭିନ୍ନ ମହାବିଦ୍ୟାଳୟ / ଆଇଟିଆଇର ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟମିତା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ । ଏହି ଅଭିଯାନ ଅନ୍ତର୍ଗତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅଡିଓ/ଭିଡିଓ ଫିଲ୍ମ ଦେଖାଇ ଏମଏସଏମଇ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯିବ ।

ଏହା ବ୍ୟତୀତ ସମଗ୍ର ଦେଶରେ ୧୩ ଶହ ରୁ ଅଧିକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଢଲକ୍ଷ ଛାତ୍ରଛାତ୍ରୀ ଭାଗ ନେବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.