ETV Bharat / bharat

UNFCCCରେ ଦୀର୍ଘକାଳୀନ ସ୍ୱଳ୍ପ ନିର୍ଗମନ ବିକାଶ ରଣନୀତି ଦାଖଲ କଲା ଭାରତ

author img

By

Published : Nov 15, 2022, 9:10 AM IST

ଭାରତ ଆଜି ୨୭ ତମ କନଫରେନ୍ସ ଅଫ ପାର୍ଟି (Conference of Parties) ୨୭ ସମ୍ମିଳନୀରେ ଏହାର ଦୀର୍ଘକାଳୀନ ନିମ୍ନ ନିର୍ଗମନ ବିକାଶ ରଣନୀତିକୁ ମିଳିତ ଜାତିସଂଘର ଜଳବାୟୁ ପରିବର୍ତନ ସମ୍ମିଳନୀରେ (United Nations Framework Convention on Climate Change) ଦାଖଲ କରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏହା ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତ ୨୭ ତମ କନଫରେନ୍ସ ଅଫ ପାର୍ଟି (Conference of Parties) ୨୭ ସମ୍ମିଳନୀରେ ଏହାର ଦୀର୍ଘକାଳୀନ ନିମ୍ନ ନିର୍ଗମନ ବିକାଶ ରଣନୀତିକୁ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (United Nations Framework Convention on Climate Change) ଦାଖଲ କରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏହା ଦାଖଲ କରିଛନ୍ତି । ସିଓପି ୨୭ ଇଜିପ୍ଟର ଶର୍ମ-ଏଲ-ଶେଖ ଠାରେ ୨୦୨୨ ନଭେମ୍ବର ୬ରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

  • Addressed the launch event of ‘In Our LiFEtime’, a campaign by National Museum of Natural History and United Nations Development Programme to encourage youth between 18 and 23 years to become flagbearers of sustainable lifestyles, at the India Pavilion during COP27 today. pic.twitter.com/w33Wigq0mx

    — Bhupender Yadav (@byadavbjp) November 14, 2022 " class="align-text-top noRightClick twitterSection" data=" ">

ଭାରତ ଦାଖଲ କରିଥିବା ରଣନୀତିରେ ରହିଛି...

- ଶକ୍ତି ନିରାପତାକୁ ଦୃଷ୍ଟିରେ ରଖି ଜାତୀୟ ସମ୍ବଳ ଗୁଡିକର ଯୁକ୍ତିଯୁକ୍ତ ବ୍ୟବହାର ଉପରେ ଧ୍ୟାନ ଦିଆଯିବ । ଜୀବାଶ୍ମ ଇନ୍ଧନରୁ ଅନ୍ୟ ଉତ୍ସ ଗୁଡିକୁ ପରିବର୍ତନ, ଏକ ନ୍ୟାୟସଙ୍ଗତ, ସରଳ, ସ୍ଥାୟୀ ଏବଂ ସର୍ବ-ଅନ୍ତର୍ଭୁକ୍ତି ଢଙ୍ଗରେ କରାଯିବ ।

- ଜୈବ ଇନ୍ଧନର ବୃଦ୍ଧି ପାଉଥିବା ବ୍ୟବହାର, ବିଶେଷ କରି ପେଟ୍ରୋଲରେ ଇଥାନଲ ମିଶ୍ରଣ, ବୈଦ୍ୟୁତିକ ଯାନର ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଅଭିଯାନ । ସବୁଜ ହାଇଡ୍ରୋଜେନ ଇନ୍ଧନର ବର୍ଦ୍ଧିତ ବ୍ୟବହାର ପରିବହନ କ୍ଷେତ୍ରରେ କାର୍ବନ ନିର୍ଗମନରେ ହ୍ରାସ ଆଣିବା ପାଇଁ ପ୍ରୟାସକୁ ବୃଦ୍ଧି କରିବା । ୨୦୨୫ ସୁଦ୍ଧା ବୈଦ୍ୟୁତିକ ଯାନ ବ୍ୟବହାରକୁ ବୃଦ୍ଧି କରିବା, ୨୦% ପର୍ଯ୍ୟନ୍ତ ଇଥାନଲର ମିଶ୍ରଣ କରିବା ।

  • Addressed ‘Understanding the Concept of LiFE’, a side event at India Pavilion at COP27.

    Stated that India, under the visionary leadership of PM Shri @narendramodi ji, has demonstrated to the world how protecting environment can become the cornerstone in policy-making process. pic.twitter.com/041Ny14tB6

- ସହରୀକରଣ ପ୍ରକ୍ରିୟା ଆମର ବର୍ତମାନର ଅପେକ୍ଷାକୃତ କମ ସହରୀ ଆଧାର କାରଣରୁ ଏକ ଧାରା ଭାବରେ ଜାରି ରହିବ । ଭବିଷ୍ୟତର ସ୍ଥାୟୀ ଏବଂ ଜଳବାୟୁ ସହନୀୟ ସହରୀ ବିକାଶ ସ୍ମାର୍ଟ ସିଟି ପଦକ୍ଷେପ , ଶକ୍ତି ଏବଂ ଉତ୍ସ ଦକ୍ଷତାରେ ବୃଦ୍ଧି ତଥା ଅନୁକୂଳନକୁ ମୁଖ୍ୟ ଧାରାକୁ ଆଣିବା ।

- ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ସହିତ ଗତ ତିନି ଦଶନ୍ଧି ମଧ୍ୟରେ ଜଙ୍ଗଲ ଏବଂ ବୃକ୍ଷର ଆବରଣ ବୃଦ୍ଧି କରିବାରେ ଭାରତର ଏକ ମଜଭୁତ ରେକର୍ଡ ରହିଛି । ଭାରତରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବିଶ୍ୱ ସ୍ତର ତୁଳନାରେ ବହୁତ କମ ଥିବାବେଳେ ଏହାର ଜଙ୍ଗଲ ଏବଂ ଗଛ ଆବରଣ ୨୦୧୬ ରେ ଅଙ୍ଗାରକାମ୍ଳ ନିର୍ଗମନର ୧୫% ଶୋଷୁଥିବା ଏକ ନେଟ ସିଙ୍କ ଅଟେ । ଭାରତ ଏହାର ଏନଡିସିରେ ୨୦୩୦ ସୁଦ୍ଧା ଅତିରିକ୍ତ ଜଙ୍ଗଲ ଏବଂ ବୃକ୍ଷ ଆବରଣ ମାଧ୍ୟମରେ ୨.୫ ରୁ ୩ ବିଲିୟନ ଟନ ଅଙ୍ଗାରକାମ୍ଳ ସହିତ ସମାନ କାର୍ବନ ସିଙ୍କ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ସରକାର, ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ନାଗରିକ ସମାଜ ସଂଗଠନ ସହିତ ବ୍ୟାପକ ପରାମର୍ଶ ପରେ ଏହି ଦସ୍ତାବିଜ ପ୍ରସ୍ତୁତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.