ETV Bharat / bharat

Udhayanidhi controversy: ନେତା ସ୍ଥିର ହୋଇନି, କିନ୍ତୁ ସନାତନ ଧର୍ମ ବିରୋଧୀ ନୀତି ସ୍ଥିର କରିସାରିଲାଣି ଘମଣ୍ଡିଆ ମେଣ୍ଟ’ - ଡିଏମକେକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଉପରେ ବର୍ଷିଲେ ଧର୍ମେନ୍ଦ୍ର । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ମଧ୍ୟ କଲେ ଟାର୍ଗେଟ । କହିଲେ ନେତା ବାଛିବା ପୂର୍ବରୁ ସନାତନ ଧର୍ମକୁ ଅପମାନିତ କରିବା ପାଇଁ ନୀତି ସ୍ଥିର କରିସାରିଛି ଘମଣ୍ଡିଆ ମେଣ୍ଟ । ଅଧିକ ପଢନ୍ତୁ

ନେତା ସ୍ଥିର କରିପାରୁନି ଘମଣ୍ଡିଆ ମେଣ୍ଟ, କିନ୍ତୁ ସନାତନ ଧର୍ମ ବିରୋଧୀ ନୀତି ସ୍ଥିର କରିସାରିଲାଣି

author img

By ETV Bharat Odisha Team

Published : Sep 4, 2023, 6:12 PM IST

ନୂଆଦିଲ୍ଲୀ: ଘମଣ୍ଡିଆ ମେଣ୍ଟ (ଇଣ୍ଡିଆ) ଏପର୍ଯ୍ୟନ୍ତ ନିଜ ନେତା ଚୂଡାନ୍ତ କରିପାରୁନାହିଁ । ସେମାନେ କିନ୍ତୁ ନିଜର ନୀତି ସ୍ଥିର କରିସାରିଲେଣି । ସେମାନଙ୍କର ନୀତି ହେଉଛି ସନାତନ ଧର୍ମକୁ ଅପମାନିତ କରିବା । ଏହାର ଉଦାହରଣ କେବଳ ଜଣେ ନେତାଙ୍କ ବୟାନ ନୁହେଁ ବରଂ ମେଣ୍ଟର ସହଯୋଗୀ ଥିବା ଏକାଧିକ ଦଳର ନେତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡାମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟରେ ଆଜି ଦଳୀୟ ମୁଖ୍ଯାଳୟରେ ପ୍ରେସମିଟ କରି ଡିଏମକେ, କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଉପରେ ପ୍ରବଳ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ଉପରେ ଆଜି ପ୍ରେସମିଟ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଇଣ୍ଡିଆ ମେଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଜର ସଂଯୋଜକ ସ୍ଥିର କରିପାରିନି । ହେଲେ ସେମାନେ ସନାତନ ଧର୍ମକୁ ଅପମାନିତ କରିବା ପାଇଁ ନୀତି ପୂର୍ବରୁ ସ୍ଥିର କରିସାରିଲେଣି । ଏପରି ମନ୍ତବ୍ୟ କେବେ ଅସାବଧାନତା ବଶତଃ ହୋଇନାହିଁ । ବରଂ ଏହା ପୂର୍ବ ପ୍ରାୟୋଜିତ ଭାବେ ଏପରି ବୟାନ ସାମ୍ନାକୁ ଆସିଛି । ଏକ ସେମିନାର କାର୍ଯ୍ୟକ୍ରମରେ ଉଦୟାନିଧି ଷ୍ଟାଲନଙ୍କର ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।ଏପରି ଘଟଣା ସେମାନଙ୍କ ପାଇଁ ନୂଆ ମଧ୍ୟ ନୁହେଁ ବରଂ ପୂର୍ବରୁ ଏକାଧିକ ନେତା ଏପରି ମନ୍ତବ୍ୟ ଦେଇସାରିଛନ୍ତି । କେତେବେଳେ ଉଦୟାନିଧି ଷ୍ଟାଲିନ, କେବେ କାର୍ତ୍ତି ଚିଦାମ୍ବରମ୍, କେତେବେଳେ ପ୍ରିୟଙ୍କ ଖଡଗେ (ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ), କେତେବେଳେ ନୀତୀଶ କୁମାରଙ୍କ ଶିକ୍ଷାମନ୍ତ୍ରୀ, କେବେ ଅଖିଳେଶ ଯାଦବଙ୍କ ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଅରବିନ୍ଦ କେଜ୍ରିୱାଲ ମନ୍ତ୍ରୀ ଗୌତମଙ୍କ ପରି ଏକାଧିକ ନେତାଙ୍କର ଏପରି ସନାତନ ବିରୋଧୀ ବୟାନ ଆସିବାରେ ଲାଗିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ପ୍ରସଙ୍ଗରେ ସେ ଇଣ୍ଡିଆ ମେଣ୍ଟ ସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ଏହି ଘଟଣାକୁ କଂଗ୍ରେସ ନିନ୍ଦା କରିବା ପରିବର୍ତ୍ତେ, ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଲଙ୍କ ମନ୍ତବ୍ୟ ସବୁ ସୀମାକୁ ପାର କରିଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । କେସି ବେଣୁଗୋପାଲ କହିଥିଲେ, କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଓ ସ୍ପଷ୍ଟ ଅଭିବ୍ୟକ୍ତିରେ ବିଶ୍ବାସ ରଖେ । ତେବେ କ’ଣ ସନାତନ ଧର୍ମକୁ ଗାଳି ଦେବା କଂଗ୍ରେସ ପାର୍ଟି ଓ ଘମଣ୍ଡିଆ ମେଣ୍ଟର ନୀତି ହୋଇସାରିଛି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ‘ଚନ୍ଦ୍ରଯାନ ଲ୍ୟାଣ୍ଡିଂ ହୋଇଗଲା, ହେଲେ ରାହୁଲଯାନ ନା ଲଞ୍ଚିଂ ହୋଇପାରିଲା ନା ଲ୍ୟାଣ୍ଡିଂ’

ସେହିପରି ଧର୍ମେନ୍ଦ୍ର 2014 ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବିରୋଧୀ ଆରମ୍ଭ କରିଥିବା ଭଗଓ୍ବା ଆତଙ୍କବାଦ କଥା ଉଠାଇଛନ୍ତି । ସେତେବେଳେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସନାତନ ଧର୍ମ ପ୍ରତି ଏହି ଶବ୍ଦ ବ୍ୟବହାର କରାଯାଇଥିଲା । କାରଣ ସେମାନେ ଜାଣିଥିଲେ, ସେମାନଙ୍କ ପାଦ ତଳୁ ମାଟି ଖସି ସାରିଛି । ସେମାନେ ପରାଜିତ ହେବାକୁ ଯାଉଛନ୍ତି । ତେଣୁ ସମାଜରେ ଉତ୍ତେଜନା ସୃଷ୍ଟି କରିବା ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷ ସୃଷ୍ଟି କରିବା ପାଇଁ ସେମାନେ ଗେରୁଆ ଆତଙ୍କବାଦ ନ୍ୟାରେଟିଭି ରଚନା କରିଥିଲେ । ହେଲେ ସର୍ବୋଚ୍ଚ କୋର୍ଟ ଏହା ଉପରେ ସ୍ପଷ୍ଟତାର ସହ କହି ସାରିଛନ୍ତି, ଏପରି ସାମାଜିକ ସଦଭାବନା ଭଙ୍ଗ କରିବା ପରି କାର୍ଯ୍ୟ କରିବା ଅପରାଧ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.