ETV Bharat / bharat

Shah in Rajasthan: କଂଗ୍ରେସ ସିନ୍ଧୁକ ଭରିବାରେ ଆଗରେ ଗେହେଲଟ, ପାଇଲଟଙ୍କୁ ମିଳିବନି ପ୍ରାଧାନ୍ୟ

କଂଗ୍ରେସରେ ଗେହେଲଟ-ପାଇଲଟ ବିବାଦରେ ଟିପ୍ପଣୀ କଲେ ଶାହ । କହିଲେ କଂଗ୍ରେସର ଟ୍ରିଜୋରୀ ଭରିବାରେ ଅଶୋକ ଗେହେଲୋଟଙ୍କ ଭୂମିକା ଅଧିକ, ସେଥିପାଇଁ ପାଇଲଟଙ୍କୁ ମିଳୁନି ଗୁରୁତ୍ବ । ଅଧିକ ପଢନ୍ତୁ

author img

By

Published : Apr 15, 2023, 8:17 PM IST

Shah in Rajasthan କଂଗ୍ରେସର ସିନ୍ଧୁକ ଭରିବାରେ ଆଗରେ ଗେହେଲଟ, ପାଇଲଟଙ୍କୁ ମିଳିବନି ପ୍ରାଧାନ୍ୟ

ହାଇଦ୍ରାବାଦ: ରାଜସ୍ଥାନରେ ଶାସନରେ ଥିବା କଂଗ୍ରେସରେ ଲାଗି ରହିଥିବା ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ସର୍ବଦା ସଚିନ ପାଇଲଟଙ୍କ ଅପେକ୍ଷା ଅଶୋକ ଗେହେଲଟଙ୍କୁ ଅଧିକ ପ୍ରାଧାନ୍ୟ ଦେଇଆସିଛି । କାରଣ ଗେହେଲଟ ହିଁ ଦୁର୍ନୀତି ଟଙ୍କାରେ କଂଗ୍ରେସକୁ ଅଧିକ ଲାଭବାନ କରିଛନ୍ତି । ଦଳର ସିନ୍ଧୁକ ଭରିଛନ୍ତି । ତେଣୁ କଂଗ୍ରେସରେ ଅଶୋକ ଗେହେଲଟଙ୍କ ସ୍ଥାନ ଅଧିକ ଗୁରୁତ୍ବପୂର୍ଣ୍ଣ ନେତା ଭାବେ ରହିଆସିଛି ।

ରାଜସ୍ଥାନ ଭରତପୁରରେ ଏକ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଛନ୍ତି, ପାଇଲଟ ଯେକୌଣସି କାରଣ ଦର୍ଶାଇ ଧାରଣାରେ ବସିଲେ ମଧ୍ୟ ତାଙ୍କ ସଂଖ୍ୟା ଆସିବନାହିଁ । କାରଣ କଂଗ୍ରେସ ଦଳର ଟ୍ରେଜରୀ ଭରିବାରେ ତାଙ୍କ ଠାରୁ ଗେହେଲଟଙ୍କ ଭୂମିକା ଅଧିକ ରହିଛି । ରାଜ୍ୟରେ ଗେହେଲଟଙ୍କ ସରକାର ଏକ ଦୁର୍ନୀତିର ହବରେ ପରିଣତ ହୋଇସାରିଛି । ରାଜ୍ୟବାସୀଙ୍କୁ ଲୁଟିବା ଜାରି ରଖିଛି କଂଗ୍ରେସ । ଲୁଟା ଯାଉଥିବା ସମ୍ପତ୍ତି ସବୁ କଂଗ୍ରେସର ସିନ୍ଧୁକକୁ ଯାଉଛି ବୋଲି ଶାହ କହିଥିଲେ ।

ସେହିପରି ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାରକୁ ଫେରିବାକୁ ଯାଉଛି । ରାଜ୍ୟରେ ଦୁଇ-ତୃତୀୟାଂଶ ବହୁମତ ସହ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେହିପରି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଦଳ ରାଜ୍ୟରେ ଶାସନକୁ ଫେରିବା ସହ ଆସନ୍ତାବର୍ଷ (2024) ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ରାଜସ୍ଥାନର ସମସ୍ତ 25 ଲୋକସଭା ଆସନ ହାତେଇବା ନେଇ ଶାହ କହିଥିଲେ ।

ବିଜେପି ତାର ବିକାଶମୂଳକ ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଧାରରେ ପୁଣିଥରେ ଜିତିବାକୁ ଯାଉଛି । ବର୍ତ୍ତମାନ ରାଜ୍ୟରେ କ୍ଷମତାରେ ଥିବା ଅଶୋକ ଗେହେଲଟ ନେତୃତ୍ବାଧୀନ କଂଗ୍ରେସ ସରକାର ରାଜସ୍ଥାନ ଇତିହାସର ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଶାହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

ନିଜ ସମ୍ବୋଧନରେ ସେ 2008 ଜୟପୁର ବିସ୍ଫୋରଣ ପ୍ରସଙ୍ଗ ମଧ୍ଯ ଉଠାଇଥିଲେ ଶାହ । ନିଜ ଭୋଟବ୍ୟାଙ୍କ ବଞ୍ଚାଇବା ପାଇଁ କଂଗ୍ରେସ ପାର୍ଟି ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଛି । କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ସଠିକ ଯୁକ୍ତି ଉପସ୍ଥାପନ କରି ସେମାନଙ୍କୁ ଦଣ୍ଡ ଦେବା ପାଇଁ ପ୍ରୟାସ କରିନାହିଁ । କେବଳ ତୁଷ୍ଟୀକରଣ ରାଜନୀତିରେ ଭୋଟ ବ୍ୟାଙ୍କ ବଞ୍ଚାଇବା ପାଇଁ କଂଗ୍ରେସ ସରକାର ଏପରି କରିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରର ସଦସ୍ୟଙ୍କ ସହ କଂଗ୍ରେସ ହୀନ ରାଜନୀତି କରୁଛି ବୋଲି ଶାହ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.